10 ଜୁନ 2021, ସୂର୍ଯ୍ୟପରାଗ ରେ ଏହି 6 ଟି ରାଶିରେ ବନୁଛି ରାଜଯୋଗ, ଜାଣନ୍ତୁ କେତେବେଳେ ହେବ ହାଣ୍ଡିଛାଡ

ନମସ୍କାର ବନ୍ଧୁଗଣ । ଚଳିତ ବର୍ଷ ଆସନ୍ତା ଜୁନ ୧୦ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଚଳିତ ବର୍ଷ ସମୁଦାୟ ଓଡିଶାରେ ୪ଟି ମହାଦୃଶ୍ୟ ଦେଖିବାକୁ ମିଳିବ । ସେଥି ମଧ୍ୟରୁ ୨ଟି ଚନ୍ଦରାଗ୍ରହଣ ଓ ୨ଟି ସୂର୍ଯ୍ୟ ପରାଗ ଅଟେ ।

ଏହି ସୂର୍ଯ୍ୟ ପରାଗ ଭାରତରେ କେଉଁ ସମୟରେ ଲାଗିବାକୁ ଯାଉଛି, କେଉଁ ସମୟରେ ହାଣ୍ଡିଛାଡ ହେବ, ଏହି ପରାଗ କେତେ ସମୟ ଲାଗି ରହିବ ସେଥି ପାଇଁ ଗର୍ଭବତୀ ମହିଳା ମାନେ କେଉଁ କାମ କରିବା ଉଚିତ ସେହି ବିଷୟରେ ଆଜି ଆମେ କହିବାକୁ ଯାଉଛୁ । ଏହି ବର୍ଷ ୨୦୨୧ ଜୁନ ୧୦ ତାରିଖ ବୁଧବାର ଦିନ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି ଯାହା ନିଶ୍ଚିନ୍ତ ରୂପେ ଭାରତ ବର୍ଷରେ ଦେଖାଯିବ ।

ଏହି ପରାଗ ସମୟରେ ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଉଛି ଗର୍ଭବତୀ ମହିଳା ମାନଙ୍କ ପାଇଁ କାରଣ ଏହି ପରାଗର ନାକାରାତ୍ମକ ପ୍ରଭାବ ସିଧାସଳଖ ଗର୍ଭବତୀ ମହିଳାଙ୍କର ଶିଶୁ ଉପରେ ପଡିଥାଏ । ତେଣୁ ସେମାନକୁଙ୍କୁ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି ।

ଚଳିତ ବର୍ଷ ରହି ସୂର୍ଯ୍ୟ ପରାଗ ଭାରତରେ ପ୍ରାୟ ୫ ଘଣ୍ଟା ଧରି ଲାଗି ରହିବ । ଭାରତରେ ଏହାର ଆଂଶିକ ଦୃଶ୍ୟମାନ ହେବ । ଏହି ସୂର୍ଯ୍ୟ ପରାଗ ଓଡିଶାରେ ନ ଥିଲେ ମଧ୍ୟ ଯେଉଁ ମାନେ ଗର୍ଭବତୀ ମହିଳା ସେମାନେ ନିଜ ପ୍ରତି ଅଧିକ ସାବଧାନ ଅବଲମ୍ବନ କରିବା ଉଚିତ । ଏହି ସମୟରେ ଘର ବାହାରକୁ ଯିବା ନିଷେଧ କରା ଯାଇଛି । ଯଦି ସୂର୍ଯ୍ୟ ପରାଗ ସମୟରେ ଗର୍ଭବତି ମହିଳା ମାନଙ୍କ ଉପରେ ଏହାର କିରଣ ପଡିଥାଏ ତେବେ ସେହି ମହିଳାଙ୍କର ଶିଶୁ ଉପରେ ପ୍ରଭାବ ପଡିଲେ ଶିଶୁର ଶାରୀରିକ ଓ ମାନସିକ ଦୃଷ୍ଟିରୁ ସମସ୍ୟା ହୋଇଥାଏ ଯାହା ଆଗାମୀ ଭବିଷ୍ୟତରେ ବିପଦଜନକ ହୋଇଥାଏ ।

ସୂର୍ଯ୍ୟ ପରାଗ ସମୟରେ କୌଣସି ଶୁଭ କାର୍ଯ୍ୟର ଶୁଭାରମ୍ଭ କରିବା ଠିକ ନୁହେ । ଏହି ସମୟରେ ଗର୍ଭବତୀ ମହିଳା ମାନଙ୍କୁ କଳା ବା ନୀଳ ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ ନୁହେ । ଗର୍ଭବତୀ ମହିଳା ମାନେ ଯେଉଁ କକ୍ଷରେ ରହୁଥିବେ ସେମାନେ ନିଜ କବାଟ ଓ ଝରକା ଭଲ ଭାବେ ବନ୍ଦ କରି ରହିବା ଉଚିତ ଯେପରି ସୂର୍ଯ୍ୟ କିରଣ ସେମାନଙ୍କ ଗର୍ଭ ଉପରେ ନ ପଡେ । ସୂର୍ଯ୍ୟ ପରାଗ ଲାଗିବା ସମୟରେ ଗର୍ଭବତୀ ମହିଳା ମାନେ ଶୟନ କରିବା ଉଚିତ ନୁହେ । କାରଣ ଏହାର ଖରାପ ପ୍ରଭାବ ତାଙ୍କ ନବଜାତ ଶିଶୁ ଉପରେ ପଡିଥାଏ ।

ଏହି ସମୟରେ ଧାରୁଆ ଜିନିଷର ପ୍ରୟୋଗ କରିବା ଉଚିତ ନୁହେ । ଏହା ସହ ଗର୍ଭବତି ମହିଳା ମାନେ ନିଜ ମୁଣ୍ଡ ପାଖରେ ୭ଟି ହଳଦୀ ଖଣ୍ଡକୁ ରଖିବା ଉଚିତ । ସୂର୍ଯ୍ୟ ପରାଗ ଛାଡିବା ପରେ ଏହି ହଳଦୀକୁ ପାଣିରେ ବିସର୍ଜନ କରିଦେବା ଉଚିତ । ଯେଉଁ ସମୟରେ ପରାଗ ଲାଗିଥିବ ସେହି ସମୟରେ ଗର୍ଭବତି ମହିଳା ମାନେ ପ୍ରଭୁଙ୍କର ନାମ ସ୍ମରଣ କରିବା ଉଚିତ ।

ଏହି ପରାଗ ରେ ଗ୍ରହ ମାନଙ୍କ ଶୁଭ ସଂଯୋଗ କାରଣରୁ 6 ଟି ରାଶିଙ୍କର ଭାଗ୍ୟ ଖୋଲିବାକୁ ଯାଉଛି । ଏମାନଙ୍କୁ ସବୁ କ୍ଷେତ୍ରରେ ଉନ୍ନତି ହାସଲ ହେବେ । ତେବେ ସେହି ରାଶି ଗୁଡିକ ହେଉଛନ୍ତି ମିଥୁନ ରାଶି, ତୁଳା ରାଶି, ସିଂହ ରାଶି, କର୍କଟ ରାଶି, ଧନୁ ରାଶି, କୁମ୍ଭ ରାଶି, ମକର ରାଶି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।