ଯେତେବେଳେ ବାପାଙ୍କୁ କାମ ପାଇଁ ଲାଞ୍ଚ ଦେଉଥିବାର ଦେଖିଲି ସେତେବେଳେ ହିଁ ନିଷ୍ପତି ନେଲି IAS ହେଇ ଶେଷ କରିବି ଭ୍ରଷ୍ଟାଚାର, କିଛି ଏମିତି ଥିଲା IAS Ansar Shaikh Ahmad ଙ୍କ ସଫଳତାର ରହସ୍ୟ

ନିକଟରେ ଏମଏକ୍ସ ପ୍ଲେୟାରରେ ଏକ ୱେବ ସିରିଜ ରିଲିଜ ହୋଇଥିଲା, ଯେଉଁଥିରେ ଦେଖା ଯାଇଥିଲା କି ମନୁଷ୍ୟ ନିଜ ଭାଗ୍ୟ ନିଜେ ଲେଖେ  ଓ ତାର କର୍ମ ଦ୍ଵାରା ହିଁ ତାର ଭାଗ୍ୟ ତିଆରି ହୋଇଥାଏ । ଅର୍ଥାତ ଆମେ ଯେପରି କର୍ମ କରୁ ଆମ ଭାଗ୍ୟ ମଧ୍ୟ ସେହିପରି ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏହିପରି ଏକଲା ସତ୍ୟ କାହାଣୀ କହିବାକୁ ଯାଉଛୁ । କାହାଣୀଟି ଜଣେ IAS ଅଫିସରଙ୍କ ଅଟେ, ଯିଏ ଜୀବନରେ ବହୁତ ସଂଘର୍ଷ କରିବା ପରେ ଯାଇ ସଫଳତା ହାସଲ କରିଥିଲେ । ଏଠାରେ ଆମେ IAS ଶେଖ ଅଂସାର ଅହମଦଙ୍କ ବିଷୟରେ କହୁଛୁ । ତାଙ୍କର ଜନ୍ମ ମହାରଷ୍ଟ୍ରର ଏକ ଛୋଟ ଗାଁରେ ହୋଇଥିଲା । ତାଙ୍କ ପରିବାର ବହୁତ ଗରିବ ଥିଲା । ଘର ଚଳାଇବା ପାଇଁ ପିତା ଅଟୋ ଚଲାଉଥିଲେ ଓ ତାଙ୍କର ଦୁଇ ଭଉଣୀ ଓ ଗୋଟିଏ ଭାଇ ମଧ୍ୟ ଅଛନ୍ତି ।

ଏତେ ବଡ ପରିବାରର ଖର୍ଚ୍ଚ ଉଠାଇବା ମୁସ୍କିଲ ଥିବାରୁ ତାଙ୍କ ମା ନିଜ ଘର କାମ କରିବା ପରେ ଅନ୍ୟର କ୍ଷେତରେ ଯାଇ କାମ କରୁଥିଲେ । ଆର୍ଥିକ ଅସୁବିଧା ହେତୁ ଶେଖ ଅଂସାରଙ୍କ ପିତା ତାଙ୍କ ପାଠପଢା ବନ୍ଦ କରିବାକୁ ଭାବିଥିଲେ । ମାତ୍ର ସେ ଖୁବ ଭଲ ପାଠ ପଢୁଥିବାରୁ ତାଙ୍କ ଅଧ୍ୟାପକ ପୁରୁଷୋତ୍ତମ ପଡୁଲକର ତାଙ୍କ ପିତାଙ୍କୁ ଏପରି ନ କରିବାକୁ ଅନୁରୋଧ କରିଥିଲେ । ଯଦି ଅହମଦଙ୍କ ଅଧ୍ୟାପକ ସେହି ସମୟରେ ସହ ଠିଆ ହୋଇ ନ ଥାନ୍ତେ, ତେବ ସେ ଆଜି ଅଟୋ ହିଁ ଚଲାଉ ଥାଆନ୍ତେ ।

ମାତ୍ର ଅହମଦଙ୍କ ବାପା ତାଙ୍କ ଅଧ୍ୟାପକଙ୍କ କଥା ମାନି ତାଙ୍କୁ ପଢିବାକୁ ଦେଲେ । ଅହମଦ ଯେତେବେଳେ ମାଟ୍ରିକ ପରୀକ୍ଷା ପରେ ଗ୍ରୀଷ୍ମ ଛୁତିରେ ଥିଲେ ସେତେ ସେ କମ୍ପ୍ୟୁଟର କୋର୍ସ କରିବା ପାଇଁ ଇଚ୍ଛା କରିଥିଲେ, ମାତ୍ର ତାଙ୍କ ସେଥିପାଇଁ ଟବକା ପାଖେ ପଇସା ନ ଥିଲା । ତେଣୁ ସେ ନିଜ ଖର୍ଚ୍ଚ ନିଜେ ