ଶୁକ୍ରବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ କି କାହାରିକୁ ବି ଦିଅନ୍ତୁ ନାହିଁ ଏହି ଜିନିଷ, ହେଇଯିବେ ଲକ୍ଷ୍ମୀଛଡା- Vastu Shastra

ବନ୍ଧୁଗଣ ଜାଣିଛନ୍ତି ଯେ ସପ୍ତାହରେ ସାତ ଦିନ ହୋଇଥାଏ । ଯାହାକି କୌଣସି ନା କୌଣସି ଗ୍ରହର ଅଧୀନ ହୋଇଥାଆନ୍ତି । ଏଥିପାଇଁ ଗ୍ରହର ଚାଳନ ଅନୁସାରେ ଆମର ଦୈନଦିନ ଜୀବନରେ ତାହାର ପ୍ରଭାବ ପଡିଥାଏ । ସପ୍ତାହରେ ଦିନଟିଏ ଥାଏ ଯାହାକି ଆମର ଜନ୍ମ ଜାତକ ସହିତ ସଂଯୋଗ ରହିଥାଏ । ଏବଂ ସେହି ଦିନ ଯେଉଁ ବାରର ଅଧିପତି ହୋଇଥାଆନ୍ତି । ତାଙ୍କର ଦ୍ରୁଷ୍ଟି ସଦା ସର୍ବଦା ଆମ ଉପରେ ରହିଥାଏ ।

ଯାହାର କି ଭଲ କିମ୍ବା ଖରାପ ପ୍ରଭାବ ଆମର ଜୀବନ ଜୀବିକା ଉପରେ  ପଡିଥାଏ । ଆମର ଜନ୍ମ ସମୟରେ ଜାତକରେ ସେହି ଗ୍ରହର ସ୍ଥିତି ଅନୁସାରେ ଆମରବ୍ୟବହାର ବ୍ୟକ୍ତିତ୍ବ ସଫଳତା  ଓ ଅସଫଳତ ଇତ୍ୟାଦି ସମସ୍ତ ମହତ୍ଵ ପୂର୍ଣା ବିଷୟରେ ନିର୍ଭର କରିଥାଏ ।

ଆମର ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଓ ନକ୍ଷତ୍ରରେ ଜଡିତ ସମସ୍ତ ସମସ୍ୟାର ସମାଧାନ ବିଷୟରେ ବରଣିତ ରହିଅଛି । ଆମର ଜାତକରେ କୌଣସି ଗ୍ରହର କୃ ଦ୍ରୁଷ୍ଟି ରହିଥାଏ ତେବେ ସେହି କୃ ପ୍ରଭାବରୁ ରକ୍ଷା ପାଇବା ପାଇଁ ଶ୍ରେଷ୍ଠ ଉପାୟ ମାନ ରହିଛି । ଆଜି ଆମେ ଆଲୋଚନା କରିବା କି ସପ୍ତାହର ପଞ୍ଚମ ଦିନ ବା ଶୁକ୍ରବାର ଦିନ କଥା ।

ଏହି ଶୁକ୍ରବାର ଅଧିପତି ହେଉଛନ୍ତି ଶୁକ୍ର ଗ୍ରହ ଯାହାକୁ କି ପ୍ରେମ ବିବାହ ଆନନ୍ଦ ଓ ସୁଖ ସମୃଦ୍ଧିର ପ୍ରତୀକ ବୋଲି ମାନିଥାଆନ୍ତି । ଶୁକ୍ରବାର ହେଉଛି ମହଲଖ୍ମୀଙ୍କର ଯାହାକି ସମର୍ପିତ ଅଟେ । ଏଥିପାଇଁ ଶୁକ୍ରବାରଟି ମହଲଖ୍ମୀଙ୍କ ପ୍ରସନ୍ନ କରିବାର ଦିନଟିଏ । ଏବଂ ଯଦି ମହାଲକ୍ଷ୍ମୀ ଆମ ପ୍ରତି କୃପା କରନ୍ତି ତେବେ ଆମର ଜୀବନ ସୁଖ ସମୃଦ୍ଧିରେ ଭରିଯାଇଥାଏ ।

ଏହା ସହିତ ଶୁକ୍ରବାର ଦିନ ମଧ୍ୟ ସନ୍ତୋଷି ମାଙ୍କର ବାର ମଧ୍ୟ ହୋଇଥାଏ । ଏବଂ ଏହି ଶୁକ୍ରବାରଟି ତିରୁପତି ବାଲାଜିଙ୍କର ବାର ହୋଇଥାଏ । ଆସନ୍ତୁ ଜାଣିବା ଶୁକ୍ରବାର ଦିନ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ  କେଉଁ କେଉଁ ଉପାୟମାନ ଅଛି । ଏହାପରେ ଶୁକ୍ର ଗ୍ରହ ଆମ ଜୀବନ ଉପରେ କଣ ପ୍ରଭାବ ପଡିଥାଏ ତାହା ଜାଣିବା ।

୧- ଯେତେବେଳେ ମା ଲକ୍ଷ୍ମୀଙ୍କ ଆରାଧନା କରୁଛନ୍ତି ସେତେବେଳେ ବିଷ୍ଣୁ ମଧ୍ୟ ସ୍ମରଣ କରନ୍ତୁ । ତେବେ ଯାଇ ମାତା ଲକ୍ଷ୍ମୀ ଆପଣଙ୍କର ପୂଜାକୁ ଗ୍ରହଣ କରିବେ ।

