ବିହାର ଡ଼ିଜିପି ଖୋଲିଲେ ଅନେକ ରାଜ୍, ସୁଶାନ୍ତଙ୍କ ଆକାଉଣ୍ଟରୁ ବାହାରିଛି ୫୦ କୋଟି ଟଙ୍କା, ମୁମ୍ବାଇ ପୋଲିସ କାହିଁକି ଚୁପ

ସୁଶାନ୍ତ ସିଂହ ରାଜପୁତଙ୍କ କେସକୁ ନେଇ ମୁମ୍ବାଇ ପୁଲିସ ଓ ବିହାରର ପୁଲିସ ଆମନା ସାମନି ହୋଇଛନ୍ତି । କାରଣ ବିହାର ପୋଲିସର କାର୍ଯ୍ୟରେ ମୁମ୍ବାଇ ପୁଲିସ ବାରମ୍ବାର ବାଧା ଦେଉଥିବାରୁ ବିହାର ର ଡ଼ିଜିପି ଗୁପ୍ତେଶ୍ୱର ପାଂଡେୟ ରାଗି ଯାଇ ମୁମ୍ବାଇ ପୋଲିସକୁ କିଛି ପ୍ରଶ୍ନ କରିଛନ୍ତି । ବିହାରର ପୁଲିସ ଡ଼ିଜିପି ମୁମ୍ବାଇ ପୋଲିସକୁ ପଚାରିଲେ କି ସୁଶାନ୍ତ ସିଂହଙ୍କ କେସର ସବୁ ଜିନିଷ ଯାଞ୍ଚ କରିବା ସମୟରେ ଆପଣ ତାଙ୍କର ବ୍ୟାଙ୍କ ଖାତାର ଯାଞ୍ଚ କରିବା ପାଇଁ କିପରି ଭୁଲି ଯାଇଥିଲେ । ଏତେ ବଡ ଭୁଲ ଆପଣଙ୍କ ଦ୍ଵାରା କେମିତି ହେଲା ।

ଏତେ ଦିନ ହୋଇଗଲାଣି ଆପଣମାନେ ଏହାର ଯାଞ୍ଚ କଣ ପାଇଁ ଠିକ ଭାବରେ କରୁ ନାହାନ୍ତି । ବିହାରର ଡ଼ିଜିପି ଗୁପ୍ତେଶ୍ୱର ପାଂଡେୟ ଯାଞ୍ଚ କଲା ପରେ ଏହା ଜାଣି ପାରିଲେ କି ୪ ବର୍ଷ ମଧ୍ୟରେ ୫୦ କୋଟି ଟଙ୍କା ଆସିଛି ଓ ତାଙ୍କ ଆକାଉଣ୍ଟରୁ ୫୦ କୋଟି ଟଙ୍କା ବାହର ବି କରା ଯାଇଛି ଓ ସେ ଏହି ୪ ବର୍ଷରେ ନା ହିଁ କୌଣସି ବଡ ଜିନିଷ କ୍ରୟ କରିଛନ୍ତି ନା ହିଁ ଜମି କ୍ରୟ କରିଛନ୍ତି ।

ତେଣୁ କରି ତାଙ୍କ ଆକାଉଣ୍ଟରୁ ଏତେ ଟଙ୍କା କୁଆଡେ ଗଲା କେହି ତାର ପତା ଲଗାଇଲେ ନାହିଁ । ଏହି ଟଙ୍କାରେ ନା ସେ ବହୁତ ବଡ ଘର କିଣିଛନ୍ତି ନା ହିଁ ଅନ୍ୟ କୌଣସି ଜିନିଷ କ୍ରୟ କରିଛନ୍ତି । ବିହାର ଡ଼ିଜିପିଙ୍କ କହିବା ଅଟେ କି ତାଙ୍କ ଆକାଉଣ୍ଟରେ ୧ ବର୍ଷ ମଧ୍ୟରେ ୧୭ କୋଟି ଟଙ୍କା ଆସିଥିଲା । ଯାହା ମଧ୍ୟରୁ ୧୫ କୋଟି ଟଙ୍କା ବାହାର କରି ଦିଆଯାଇଛି । କଣ ଏହା ସବୁଠୁ ବଡ ପ୍ରମାଣ ନ ଥିଲା । ଆପଣ କଣ ପାଇଁ ଏହାର ଯାଞ୍ଚ କରିଲେ ନାହିଁ । କିନ୍ତୁ ଆମେ ଜମା ଚୁପ ରହିବୁ ନାହିଁ ।

