ସୂର୍ଯ୍ୟାସ୍ତ ସମୟରେ ଭୁଲ୍ ରେ ବି କରନ୍ତୁ ନାହିଁ ଏହି କାମ

ଧର୍ମ ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ର ବିଶେଷ ମହତ୍ତ୍ଵ ରହିଛି । ଶାସ୍ତ୍ର ରେ ସେ ସବୁକାମ କୁହାଯାଇଛି ଯାହା ସୂର୍ଯ୍ୟାସ୍ତ ସମୟରେ କରିବା ଅନୁଚିତ୍ । ଏହି ସବୁ କାମ କଲେ ଘରେ ଅଶାନ୍ତି ଓ ଦରିଦ୍ରତା ଆସିଥାଏ । ଏଥିପଇଁ ଆପଣ ଧର୍ମ ଶାସ୍ତ୍ର ରେ ବିଶ୍ବାସ କରନ୍ତି ତ, ଏହାକୁ ଥରେ ନିଶ୍ଚୟ ପଢନ୍ତୁ । ଗରୁଡ ପୁରାଣରେ ଏ କାର୍ଯ୍ୟ ର ବର୍ଣ୍ଣନା କରାଯାଇଛି ।

୧. ସୂର୍ଯ୍ୟାସ୍ତ ରେ ତୁଳସୀ କୁ ଛୁଇଁବେନି –

ସନ୍ଧ୍ୟା ବେଳେ ତୁଳସୀ ମୂଳରେ ଦୀପ ଜାଳନ୍ତୁ, ହେଲେ ଛୁଅନ୍ତୁନି । ତୁଳସୀଙ୍କୁ ଦେବୀ କୁହାଯାଏ । ସନ୍ଧ୍ୟା ବେଳ ବିଶ୍ରାମର ସମୟ ହୋଇଥାଏ । ତେଣୁ ଏ ସମୟରେ ଛୁଇଁଲେ ପାପ ଲାଗିଥାଏ ।

୨. ସନ୍ଧ୍ୟା ରେ ଝାଡୁ କରନ୍ତୁ ନାହିଁ –

ଏ କଥା ସବୁବେଳେ ଧ୍ୟାନ ରଖନ୍ତୁ ଯେ ସନ୍ଧ୍ୟା ବେଳେ କେବେ ଘର ଝାଡୁ କରନ୍ତୁ ନାହିଁ । କାରଣ ଏହା ଦ୍ବାରା ସକାରାତ୍ମକ ଊର୍ଜା ବାହାରକୁ ବାହାରି ଯାଏ । ଘରେ ଦରିଦ୍ରତା ଆସିଥାଏ । ତେଣୁ ସନ୍ଧ୍ୟା ପୂର୍ବରୁ ଘର ଝାଡୁ କରିବା ଉଚିତ୍ ।

୩. ଘରେ ଝଗଡ଼ା କରନ୍ତୁ ନାହିଁ –

ସନ୍ଧ୍ୟା ସମୟ ପୂଜା ପାଠ ପାଇଁ ହୋଇଥାଏ । ଏହି ସମୟ ରେ ଶାନ୍ତି ବାତାବରଣ ରଖନ୍ତୁ । ହେଲେ ବାଦ ବିବାଦ କରିବା ଦ୍ଵାରା ଅଶାନ୍ତି ବଢେ । ଯାହା ଘରେ ଅଶାନ୍ତି ଥାଏ, ସେଠି ନକାରାତ୍ମକ ଊର୍ଜା ବାସ କରେ ।

୪.ସୂର୍ଯ୍ୟାସ୍ତ ସମୟ ରେ ଶୁଅନ୍ତୁ ନାହିଁ –

ସନ୍ଧ୍ୟା ରେ ଶୋଇଲେ ସ୍ବାସ୍ଥ୍ୟ ଖରାପ ହୋଇଥାଏ । ଯେଉଁମାନେ ସନ୍ଧ୍ୟାରେ ଶୁଅନ୍ତି ସେମାନେ ମୋଟାପଣ ‌ର‌ ଶିକାର‌ ହୁଅନ୍ତି । ଏମିତି କି ସେ ଘରେ ଲକ୍ଷ୍ମୀ ବାସ କରି ନଥାନ୍ତି ।