୧୦ ଜୁନ୍ ୨୦୨୧, ସୂର୍ଯ୍ୟ ପରାଗ, ୪ଟି ରାଶିରେ ଲାଗିବ ଲଟେରୀ, କିନ୍ତୁ ଏହି 4 ଟି ରୁହନ୍ତୁ ସାବଧାନ !

ଚଳିତ ବର୍ଷର ଦ୍ଵିତୀୟ ଗ୍ରହଣ ତଥା ପ୍ରଥମ ସୂର୍ଯ୍ୟଗ୍ରହଣ ଆସନ୍ତା ଜୁନ୍ ୧୦ ତାରିଖ ଗୁରୁବାରରେ ହେବାକୁ ଯାଉଛି। ଏହି ସୂର୍ଯ୍ୟଗ୍ରହଣ ଭାରତୀୟ ସମୟ ଅନୁସାରେ ଦିନ ୧ଟା ୪୨ମିନିଟ୍ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ।

ସୂର୍ଯ୍ୟଗ୍ରହଣ ଆରମ୍ଭ ହେବାର ଠିକ୍ ୧୨ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇଯିବ। ତେବେ ଏହି ସୂର୍ଯ୍ୟଗ୍ରହଣରେ ୪ଟି ରାଶିର ଭୟଙ୍କର କ୍ଷତି ହୋଇପାରେ, ଆଉ ୪ଟି ରାଶିର ଭାଗ୍ୟ ବଦଳିବ ଓ ଆଉ ୪ଟି ରାଶିର ଆଂଶିକ ଲାଭ ଓ କ୍ଷତି ଉଭୟ ହୋଇପାରେ।

ମେଷ ରାଶି- ଆପଣଙ୍କ ରାଶି ଉପରେ ସୂର୍ଯ୍ୟଗ୍ରହଣର ଅଶୁଭ ପ୍ରଭାବ ପଡ଼ିବ। ଏହି ପ୍ରଭାବକୁ କମ୍ କରିବା ପାଇଁ ସୂର୍ଯ୍ୟଗ୍ରହଣ ସମୟରେ ଆପଣ ନିଜ ଇଷ୍ଟଦେବଙ୍କ ମନ୍ତ୍ର ଉଚ୍ଚାରଣ କରନ୍ତୁ ବା ହନୁମାନ ଚାଳିଶା ପାଠ କରନ୍ତୁ।

ବୃଷ ରାଶି- ସୂର୍ଯ୍ୟଗ୍ରହଣ ଆପଣଙ୍କ ରାଶିରେ ଲାଗୁ ଥିବାରୁ ଆପଣଙ୍କ ଉପରେ ଏହାର ଅତ୍ୟନ୍ତ ଅଶୁଭ ପ୍ରଭାବ ପଡ଼ିବାକୁ ଯାଉଛି। ଏଥିରୁ ବଞ୍ଚିବା ପାଇଁ ଗ୍ରହଣ କାଳ ପୂର୍ବରୁ ଗଣେଶଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ ଓ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ।

ମିଥୁନ ରାଶି- ସୂର୍ଯ୍ୟଗ୍ରହଣର ପ୍ରତିକୂଳ ପ୍ରଭାବ ସିଧା ମିଥୁନ ରାଶିର ବୈବାହିକ ଜୀବନରେ ପଡ଼ିବ। ଏଥିରୁ ବଞ୍ଚିବା ପାଇଁ ସୂତକ କାଳରୁ ଗ୍ରହଣ ଶେଷ ପର୍ଯ୍ୟନ୍ତ ‘ଓଁ ନମଃ ଭଗବତେ ବାସୁଦେବାୟ ନମଃ’ ମନ୍ତ୍ରର ଜପ କରନ୍ତୁ।

କର୍କଟ ରାଶି- ଆପଣଙ୍କ ଉପରେ ଅନେକ କ୍ଷେତ୍ରରେ ସୂର୍ଯ୍ୟଗ୍ରହଣ ଶୁଭ ପରିଣାମ ଦେବ ଓ ଅନେକ ମାମଲାରେ ଅଶୁଭ ମଧ୍ୟ ରହିବ। ସେଥିରୁ ମୁକ୍ତି ପାଇଁ ଗ୍ରହଣ କାଳରେ ଭଗବାନ ଶିବଙ୍କ ଆରାଧନା କରନ୍ତୁ।

