କରୋନା ପଜିଟିଭ ହେଲେ କଂଗ୍ରେସ ବିଧାୟକ Sura Routray, ଅନୁରୋଧ କରି ଲୋକଙ୍କୁ କହିଲେ କିଛି ଏମିତି…

ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ବା ଆପଣଙ୍କ ପ୍ରିୟ ସୁରଭାଇ କରୋନାରେ ଆ-କ୍ରା-ନ୍ତ ହୋଇଛନ୍ତି । ତାଙ୍କ ସ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ ଉଭୟ ବର୍ତ୍ତମାନ ସଙ୍ଗରୋଧରେ ରହିଛନ୍ତି ଓ ଉଭୟଙ୍କ ସ୍ବାସ୍ଥ୍ୟବସ୍ଥା ମଧ୍ୟ ଭଲ ରହିଥିବା ଜଣାପଡିଛି । ପୂର୍ବରୁ କରୋନାର ଦୁଇଟି ଯାକ ଲହର ବେଳେ କରୋନା ଓ ସଚେତନତାକୁ ନେଇ ସୁର ନିଜ ମନ୍ତବ୍ୟ ପାଇଁ ଖୁବ ଚର୍ଚ୍ଚାରେ ରହିଥିଲେ ।

ସେ କେବେ ମଧ୍ୟ ମାସ୍କ ପିନ୍ଧିବେ ନାହିଁ କି କେବେ ହେଲେ କରୋନାରେ ସଂକ୍ରମିତ ହେବେ ନାହିଁ ବୋଲି କହି ଆସୁଥିଲେ । ଏପରିକି କରୋନା ନିୟମ ଓ ସଙ୍ଗରୋଧକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇ ଆସୁଥିଲେ । କିନ୍ତୁ ଏବେ ସେ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକାଲି ତାଙ୍କ ନମୁନା ପରୀକ୍ଷା କରା ଯାଇଥିବା ବେଳେ ରିପୋର୍ଟ ପଜିଟିଭ ଆସିଥିଲା । ତେବେ ବିଗତ ଦିନ ମାନଙ୍କରେ ତାଙ୍କ ସଂସ୍ପର୍ଶରେ ରହିଥିବା ଲୋକଙ୍କୁ ମଧ୍ୟ ସତର୍କ ରହିବା ସହ ଆବଶ୍ୟକ ସ୍ଥଳେ ନମୁନା ପରୀକ୍ଷା କରିବାକୁ ସୁର ରାଉତରାୟ ପରାମର୍ଶ ଦେଇଛନ୍ତି ।

ତେବେ ସୁରଭାଇ କରୋନାରେ ସଂକ୍ରମିତ ହୋଇଥିବା ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସବୁବେଳେ ବିଭିନ୍ନ ବିଷୟ ବା ଘଟଣା ଉପରେ ନିଜ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ରୁହନ୍ତି ସୁରଭାଇ । ସେ ନିର୍ଭୟରେ ନିଜର ମନ୍ତବ୍ୟ ଲୋକଙ୍କ ଆଗରେ ପ୍ରକାଶ କରନ୍ତି ଓ କାହାରିକୁ ମଧ୍ୟ ଛାଡନ୍ତି ନାହିଁ । ତାଙ୍କ ବେବାକ୍ କଥା କହିବା ଗୁଣକୁ ଖୁବ୍ ପସନ୍ଦ କରନ୍ତି ଓଡିଶାର ଯୁବପିଢି । ଓଡିଶାର ସମସ୍ତ ରୀତିନୀତି ପରମ୍ପରା ଓ ଖାଦ୍ଯପେୟ ପ୍ରତି ତାଙ୍କର ପ୍ରେମ ମଧ୍ୟ ସେ ଅନେକ ସମୟରେ ପ୍ରକାଶ କରନ୍ତି ।

ଆଉ ସ୍ତ୍ରୀଙ୍କ ପ୍ରତି ତାଙ୍କର ପ୍ରେମ ବା କାହାକୁ ଅଛପା । ବୟସର ଏହି ଅପରାହ୍ନରେ ଆଜି ବି ଉଭୟଙ୍କ ମଧ୍ୟରେ ରହିଛି ଅନାବିଳ ପ୍ରେମ । ନିକଟରେ ଓଡିଶା ବନ୍ଦ ଡାକରା ବେଳେ ସୁର ଭାଇଙ୍କୁ ଦେଖିବାକୁ ମିଳିଥିଲା ଓ ଏହାପରେ ଦେଶ ସ୍ଵାଧୀନତା ଉପରେ କଙ୍ଗନାଙ୍କ ମନ୍ତବ୍ୟ ଯୋଗୁଁ ତାଙ୍କୁ ଭର୍ତ୍ସନା କରୁଥିବାର ଭି-ଡି-ଓ ମଧ୍ୟ ପ୍ରକାଶ ପାଇଥିଲା । ତେବେ କେବେ ହେଲେ କରୋନାରେ ସଂକ୍ରମିତ ହେବେ ଏବଂ ମାସ୍କ ମଧ୍ୟ ପିନ୍ଧିବେ ନାହିଁ କହି ଆସୁଥିବା ସୁର ଭାଇ ଏବେ କରୋନାରେ ଚିକିତ୍ସିତ ହେବା ସହ ସଙ୍ଗରୋଧରେ ମଧ୍ୟ ରହିଛନ୍ତି ।

ତେବେ ସୁର ଭାଇ ତାଙ୍କ ଧର୍ମପତ୍ନୀ ଶୀଘ୍ର ସୁସ୍ଥ ହୋଇଯାନ୍ତୁ ବୋଲି ତାଙ୍କର ଶୁଭଚିନ୍ତକ ମାନେ ପ୍ରାର୍ଥନା କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।