ଏହି ୧୦ଟି ଭୁଲ କେବେ ବି କରନ୍ତୁ ନାହିଁ, ଦେଖନ୍ତୁ କେମିତି କରିବେ ଏହାର ଉପଚାର

ଡ୍ରାଏ ସ୍କିନ ଏକ ବହୁତ ସାଧାରଣ ସମସ୍ୟା ଅଟେ । ଏହି କଣ୍ଡିସନ ରେ ସ୍କିନରେ ନରମର ମାତ୍ରା କମ ହୋଇଯାଇଥାଏ ଯାହା କାରଣରୁ ସ୍କିନର ପତଳା ପତଳା ଲେୟାର ଛିଣ୍ଡି ବାହାରି ଯାଇଥାଏ । କିଛି ଲୋକଙ୍କର ସ୍କିନ ସବୁବେଳେ ଡ୍ରାଏ ରହିଥାଏ ତ ଆଉ କିଛି ଲୋକଙ୍କର କେବଳ ଥଣ୍ଡା ଦିନେ ସ୍କିନ ଡ୍ରାଏ ହୋଇଥାଏ । ଆଜି ଆମେ ଆପଣଙ୍କୁ 10 ଟି ଭୂଲ ବିଷୟରେ କହିବୁ ଯାହା ସାଧାରଣତଃ ଲୋକ ନିଜ ସ୍କିନ ର ଯତ୍ନ ନେବାରେ କରିଥାନ୍ତି ଯଦି ଆପଣ ଏହାର ଧ୍ୟାନ ରଖିବେ ତେବେ ଆପଣଙ୍କ ସ୍କିନ କେବେ ବି ଡ୍ରାଏ ହେବ ନାହିଁ ।

୧. ସ୍କିନ ବହୁତ ଡ୍ରାଏ ହେବା ଶରୀରରେ ପାଣିର ଅଭାବ ଓ ସ୍କିନ ରେ ଅଏଲ ର ଅଭାବକୁ ଦର୍ଶାଇ ଥାଏ । କ୍ଷୀରରେ ବହୁତ ପ୍ରକାରର ହରମୋନ ଓ ଏନଯାଇମ ଥାଏ ଯିଏ ସ୍କିନ ରେ ଅଏଲ ପ୍ରଡକ୍ସନ କୁ ବଢାଇଥାଏ । ଏଥିପାଇଁ ଡ୍ରାଏ ସ୍କିନ ଲୋକଙ୍କୁ ଗୋଟିଏ ଦିନରେ 10-12 ଗ୍ଳାସ ପାଣି ଓ ଅତି କମ ରେ 1 ଗ୍ଳାସ କ୍ଷୀର ପିଇବା ଜରୁରୀ ଅଟେ ଯାହା ଦ୍ଵାରା ଶରୀରରେ ପାଣିର ଅଭାବ ଓ ସ୍କିନ ରେ ଅଏଲ ଅଭାବକୁ ପୁରା କରାଯାଇ ପାରିବ ।

୨. ମୁହଁ ଧୋଇବାରେ ସାବୁନ ବା ଭୁଲ ଫେସୱାସ ବ୍ୟବହାର କରିବା ମଧ୍ୟ ସ୍କିନ କୁ ଅଧିକ ଡ୍ରାଏ କରିଥାଏ ।

୩. ଆଲ୍କୋହଲ ଓ ଆର୍ଟିଫିସିଆଲ ଫ୍ରାଗ୍ରାନ୍ସରେ ସ୍କିନରୁ ମଏଶ୍ଚର କୁ ଅବଜର୍ଭ କରିବାର ଟେଣ୍ଡେନ୍ସି ଥାଏ ଯାହା ଡ୍ରାଏ ସ୍କିନକୁ ଆହୁରି ଡ୍ରାଏ କରିଥାଏ ଏଥିପାଇଁ କୌଣସି ବି ପ୍ରକାରର ସ୍କିନ ପ୍ରଡ଼କ୍ଟ କିଣିବା ସମୟରେ ଇନଗ୍ରେଡ଼ିଏଣ୍ଟ କୁ ଅବଶ୍ୟ ଚେକ କରନ୍ତୁ । ଯଦି ଏଥିରେ ଆଲ୍କୋହଲ ଓ ଆର୍ଟିଫିସିଆଲ ଫ୍ରାଗ୍ରାନ୍ସ ଭଳି ଜିନିଷର ବ୍ୟବହାର ହୋଇଥାଏ ତେବେ ତାହାକୁ ବିଲକୁଲ ବି ବ୍ୟବହାର କରନ୍ତୁ ନାହିଁ ।

