ଶୁଗର ରିଲେଶନ ଆଡକୁ ନିର୍ଭୟରେ ବଢୁଛନ୍ତି ଏହି ଦେଶର ଝିଅମାନେ, ଜାଣନ୍ତୁ ଏହି ସମ୍ପର୍କ ଅଟେ କଣ ?

ଆମେରିକାର ଝିଅମାନଙ୍କ ମଧ୍ୟରେ ଏକ ନୂଆ ଟ୍ରେଣ୍ଡ ଚାଲିଛି । ଏହି ଟ୍ରେଣ୍ଡ ହେଉଛି ଏକ ପ୍ରକାରର ରିଲେଶନଶିପ, ଯାହାର ନାମ ଅଟେ ଶୁଗର ରିଲେଶନ । କହିବାକୁ ଗଲେ ଶୁଗର ରିଲେଶନ ଆଡକୁ ଝିଅମାନେ ବିନା ସଙ୍କୋଚରେ ଆଗକୁ ବଢୁଛନ୍ତି । ପ୍ରାୟତଃ ଝିଅମାନଙ୍କ ପାଖରେ କଲେଜର ଫିସ ଦେବା ପାଇଁ ଓ ବଡ ବଡ ସହରରେ ରହିବା ପାଇଁ ଟଙ୍କା ନ ଥାଏ । ଏଥିପାଇଁ ସେମାନେ ଏକ ଏମିତି ରାସ୍ତାକୁ ଚୟନ କରନ୍ତି ଯେଉଁଥିରେ ତାଙ୍କୁ କେବଳ ୨ ବର୍ଷରେ ୬୦ ଲକ୍ଷ ଟଙ୍କା ମିଳିଯାଏ ।

ଏହା ଦ୍ଵାରା ନା କେବଳ ତାଙ୍କର ଶିକ୍ଷା ପୁରା ହୋଇଥାଏ, ଏହା ଛଡା ତାଙ୍କୁ ଏକ ଭଲ ଆରାମଦାୟକ ଜୀବନ ବି ମିଳିଥାଏ । ଇଂରାଜୀ ଖବର କାଗଜ ‘ମିରର’ ଅନୁସାରେ କ୍ରିସ୍ଟିନା ଶୁଗର ବେବି ହେବା ପାଇଁ ନିଷ୍ପତି ନେଲା । ଏଥିପାଇଁ ସେ ୩ଟି କୋଟିପତିଙ୍କ ସହ ଡିଲ କରିଲା । ଏହି କାମରେ ତାକୁ ଏକ ୱେବସାଇଟ ବି ସାହାର୍ଯ୍ୟ କରିଛି । ଖାସ କଥା ଏହା ଅଟେ କି କ୍ରିସ୍ଟିନା ଏହିଭଳି ଡିଲ କରିଥିବା ଏକମାତ୍ର ଝିଅ ନୁହେଁ ।

ବର୍ତ୍ତମାନ ତ ଏହି ଟ୍ରେଣ୍ଡ ଚାଲିଛି, ଯେଉଁଥିରେ ଶିକ୍ଷା ଠାରୁ ନେଇ ଆରାମଦାୟକ ଜୀବନ ପାଇଁ ସୁନ୍ଦର ଝିଅମାନେ କୋଟିପତିମାନଙ୍କ ସହ ଏହିଭଳି ଡିଲ କରୁଛନ୍ତି । ଆପଣଙ୍କୁ କହିଦେଉଛୁ କି ଏହି ଦେଶରେ ଏହାକୁ ଡର୍ଟୀ ରିଲେଶନ ବି କୁହନ୍ତି ।

୨୫ ରୁ ୩୦ ବର୍ଷର ଝିଅମାନେ ହୋଇଥାନ୍ତି ସାମିଲ

ଏହି ରିଲେଶନଶିପରେ ପ୍ରାୟତଃ ଝିଅମାନେ ୨୫ ରୁ ୩୦ ବର୍ଷ ମଧ୍ୟରେ ହୋଇଥାନ୍ତି । ଅନ୍ୟ ପଟେ ପୁରୁଷମାନଙ୍କ ବୟସ ୪୫ – ୫୦ ରୁ ଅଧିକ ହୋଇଥାଏ । ଏହି ଝିଅମାନେ ଅଧିକ ବୟସର ପୁରୁଷମାନଙ୍କ ସହିତ ଏକ ଖାସ ଡିଲ କରିଥାନ୍ତି, ଯେଉଁଥିରେ ନିଜ ମଧ୍ୟରେ ଇଂଟିମେସୀ ରଖିବା ବଦଳରେ ଧନୀ ପୁରୁଷମାନେ ତାଙ୍କୁ ଭଲ ଟଙ୍କା ଦିଅନ୍ତି । ଏହି ଇଂଟିମେସୀ ଏକ ଲିମିଟରେ ହୋଇଥାଏ ।

ବିଦେଶରେ ଖୋଲା ବିଚାରଧାରା ର ଝିଅମାନେ ଧନୀ ଲୋକମାନଙ୍କ ସହିତ ଏହିଭଳି ରିଲେଶନରେ ରହିବାକୁ ଖରାପ ବୋଲି ବି ଭାବନ୍ତି ନାହିଁ । କିନ୍ତୁ ଏହି ରିଲେଶନ ବିବାହରେ ପରିବର୍ତ୍ତନ ହୁଏ ନାହିଁ ଓ ଏହା ପରେ ଝିଅମାନେ ନିଜ ମର୍ଜିରେ ହିଁ ବିବାହ କରି ସ୍ଵତନ୍ତ୍ର ହୋଇ ଯାଆନ୍ତି ।

କଣ ଅଟେ ଶୁଗର ରିଲେସନଶିପ

ଆମେରିକାରେ ପ୍ରାୟତଃ ଧନୀ ଲୋକମାନଙ୍କ ଜୀବନରେ ଏକ ଶୁଗର ରିଲେଶନଶିପ ଅଛି । କିଛି ଦେଶରେ ଏହିଭଳି ସମ୍ପର୍କ ବହୁତ ଟ୍ରେଣ୍ଡରେ ଅଛି । ଏଥିରେ ଅଧିକ ବୟସର ପୁରୁଷମାନେ ଇଂଟିମେସୀ ବଦଳରେ କମ ବୟସର ଝିଅମାନଙ୍କୁ ବହୁତ ଟଙ୍କା ଦେଇଥାନ୍ତି । କିନ୍ତୁ ଏହାକୁ ପ୍ରସ୍ଟିଚ୍ୟୁଶନ କୁହାଯାଏ ନାହିଁ । ଆମେରିକା ଓ ଅଷ୍ଟ୍ରେଲିୟା ଭଳି ଦେଶରେ ତ ଲକ୍ଷ ଲକ୍ଷ ଲୋକମାନେ ଏହିଭଳି ରିଲେଶନଶିପରେ ଅଛନ୍ତି । ଏଥିରେ ସାମିଲ ଝିଅମାନେ ଶୁଗର ବେବି ନାମରେ ଜଣା ଯାଆନ୍ତି ଓ ଏଥିରେ ସାମିଲ ପୁରୁଷମାନଙ୍କୁ ସୁଗର ଡାଡୀ କୁହାଯାଏ ।