ଆମେ ମୁମ୍ବାଇ ପୋଲିସକୁ ପ୍ରଶ୍ନ କରିବୁ । ଅନ୍ୟ ପଟେ କହିବାକୁ ଗଲେ ପଟନା ଏସିପି ବିନୟ ତିବାରୀଙ୍କୁ ବିଏମସି ତରଫରୁ କ୍ୱାରଂଟୀନ କରା ଯିବା ଉପରେ ସେ କହିଲେ କି ଏହି କେସରେ ଜଡିତ ଥିବା ସମସ୍ତ ପ୍ରକାରର ପ୍ରମାଣ ହେଉ କିମ୍ବା ପୋଷ୍ଟମଟମ ଓ ଫରେନସିକ ରିପୋର୍ଟ ଭଳି କିଛି ତଥ୍ୟ ଆମକୁ ଦେବା ପରିବେର୍ତ୍ତେ ଆମର ପୋଲିସ ଅଫିସରକୁ ଗୃହ ବନ୍ଦୀ କରି ରଖିଦେଲେ । ମୁଁ ଏହିଭଳି ପୁଲିସ କେଉଁ ଠାରେ ଦେଖି ନାହିଁ । ଯଦି ମୁମ୍ବାଇ ପୁଲିସ ଏହି କେସକୁ ସମାଧାନ କରିବାକୁ ଚାହୁଁଥାନ୍ତେ, ତେବେ ସେ ଆମକୁ ସଠିକ ପ୍ରମାଣ ଦେଇଥାନ୍ତେ ।

ଆପଣଙ୍କୁ କହିଦେଉଛୁ କି ସୁଶାନ୍ତଙ୍କ ପିତା କେକେ ସିଂହ ରିୟା ଚକ୍ରବତ୍ତୀ ସହ ଅନ୍ୟ ୬ ଜଣ ଲୋକମାନଙ୍କ ବିରୁଦ୍ଧରେ ତାଙ୍କ ପୁଅକୁ ଆତ୍ମହତ୍ୟା ପାଇଁ ଉକସାଇ ଥିଲେ ବୋଲି ମାମଲା ଦର୍ଜ କରିଛନ୍ତି । ଏହା ପରେ ବିହାର ପୋଲିସର ୪ ଜଣ ଅଫିସର ମୁମ୍ବାଇ ଆସି ଏହି ମାମଲାର ଯାଞ୍ଚ ଆରମ୍ଭ କରିଥିଲେ । ଏହି ଟିମର ନେତୃତ୍ଵ କରିବା ପାଇଁ ପାଟନା ସିଟି ପୋଲିସ ଏସପି ବିନୟ ତିବାରି ରବିବାର ସନ୍ଧ୍ୟା ସମୟରେ ମୁମ୍ବାଇ ଆସିଥିଲେ । କିନ୍ତୁ ବିନୟ ତିବାରୀଙ୍କୁ ୧୪ ଦିନ ପାଇଁ କ୍ୱାରଂଟୀନ କରିଦେଲେ । ଯାହା ଉପରେ ବିହାରର ଡ଼ିଜିପି ଗୁପ୍ତେଶ୍ୱର ପାଂଡୟ ନିଜର କ୍ରୋଧ ପ୍ରକାଶ କରିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।