୪. ଡ୍ରାଏ ସ୍କିନ ଲୋକଙ୍କୁ ଅଧିକ ଥଣ୍ଡା ପାଣି ଓ ଗରମ ପାଣିର ବ୍ୟବହାର କରିବା ଉଚିତ ନୁହେଁ । ଏମାନଙ୍କୁ ଗରମ ଦିନରେ ନରମାଲ ପାଣି ଓ ଥଣ୍ଡା ଦିନରେ ଉଷୁମ ପାଣିରେ ଗାଧୋଇବା ଆବଶ୍ୟକ ।

୫. କିଛି ଲୋକଙ୍କୁ ବିନା କାରଣରେ ଅଧିକ ସମୟ ପର୍ଯ୍ୟନ୍ତ ଚେହେରା ଧୋଇବାର ଅଭ୍ୟାସ ଥାଏ । ଯଦି ଆପଣଙ୍କ ସ୍କିନ ଡ୍ରାଏ ଅଟେ ତେବେ ଆପଣଙ୍କୁ ଏମିତି ବିଲକୁଲ କରିବା ଉଚିତ ନୁହେଁ କାରଣ ଆପଣ ଯେତେ ଡେରି ପର୍ଯ୍ୟନ୍ତ ଚେହେରା ଧୋଇବେ ସେତିକି ଅଧିକ ସ୍କିନ ରୁ ନାଚୁରାଲ ଅଏଲ ବାହାରି ଯାଇଥାଏ ଓ ସ୍କିନ ଅଧିକ ଡ୍ରାଏ ହେବାକୁ ଲାଗେ ।

୬. ସାଧାରଣତଃ ଲୋକ ଗାଧୋଇବା ପରେ ସ୍କିନକୁ ବହୁତ ଜୋରରେ ଦାବିକି ପୋଛିଥାନ୍ତି । ଏମିତି କରିବା ବିଲକୁଲ ଠିକ ନୁହେଁ । ଏମିତି କରିବା ଦ୍ଵାରା ଚେହେରାର ଉପର ଲେୟାର ଡ୍ୟାମେଜ ହୋଇଥାଏ ସ୍କିନ ଅଧିକ ଡ୍ରାଏ ହୋଇଯାଇଥାଏ ।

୭. ଡ୍ରାଏ ସ୍କିନ ବାଲା ଲୋକଙ୍କୁ ସବୁବେଳେ ଅଏଲ ଯୁକ୍ତ ମଏଶ୍ଚୁରାଇଜର ର ବ୍ୟବହାର କରିବା ଆବଶ୍ୟକ ଯଦି ଆପଣଙ୍କ ପାଖରେ ଏହା ନାହିଁ ତେବେ ଆପଣ ଆଲୋବେରା ଜେଲ ଓ ନଡିଆ ତେଲ ମଧ୍ୟ ଲଗାଇ ପାରିବେ ।

୮. ଡ୍ରାଏ ସ୍କିନ ବାଲା ଲୋକଙ୍କୁ ଟୋନର ର ବ୍ୟବହାର ବିଲକୁଲ କରିବା କଥା ନୁହେଁ କାରଣ ଏହା ଆପଣଙ୍କ ସ୍କିନ କୁ ଅଧିକ ଡ୍ରାଏ କରିଥାଏ ।

୯. ଡ୍ରାଏ ସ୍କିନ ବାଲା ଲୋକଙ୍କୁ ଡାଇରେକ୍ଟ ଉଲ କପଡାର ବ୍ୟବହାର କରିବା ଉଚିତ ନୁହେଁ । ଏମାନଙ୍କୁ ପ୍ରଥମେ କଟନ କପଡା ଓ ତା ଉପରେ ଉଲ କପଡା ବ୍ୟବହାର କରିବା ଉଚିତ ।

୧୦. ଯେଉଁ ଲୋକଙ୍କର ସ୍କିନ ଡ୍ରାଏ ହୋଇଥାଏ ସେହି ଲୋକଙ୍କୁ ନିଜ ସ୍କିନ କୁ ଅଧିକ ଗରମ ପବନ ବା ଅଧିକ ଥଣ୍ଡା ପବନରୁ ପ୍ରୋଟେକ୍ତ କରିବା ଆବଶ୍ୟକ । ଅଧିକ ଗରମ ଓ ଅଧିକ ଥଣ୍ଡା ପବନ ଆମ ସ୍କିନ ର ମଏଶ୍ଚୁରାଇଜର କୁ କମ କରିଥାଏ ଯାହା ଦ୍ଵାରା ସ୍କିନ ର ଡ୍ରାଏନେସ ବଢିଯାଇଥାଏ ।

ଆଶାକରୁଛୁ ଆମର ଏହି ସ୍କିନ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ସବୁ ପାଇବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।