ସୁଶାନ୍ତଙ୍କ ମୃତ୍ୟୁର ୧୩ ଦିନ ପରେ ପିତା ଖୋଲିଲେ ଅନେକ ରାଜ୍, ୫୫ଲକ୍ଷର ଦୂରବୀକ୍ଷଣ ଦ୍ଵାରା ରଖୁଥିଲେ…

ଅଭିନେତା ସୁଶାନ୍ତ ସିଂହ ରାଜପୁତ ୧୪ ଜୁନକୁ ୩୪ ବର୍ଷ ବୟସରେ ଫାଶୀ ଦେଇ ଆତ୍ମହତ୍ୟା କରି ନେଲେ । ତାଙ୍କର ଏହିଭଳି ଦୁନିଆକୁ ଛାଡି ଚାଲି ଯିବା ଦ୍ଵାରା ତାଙ୍କର ପୁରା ପରିବାର ଦୁଃଖରେ ଭାଙ୍ଗି ଯାଇଛି । ପୁଅର ନିଧନ ପରେ ତାଙ୍କର ପିତା କେ କେ ସିଂହଙ୍କ ଏକ ଇଣ୍ଟରଭିୟୁ ବହୁତ ଭାଇରାଲ ହେଉଛି । କେ କେ ସିଂହ ଏହି ଇଣ୍ଟରଭିୟୁରେ ନିଜର ପୁଅ ସୁଶାନ୍ତଙ୍କ ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ନେଇ ବହୁତ ରହସ୍ୟକୁ ଉଜାଗର କରିଲେ । ସେ ସୁଶାନ୍ତଙ୍କ ବିବାହକୁ ନେଇ ତାଙ୍କର ଚନ୍ଦ୍ରମାରେ ପ୍ଳଟ କିଣିବାର ରହସ୍ୟ ବିଷୟରେ କହିଲେ ।

ସୁଶାନ୍ତଙ୍କ ପିତା କହିଲେ କି ତାଙ୍କର ପୁଅ ଚନ୍ଦ୍ରମାରେ ଏକ ପ୍ଳଟ କିଣି ଥିଲେ । ସୁଶାନ୍ତ ସବୁଦିନ ଚନ୍ଦ୍ରମାରେ କ୍ରୟ କରିଥିବା ନିଜ ପ୍ଳଟକୁ ୫୫ ଲକ୍ଷ ଟଙ୍କା ଦେଇ କ୍ରୟ କରିଥିବା ଦୁରବୀନ ଦ୍ଵାରା ଦେଖୁଥିଲେ । ଆପଣଙ୍କୁ କହିଦେଉଛୁ କି ସୁଶାନ୍ତ ସିଂହ ରାଜପୁତ ଚନ୍ଦ୍ରମାରେ ପ୍ଳଟ କ୍ରୟ କରିଥିବା ବଲୀଉଡର ପ୍ରଥମ ଅଭିନେତା ଥିଲେ । ଏହା ପୂର୍ବରୁ ଶାହାରୁଖ ଖାନଙ୍କୁ ତାଙ୍କର ଏକ ଫ୍ୟାନ ଚନ୍ଦ୍ରମାର ଏକ ପ୍ଳଟ ଉପହାର ଦେଇଥିଲେ ।

ସୁଶାନ୍ତ ଚନ୍ଦ୍ରମାରେ ଯେଉଁ ସମ୍ପତ୍ତି କ୍ରୟ କରିଥିଲେ, ତାକୁ ‘ମାରେ ମସ୍କୋବୀନ୍ସ’ କୁହାଯାଏ । ତାଙ୍କ ପାଖରେ ପୂର୍ବରୁ ହିଁ ଏକ ଆଡଭାନ୍ସ ଟେଲିସ୍କୋପ ମୀଡ 14, LX00 ଥିଲା ଓ ସେ ନିଜର ଏହି ଟେଲିସ୍କୋପ ଦ୍ଵାରା ଚନ୍ଦ୍ରମାରେ ଥିବା ନିଜର ସମ୍ପତ୍ତି ଉପରେ ନଜର ରଖୁଥିଲେ । ସୁଶାନ୍ତ ସିଂହ ରାଜପୁତ ଏହି ସମ୍ପତ୍ତିକୁ ଇଣ୍ଟରନ୍ୟାସନାଲ ଲୁନର ଲୈଂଡ୍ସ ରଜିସ୍ଟ୍ରୀରୁ କ୍ରୟ କରିଥିଲେ ।

ସୁଶାନ୍ତଙ୍କ ପିତା କହିଲେ କି ୨୫ ଜୁନ ୨୦୧୮ରେ ମୋର ପୁଅ ଚନ୍ଦ୍ରମାରେ ଏକ ପ୍ଳଟ ନିଜ ନାମରେ କରିଥିଲେ । କିନ୍ତୁ ଏଥିରେ କେତେକ ଅନ୍ତରାଷ୍ଟ୍ରୀୟ ସନ୍ଧି ଅଛି, ଯାହା ଅନୁସାରେ ଏହାକୁ ଆଇନ ରୂପରେ ଆମେ ନିଜର ସମ୍ପତ୍ତି କହି ପାରିବୁ ନାହିଁ । କାରଣ ପୃଥିବୀର ବାହାରେ ଥିବା ସମ୍ପତ୍ତି ଉପରେ କୌଣସି ଦେଶ କବଜା କରି ପାରିବ ନାହିଁ । ସୁଶାନ୍ତ ନିଜର ସମ୍ପତ୍ତି ଉପରେ ଟେଲୀସ୍କୋପ ଦ୍ଵାରା ନଜର ରଖୁଥିଲେ ଓ ଅଲଗା ଅଲଗା ଗ୍ରହ ଓ ଗାଲାକ୍ସୀକୁ ବି ଦେଖୁଥିଲେ ।

ଏହି ଟେଲିସ୍କୋପକୁ ସେ ଟାଇମ ମେସିନ କହୁଥିଲେ । ବଲୀଉଡ ଇଣ୍ଡଷ୍ଟ୍ରିର ପ୍ରତିଭାବାନ ଅଭିନେତାଙ୍କ ଆତ୍ମହତ୍ୟା ପରେ ପୁରା ଇଣ୍ଡଷ୍ଟ୍ରି ଥରି ଯାଇଛି । ବହୁତ ଷ୍ଟାର ଓ ତାଙ୍କର ଫ୍ୟାନମାନେ ତାଙ୍କର ନିଧନ ପରେ ନିଜର ଦୁଖ ବ୍ୟକ୍ତ କରୁଛନ୍ତି । ତାଙ୍କର ଅନ୍ତିମ ସଂସ୍କାରରେ କୃତି ସେନନ, ଶ୍ରଦ୍ଧା କପୂର, ବରୁଣ ଶର୍ମା, ରାଜକୁମାର ରାୱ ଓ କ୍ରିସ୍ଟଲ ଡୀସୂଜା ଭଳି ଷ୍ଟାରମାନେ ସାମିଲ ହୋଇଥିଲେ ।