ଏହି ଉପାୟରୁ ମିଳିବ ମା ‘ ଲକ୍ଷ୍ମୀଙ୍କ ବିଶେଷ କୃପା, ଶୁକ୍ରବାର ଦିନ କଲେ ଆର୍ଥିକ ସମସ୍ୟା ହେବ ଦୂର

ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କ ପାଇଁ ସମର୍ପିତ ଅଟେ । ଶୁକ୍ରବାର ଦିନ ମା’ ସନ୍ତୋଷିଙ୍କର ମଧ୍ୟ ଦିନ ହୋଇଥାଏ । ମୁଖ୍ୟତଃ ଝିଅ ଓ ମହିଳାମାନେ ମା ସନ୍ତୋଷିଙ୍କ ବ୍ରତ କରିଥାନ୍ତି । ଏହି ବ୍ରତ କରିବା ଦ୍ଵାରା ଜୀବନରୁ କଷ୍ଟ ଦୂର ହୋଇଯାଏ ଓ ମାତାଙ୍କ ଆଶୀର୍ବାଦ ମିଳିଥାଏ । ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ଯଦି ମା’ ଲକ୍ଷ୍ମୀଙ୍କର କୃପା କୌଣସି ଲୋକ ଉପରେ ରହିବ ତେବେ ତାକୁ ଧନ ଜନିତ ସବୁ ସମସ୍ୟାରୁ ମୁକ୍ତି ମିଳିବ ।

ଆଜି ଆମେ ଆପଣଙ୍କୁ ଏହି ଶୁକ୍ରବାର କରିବାର ଉପାୟଗୁଡିକ କହିବାକୁ ଯାଉଛୁ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନର ଆର୍ଥିକ ପରିସ୍ଥିତିରେ ସୁଧାର ଆସି ପାରିବ ।

ଆସନ୍ତୁ ଜାଣିବା ମା’ ଲକ୍ଷ୍ମୀଙ୍କର ବିଶେଷ କୃପା ପାଇବା ପାଇଁ କେଉଁ ଉପାୟ ଗୁଡିକୁ କରିବା

ଆମେ ସମସ୍ତେ ଜାଣିଛୁ ଧନର ଦେବୀ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ପତ୍ନୀ ଅଟନ୍ତି । ଯଦି ଆପଣ ଶୁକ୍ରବାର ଦିନ ଦକ୍ଷିଣବର୍ତ୍ତୀ ଶଙ୍ଖରେ ଜଳ ଭରି ଭଗବାନ ବିଷ୍ଣୁଙ୍କ ଅଭିଷେକ କରିବେ ତେବେ ମା’ ଲକ୍ଷ୍ମୀ ଖୁସି ହୋଇ ଧନ ଜନିତ ସମସ୍ୟାରୁ ମୁକ୍ତି ଦେବେ ।

 

ହିନ୍ଦୁ ଧର୍ମରେ ବହୁତ ପରମ୍ପରା ରହିଛି ଯାହାକୁ ପାଳନ କଲେ ବହୁତ ଲାଭ ମିଳିଥାଏ । ଆମେ ସମସ୍ତ ଦେବାଦେବୀଙ୍କୁ ଦୀପ ଜଳାଇ ପୂଜା ଅର୍ଚନା କରିଥାଉ । ଯଦି ଆପଣ ଶୁକ୍ରବାର ଦିନ ଐଶାନ୍ୟ କୋଣରେ ଦୀପ ଜାଳିବେ ତେବେ ଆପଣଙ୍କ ଜୀବନରେ ତୁରନ୍ତ ଶୁଭ ପ୍ରଭାବ ପଡିବ । ଆପଣ ଏହି କଥାର ଧ୍ୟାନ ଦେବା ଉଚିତ କି ଦୀପରେ ଯେଉଁ ବତି ଜଳାଯିବ ତାହା ଲାଲ ରଙ୍ଗର ହେବା ଉଚିତ ।

କୁଆଁରୀ ଝିଅମାନଙ୍କୁ ମା’ ଲକ୍ଷ୍ମୀଙ୍କର ରୂପ ବୋଲି କୁହାଯାଏ । ଯଦି ଆପଣ ଶୁକ୍ରବାର ଦିନ ତିନି ଜଣ କୁଆଁରୀ ଝିଅଙ୍କୁ କ୍ଷୀରି ଖାଇବାକୁ ଦେବେ ଓ ଦକ୍ଷିଣା ସ୍ୱରୂପ କିଛି ଉପହାର ଦେବେ ତେବେ ମା’ ଲକ୍ଷ୍ମୀଙ୍କ କୃପାର ପାତ୍ର ହେବେ ।

ଯଦି ଆପଣ ଶୁକ୍ରବାର ଦିନ ୫ ଟି ହଳଦିଆ କଉଡି ସହ କିଛି କେଶର ଓ ଏକ ଚାନ୍ଦିକୁ ଏକ ହଳଦିଆ କପଡାରେ ବାନ୍ଧି ନିଜ ତିଜୋରିରେ ରଖିବେ ତେବେ ଆପଣଙ୍କୁ କିଛି ଦିନରେ ହିଁ ଧନ ଲାଭ ହେବ ।

ଆପଣମାନେ ନିଜ ଆର୍ଥିକସ୍ଥିତିକୁ ସୁଦୃଢ କରିବାକୁ ଏହି ଉପାୟ ଗୁଡିକୁ ଅବଲମ୍ବନ କରିପାରିବେ ଓ ଏହା ଦ୍ଵାରା ଧନ ବୃଦ୍ଧିର ସୁଯୋଗ ମଧ୍ୟ ରହିଛି । ଆପଣ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପାଇପାରିବେ ।