ସୁନା ଚାନ୍ଦି ରେଟ କମିଲା, ଦେଖନ୍ତୁ ବର୍ତ୍ତମାନର ଦାମ

ସୁନା ଓ ଚାନ୍ଦିର ଦାମ କମ ହୋଇ ଯାଇଛି । India Bullion And Jewellers Association Ltd. ଅନୁସାରେ ସୋମବାର ଅପେକ୍ଷା ସୁନା ଚାନ୍ଦିର ଦାମ କିଛି କମ ହେଉଥିବାର ଦେଖା ଯାଉଛି । ମଙ୍ଗଳବାର ସକାଳ ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ୪୭,୧୫୦ କୁ ଆସି ଯାଇଛି । କିନ୍ତୁ ଏହା ପୂର୍ବରୁ ସୋମବାର ଦିନ ସୁନା ୪୭,୭୦୦ ଟଙ୍କା ପ୍ରତି ୧୦ ଗ୍ରାମରେ ବିକ୍ରି ହୋଇଥିଲା ।

ଅନ୍ୟ ପଟେ ଚାନ୍ଦି କିଲୋ ପ୍ରତି ୧୦ ଟଙ୍କା ବୃଦ୍ଧି ପାଇ ୫୦,୧୬୦ ଟଙ୍କା ପ୍ରତି କିଲୋ ଉପରେ ଆସିଯାଇଛି । India Bullion And Jewellers Association Ltd.ର ୱେବସାଇଟ ସବୁଦିନ ସୁନା ଚାନ୍ଦିର ଦାମକୁ ଅପଡେଟ କରିଥାଏ । ଅନ୍ୟ ପଟେ ମଙ୍ଗଳବାର ଦିନ ୨୩ କ୍ୟାରେଟ ସୁନା ଅର୍ଥାତ ଗୋଲ୍ଡ ୯୯୫ରୁ ୧୭୫ ଟଙ୍କା ତଳକୁ ଖସିବାର ଦେଖା ଯାଉଛି । ୨୩ କ୍ୟାରେଟ ୧୦ ଗ୍ରାମ ସୁନାର ଦାମ ମଙ୍ଗଳବାର ସକାଳେ ୪୬,୬୩୨ ଟଙ୍କା ଉପରେ ଆସି ଯାଇଛି ।

ଯେତେବେଳେ କି ଏହା ସୋମବାରକୁ ୪୭,୧୦୫ ଟଙ୍କା ଉପରେ ଥିଲା । ଅନ୍ୟ ପଟେ ୨୨ କ୍ୟାରେଟ ସୁନାର ଦାମ ବି ୧୬୧ ଟଙ୍କା ପ୍ରତି ୧୦ ଗ୍ରାମ କମ ହୋଇ ଯାଇଥିଲା । ଅନ୍ୟ ପଟେ ୧୮ କ୍ୟାରେଟ ସୁନାର ମୂଲ୍ୟ ୩୫,୧୧୪ ଟଙ୍କା ପ୍ରତି ୧୦ ଗ୍ରାମ ଉପରେ ଆସି ଯାଇଛି । ମଲ୍ଟୀ କମୋଡିଟୀ ଏକ୍ସଚେଂଜରେ ଜୁନ ମାସରେ ଡେଲିବରୀ ବାଲା ସୁନାର ଦାମ ୧୩ ଟଙ୍କା କିମ୍ବା ୦.୨୭ ପ୍ରତିଶତ ସହିତ ୪୬,୫୩୫ ଟଙ୍କା ପ୍ରତି ୧୦ ଗ୍ରାମ ହୋଇ ଯାଇଛି । ଯେଉଁଥିରେ ୨୬୫୦ ଲଟ କାରୋବର ହୋଇଛି ।

ସୁନା ଅଗଷ୍ଟ ମାସରେ ଡେଲିବରି ବାଲା ଅନୁବନ୍ଧର ଦାମ ୧୫୮ ଟଙ୍କା କିମ୍ବା ୦.୩୪ ପ୍ରତିଶତ ସହିତ ୪୬,୬୫୧ ଟଙ୍କା ପ୍ରତି ୧୦ ଗ୍ରାମ ହୋଇ ଯାଇଛି । ଯେଉଁଥିରେ ୧୪,୩୬୬ ଲଟ ପାଇଁ କାରୋବାର ହୋଇଛି । ବଜାର ୱିଶ୍ଲେଷକମାନଙ୍କ କହିବା ଅଟେ କି କାରୋବରୀମାନଙ୍କ ଅଧିକ ବିକ୍ରୟ କାରଣରୁ ସୁନାର ଦାମ ବଢି ଯାଇଛି । ବିଶ୍ଵ ସତରରେ ନିଉୟର୍କରେ ସୁନାର ଦାମ ୦.୨୦ ପ୍ରତିଶତ ବଢିବା ସହିତ ୧୭୩୧.୭୦ ଡଲାର ପ୍ରତି ୧୦ ଗ୍ରାମକୁ ହୋଇଯାଇଛି ।

ଶୁକ୍ରବାର ଦିନ ଚାନ୍ଦିର ଦାମ ୦.୧୩ ପ୍ରତିଶତ ସହିତ ୪୮,୬୧୯ ଟଙ୍କା ୧ କିଲୋକୁ ହୋଇ ଯାଇଛି । ମଲ୍ଟୀ କମୋଡିଟୀ ଏକ୍ସଚେଂଜରେ ଜୁଲାଈ ଡିଲୀବରୀ ପାଇଁ ଚାନ୍ଦିର ଦାମ ୬ ଟଙ୍କା କିମ୍ବା ୦.୧୩ ପ୍ରତିଶତ ବଢିବା ସହିତ ୪୮,୬୧୯ ଟଙ୍କା ପ୍ରତି କିଲୋ ହୋଇ ଯାଇଛି । ଯେଉଁଥିରେ ୧୧,୦୭୭ ଲଟ ପାଇଁ କାରୋବାର ହୋଇଛି ।

ଏହି ପ୍ରକାରର ସେପ୍ଟେମ୍ବର ମାସରେ ଡେଲିବରି ବାଲା ଚାନ୍ଦିର ଦାମ ୮୨ ଟଙ୍କା କିମ୍ବା ୦.୧୭ ପ୍ରତିଶତ ସହିତ ୪୯୨୪୨ ଟଙ୍କା ପ୍ରତି କିଲୋ ହୋଇ ଯାଇଛି । ଯେଉଁଥିରେ ୫୭୧ ଲଟ ପାଇଁ କାରୋବାର ହୋଇଛି । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।