ଜାଣନ୍ତୁ ସୁନ୍ଦରକାଣ୍ଡ ସହ ଜଡିତ ଏହି ବିଶେଷ କଥା ଯାହା ଆଜି ବି ଅନେକ ଲୋକ ଜାଣି ନାହାନ୍ତି, ଜାଣନ୍ତୁ

ଅନ୍ୟମାନଙ୍କୁ ପଢିବାର ସୁଯୋଗ ଦିଅନ୍ତୁ

ପିଲାବେଳୁ ହିଁ ଆମେ ସମସ୍ତେ ରାମାୟଣର କାହାଣୀ ଶୁଣିଛୁ କିମ୍ବା ଦେଖି ଆସିଛୁ । ଏମିତି ତ ରାମାୟଣର କଥା ବହୁତ ରୋମାଞ୍ଚକ ଓ ସୁନ୍ଦର ଅଟେ, କିନ୍ତୁ ଏଥିରେ ଥିବା ଗୋଟିଏ ଅଧ୍ୟାୟ ଯାହାକି ‘ସୁନ୍ଦର କାଣ୍ଡ’ ନାମରେ ବର୍ଣନା ରାମାୟଣରେ ଶୁଣିବାକୁ ମିଳେ, ଯାହା ଏହି କଥାକୁ ଅତ୍ୟଧିକ ସୁନ୍ଦର କରାଇଥାଏ ।

ପ୍ରାୟତଃ ଆପଣମାନେ ଦେଖିଥିବେ କି ଯେତେବେଳେ ବି ଘରେ କିମ୍ବା ଆଖପାଖରେ କୌଣସି ଶୁଭ କାର୍ଯ୍ୟ କରାଯାଏ ତେବେ ସେଠି ରାମାୟଣ କିମ୍ବା ସୁନ୍ଦରକାଣ୍ଡର ପାଠ କରାଯାଏ । ଏହା ଏଥିପାଇଁ କରାଯାଏ ଯାହା ପାଇଁ ଆମ ଉପରେ ଭଗବାନଙ୍କର କୃପା ଦୃଷ୍ଟି ରହିବ ।

ଆପଣଙ୍କୁ କହିଦେଉଛୁ କି ସମସ୍ତେ ହନୁମାନଙ୍କର ପୂଜା କରିଥାନ୍ତି । ପ୍ରାୟତଃ ଲୋକମାନେ ହନୁମାନଙ୍କର ସୁନ୍ଦରକାଣ୍ଡ ପାଠ ମଧ୍ୟ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସୁନ୍ଦରକାଣ୍ଡ ସହିତ ଜଡିତ ଏକ କିଛି ବିଶେଷ କଥା ବିଷୟରେ କହିବାକୁ ଯାଉଛୁ ।

କେମିତ ପଡିଲା ତାହାର ନାମ “ସୁନ୍ଦରକାଣ୍ଡ”

ରାମାୟଣର ବିଖ୍ୟାତ ଅଧ୍ୟାୟ ସୁନ୍ଦରକାଣ୍ଡରେ ରାମଦୂତ ପବନପୁତ୍ର ହନୁମାନଙ୍କର ଯଶୋଗାନ କରାଯାଇଛି ଏବଂ ସେଥିପାଇଁ ସୁନ୍ଦରକାଣ୍ଡର ନାୟକ ଶ୍ରୀ ହନୁମାନ ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ହନୁମାନ ତ୍ରିକୁଟାଂଚଲ ପର୍ବତ ଉପରେ ଥିବା ଲଙ୍କାଙ୍କୁ ମାତା ସିତାଙ୍କୁ ଖୋଜିବାକୁ ଯାଇଥିଲେ ।

ତ୍ରିକୁଟାଂଚଲ ପର୍ବତ ଅର୍ଥାତ ୩ ଟି ପର୍ବତ ଥିଲା, ପ୍ରଥମ ସୁବୈଲ ପର୍ବତ, ଯାହାର ମଇଦାନରେ ରାମାୟଣର ମାହାଯୁଦ୍ଧ ହୋଇଥିଲା । ଦ୍ଵିତୀୟ ନୀଳ ପର୍ବତ, ଯେଉଁଠି ସମସ୍ତ ରାକ୍ଷସମାନଙ୍କର ମହଲ ଅବସ୍ଥିତ ଓ ତୃତୀୟଟି ସୁନ୍ଦର ପର୍ବତ, ଯେଉଁଠି ଅଶୋକ ବାଟିକା ନିର୍ମିତ ହୋଇଥିଲା ଏବଂ ରାବଣ ମାତା ସିତାଙ୍କୁ ଅପହରଣ କରି ସେହିଠାରେ ହିଁ ରଖିଥିଲା । ସେଠାରେ ହନୁମାନ ଓ ସୀତା ପରସ୍ପରକୁ ଭେଟି ଥିଲେ ।

ଏହି ସବୁ ଘଟଣା ସୁନ୍ଦର ପର୍ବତ ଉପରେ ହୋଇଥିବାରୁ ଏହି ସମସ୍ତ ଦୃଶ୍ୟର ବର୍ଣନାକୁ ସୁନ୍ଦରକାଣ୍ଡ ନାମ ଦିଆଯାଇଛି ।

ଆପଣଙ୍କୁ କହିଦେଉଛୁ କି ଯଦି କେହି ସମସ୍ତ କାର୍ଯ୍ୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ସେହି ବ୍ୟକ୍ତିମାନଙ୍କୁ ସୁନ୍ଦରକାଣ୍ଡର ପାଠ କରିବା ଉଚିତ । ଏହା କରିବା ଦ୍ଵାରା ସେହି ବ୍ୟକ୍ତିକୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ଏହା ସହିତ ଯେଉଁ ବ୍ୟକ୍ତି ନିୟମିତ ରୂପରେ ସୁନ୍ଦରକାଣ୍ଡର ପାଠ କରିଥାଏ ତାହାର ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଏ । ଏହା ସହିତ ଏହି ପାଠରେ କୁହାଯାଇଛି କି କେଉଁ ଭଳି ଭାବରେ ହନୁମାନ ନିଜର ବୁଦ୍ଧି, ବଳ ଦ୍ଵାରା ମାତା ସୀତାଙ୍କୁ ଖୋଜିଥିଲେ ଏବଂ ତାଙ୍କର ଏହି ସଫଳତାକୁ ମନେ ପକାଯାଇଥାଏ ।


ଅନ୍ୟମାନଙ୍କୁ ପଢିବାର ସୁଯୋଗ ଦିଅନ୍ତୁ

Reply