ଶୁକ୍ରବାର ଦିନ ଘରେ ଥିବା ମନିପ୍ଳାଣ୍ଟ ଗଛରେ ନିହାତି ବାନ୍ଧନ୍ତୁ ଏହି ଜିନିଷ, ସବୁ କଷ୍ଟ ହେବ ଦୂର, ଟଙ୍କାର ମଧ୍ୟ ରହିବ ନାହିଁ ଅଭାବ

ସାଧାରଣ ଭାବେ ସବୁଲୋକଙ୍କ ଘରେ କିମ୍ବା ବାହାରେ ମନିପ୍ଲାଣ୍ଟ ଗଛ ଲଗାଇଥିବାର ଦେଖିଥିବେ । ମନିପ୍ଲାଣ୍ଟ ଗଛକୁ ଘର ସମୃଦ୍ଧି ସହିତ ଯୋଡି ଦେଖା ଯାଇଥାଏ । କୁହାଯାଇଛି କି ଯାହା ଘରେ ଏହି ଗଛ ଥାଏ ତାଙ୍କ ଘରେ ଧନ ସମ୍ବନ୍ଧିତ କୌଣସି ସମସ୍ୟା ଆସିନଥାଏ । କିନ୍ତୁ କେତେ ଥର ଏହାର ବିପରୀତ ହେବାର ମଧ୍ୟ ଦେଖାଯାଇ ଥାଏ । କେବେ କେବେ ଦେଖାଯାଇ ଥାଏ କି ଯାହା ଘରେ ଏହି ଗଛ ଥାଏ ତାଙ୍କ ଘରେ ଧନ ସମ୍ବନ୍ଧିତ ସମସ୍ୟା ଲାଗିରହି ଥାଏ ।

ଏହାର ଅର୍ଥ ହେଉଛି ଘରେ ଲାଗିଥିବା ଏହି ଗଛର କୌଣସି ଫାଇଦା ହୋଇ ନଥାଏ ।

ଏହା ଜାଣିବା ଜରୁରୀ କି ଏହି ଗଛ ଥିଲେ ମଧ୍ୟ ଘରେ କଣ ପାଇଁ ଧନ ସମ୍ବନ୍ଧିତ ସମସ୍ୟା ଲାଗିରହି ଥାଏ । କୁହାଯାଏ କି ଯାହା ଘରେ ଏହି ଗଛ ଯେତେ ବଢିଥାଏ ତାଙ୍କ ଘରକୁ ଧନ ସେତେ ଅଧିକ ଆସିଥାଏ । କିନ୍ତୁ ଏହି ଗଛ ଲଗାଇବା ପୂର୍ବରୁ ଆମକୁ କିଛି କଥା ଉପରେ ଧ୍ୟାନ ଦେବା ଉଚିତ । ଏହାର ଯତ୍ନ ଠିକ ଭାବରେ ନେବା ଉଚିତ ଏବଂ ଏହାକୁ ଘରେ ସଠିକ ଭାବରେ ଏବଂ ସଫା ଜାଗାରେ ଲଗାଇବା ଉଚିତ ।

ଏମିତି କରିବା ଦ୍ଵାରା ଘରକୁ ସମୃଦ୍ଧି ଆସିଥାଏ । କୁହାଯାଇଛି କି ଶୁକ୍ରବାର ଦିନ ମନିପ୍ଲାଣ୍ଟ ଗଛ ଉପରେ ଲାଲ ରଙ୍ଗର ସୂତା କିମ୍ବା ରିବନ ବାନ୍ଧିବା ଶୁଭ ହୋଇଥାଏ । ଲାଲ ରଙ୍ଗକୁ ପ୍ରେମ, ସ୍ନେହ, ଉନ୍ନତି ଏବଂ ଯଶର ପ୍ରତୀକ ବୋଲି କୁହାଯାଇ ଥାଏ । ଏଥିପାଇଁ କୁହାଯାଏ କି ଲାଲ ରଙ୍ଗ ରିବନ ଦ୍ଵାରା ଗଛକୁ ବାନ୍ଧିବା ଦ୍ଵାରା ସକରାତ୍ମକତା ଆସିଥାଏ । ଏହି ସକରାତ୍ମକତା କାରଣରୁ ଘରକୁ ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ।

ଏମିତି ବାନ୍ଧନ୍ତୁ ଲାଲ ରଙ୍ଗର ରିବନ କିମ୍ବା ସୂତା

ଶୁକ୍ରବାର ଦିନ ସକାଳୁ ଶୀଘ୍ର ଉଠାନ୍ତୁ ଏବଂ ଗାଧୋଇ ମା ଲକ୍ଷ୍ମୀଙ୍କର ପୂଜା କରନ୍ତୁ । ତାଙ୍କ ସାମନାରେ ଘିଅ ଦୀପ ଲଗାନ୍ତୁ । ଲାଲ ରଙ୍ଗ ରିବନ କିମ୍ବା ସୂତାକୁ ମା ଲକ୍ଷ୍ମୀଙ୍କ ପାଦତଳେ ରଖନ୍ତୁ । ଏହାପରେ ମା ଲକ୍ଷ୍ମୀଙ୍କ ଆଳତି କରି ସେହି ଲାଲ ରଙ୍ଗ ସୂତା କିମ୍ବା ରିବନ ଉପରେ ସିନ୍ଦୁର ଲଗାନ୍ତୁ । ମା ଲକ୍ଷ୍ମୀଙ୍କ ଧ୍ୟାନ କରି ମନିପ୍ଲାଣ୍ଟ ମୂଳରେ ବାନ୍ଧନ୍ତୁ ।

ଯଦି ମନିପ୍ଲାଣ୍ଟ ଗଛ ବୋତଲ ଭିତରେ ଲଗାଇଛନ୍ତି ତାହେଲେ ବୋତଲ ତଳେ ସେହି ଲାଲ ରଙ୍ଗର ସୂତାକୁ ବାନ୍ଧନ୍ତୁ । ଏହାକୁ ବାନ୍ଧିବା ପରେ ଆପଣଙ୍କୁ କିଛି ଦିନ ଭିତରେ ପ୍ରଭେଦ ଦେଖିବାକୁ ମିଳିବ । ଘରେ ମା ଲକ୍ଷ୍ମୀଙ୍କ ପ୍ରବେଶ ହେବ ଏବଂ ଧନ ବର୍ଷା ମଧ୍ୟ ହେବାକୁ ଲାଗିବ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।