ସିଂହ ରାଶି- ସୂର୍ଯ୍ୟଗ୍ରହଣ ସିଂହ ରାଶିର ପ୍ରେମ ସମ୍ବନ୍ଧ ଓ ସନ୍ତାନ ମାନଙ୍କୁ କଷ୍ଟ ପହୁଞ୍ଚାଇ ପାରେ। ଏହାର ଉପାୟ ସ୍ୱରୂପ ଏହି ସମୟରେ ଆପଣ ଓଁ ଆଦିତ୍ୟାୟ ନମଃ ମନ୍ତ୍ର ଜପ କରନ୍ତୁ।

କନ୍ୟା ରାଶି- କନ୍ୟା ରାଶି ଲୋକ ସୂର୍ଯ୍ୟଙ୍କ ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ସୂର୍ଯ୍ୟଙ୍କ ବୀଜ ମନ୍ତ୍ର ପୁରା ଗ୍ରହଣ କାଳରେ ଜପ କରନ୍ତୁ।

ତୁଳା ରାଶି- ତୁଳା ରାଶି ପାଇଁ ସୂର୍ଯ୍ୟଗ୍ରହଣ କିଛି ପ୍ରତିଶତ ସକାରାତ୍ମକ ଫଳ ଦେବ। ଏହି ସକାରାତ୍ମକତା କୁ ବଢ଼ାଇବା ପାଇଁ ମା ଦୂର୍ଗାଙ୍କ ମନ୍ତ୍ର ଜପ କରନ୍ତୁ।

ବିଛା ରାଶି- ଆପଣଙ୍କୁ ଏହି ସମୟରେ ଆର୍ଥିକ ସମସ୍ୟା ସହ ପରିବାରରେ ବିବାଦର ସମ୍ମୁଖୀନ ହେବାକୁ ପଡିପାରେ। ଏହି ଅଶୁଭ ପ୍ରଭାବରୁ ବଞ୍ଚିବା ପାଇଁ ପାଇଁ ଆପଣ ସୁନ୍ଦରକାଣ୍ଡ ପାଠ କରନ୍ତୁ।

ଧନୁ ରାଶି- ଆପଣଙ୍କ ଉପରେ ସୂର୍ଯ୍ୟଗ୍ରହଣର ସବୁଠୁ ଅଧିକ ପ୍ରଭାବ ପଡ଼ିବ। ଉପାୟ ସ୍ୱରୂପ ଗ୍ରହଣ କାଳରେ ବିଷ୍ଣୁ ସହସ୍ତ୍ର ନାମ ପାଠ କରନ୍ତୁ।

ମକର ରାଶି- ଏହି ସମୟରେ ଆପଣଙ୍କ ଖର୍ଚ୍ଚ ବଢିପାରେ ଓ କୌଣସି ଗମ୍ଭୀର ରୋଗର ସାମନା କରିବାକୁ ମଧ୍ୟ ପଡ଼ିପାରେ। ଉପାୟ ସ୍ୱରୂପ ଗ୍ରହଣ କାଳରେ ଭଗବାନ ଶିବଙ୍କ ମନ୍ତ୍ର ଉଚ୍ଚାରଣ କରନ୍ତୁ।

କୁମ୍ଭ ରାଶି- ସୂର୍ଯ୍ୟଗ୍ରହଣ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ଆଣିଦେବ। ସେଥିପାଇଁ ଆପଣଙ୍କୁ କୌଣସି ଉପାୟ କରିବା ଆବଶ୍ୟକ ନାହିଁ। ଯଦି ଚାହୁଁଛନ୍ତି ଗ୍ରହଣ କାଳ ପରେ ପିପ୍ପଳ ବୃକ୍ଷ ତଳେ ସୋରିଷ ତେଲର ଦୀପ ଜଳାନ୍ତୁ।

ମୀନ ରାଶି- ସୂର୍ଯ୍ୟଗ୍ରହଣ ଆପଣଙ୍କ ପିତାଙ୍କ ସ୍ବାସ୍ଥ୍ୟରେ ପ୍ରଭାବ ପକାଇ ପାରେ ବା ତାଙ୍କ ସହ ସମ୍ବନ୍ଧ ଖରାପ ହୋଇପାରେ। ଉପାୟ ସ୍ୱରୂପ ଗ୍ରହଣ ପରେ କୌଣସି ଗରିବ ବ୍ୟକ୍ତିଙ୍କୁ ଗହମ ଦାନ କରନ୍ତୁ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।