୨- ମା ଲକ୍ଷ୍ମୀଙ୍କ ଲାଲ ରଙ୍ଗର ଜିନିଷ ପ୍ରତି ବେଶି ଆକୃଷ୍ଟ ହୋଇଥାଆନ୍ତି । ଏଥିପାଇଁ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ମନ୍ଦିର ଯାଇ ମାଙ୍କୁ ନାଲି ରଙ୍ଗର ବସ୍ତ୍ରର ନାଲି ଫୁଲ ନାଲି ଚୁଡି ନାଲି ସିନ୍ଦୁର କୁକୁମ ନାଲି ଓଢଣି ଇତ୍ୟାଦି ମାତାଙ୍କୁ ଆରପଣ କରନ୍ତୁ । ଏହି ଦିନ କୌଣସି ସାଧବ ମଣିଷକୁ ସାଧବ ସାମ୍ରାଗୀ ଦାନ ଦେବା ସହିତ କୌଣସି କନ୍ୟାକୁ ଭୋଜନ ଦିଅନ୍ତୁ ।

୩ – ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ବ୍ରତ କରିବାର ମାନ୍ୟତା ରହିଛି । ଯାହାକୁ କି ବୈଭବ ଲକ୍ଷ୍ମୀ ବ୍ରତ ବୋଲି କହିଥାଆନ୍ତି । ନିଜର କୌଣସି ମନୋସ୍କାମନା ପୁରୁଣା କରିବା ପାଇଁ ଏଗାର କିମ୍ବା ୨୧ ଶୁକ୍ରବାର ବୈଭବ ଲାଖମୀଙ୍କର ବ୍ରତର ସଙ୍କଳପ ନିଆଯାଇଥାଏ । ବ୍ରତ ପାଳନ କରୁଥିବା ମହିଳାମାନେ ଦିନରେ ଉପାସ ରହିଥାଆନ୍ତି ।

ସନ୍ଧ୍ୟା ବେଳେ ମାତା ଲକ୍ଷ୍ମୀଙ୍କର ବିଧି ବିଧାନ ସହିତ ପୂଜା କରିବାର ଅଛି । ଏହି ଦିନ ମା ଲକ୍ଷ୍ମୀଙ୍କର ପୂରଣ ପାଠ କରିବାର ନିୟମ ମଧ୍ୟ ଅଛି । ତା ସହିତ ମିଠା ଭୋଗ ମଧ୍ୟ ଲଗେଇବାର ନିୟମ ମଧ୍ୟ ଅଛି । ଏଗାର କିମ୍ବା ଏକୋଇଶି ଶୁକ୍ରବାର ପୁରୁଣା ହେବା ପରେ ସମାପନ କରାଯାଇଥାଏ । ସ୍ବଚ୍ଛ ମନ ଦ୍ଵାରା ଏହି ବୈଭବ ଲକ୍ଷ୍ମୀଙ୍କର ବ୍ରତ ପାଳନ କଲେ ସମସ୍ତ ମନୋସ୍କମାନା ପୁରୁଣ ହୋଇଥାଏ । ଘରେ ଧନ ଧାନ୍ୟ ସୁଖ ସମୃଦ୍ଧିରେ ପୁରୁଣ ହୋଇଯାଇଥାଏ ।

୪ – ଶୁକ୍ରବାର ଦିନ କୌଣସି ମହିଳାଙ୍କୁ ଅପଶବ୍ଦ କୁହନ୍ତୁ ନାହିଁ । ଘରେ ବାଦ ବିବାଦ କିମ୍ବା ମିଛ କହିବା କାମ ଇତ୍ୟାଦି କରିବା ଉଚିତ ନୁହେଁ । ଏବଂ ଏହି ଦିନ କାହାରିକୁ ଅପମାନ କରନ୍ତୁ ନାହିଁ । ଖାସ କରି ପୁରୁଷ ମାନେ ମହିଳାମାନଙ୍କ ଉପରେ କେବେ ହେଲେ ହାତ ଉଠାନ୍ତୁ ନାହିଁ । ଯଦି ଆପଣଙ୍କ ଗ୍ରହରେ ଶୁକ୍ର ଗ୍ରହ ନୀଚରେ ରହିଥାଆନ୍ତି ।

ତେବେ ଆପଣଙ୍କ ବୈବାହିକ ଜୀବନରେ ଦୁଖ ଦୁର୍ଦଶା ବିଷାଦ ଝଗଡା ଇତ୍ୟାଦି ଦେଖାଦେଇଥାଏ । ଶୁକ୍ରବାର ଦିନ ଗୁଡ ଦାନ କରନ୍ତୁ । ଏବଂ ନିଜେ ମଧ୍ୟ ଗୁଡ ପଣା ପିଅନ୍ତୁ । ଧଳା ରଙ୍ଗର ଜିନିଷ ଦାନକଲେ ଶୁଭ ହୋଇଥାଏ । ଶୁକ୍ରବାର ଦିନ ଉଧାର ନେବା କିମ୍ବା ଉଧାର ଦେବା ଅଶୁଭ ହୋଇଥାଏ । ଶୁକ୍ରବାର ଦିନ ଆମିଷ ଭୋଜନ କରିବା ଅନୁଚିତ । ଏହାର ଧ୍ୟାନ ରଖନ୍ତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।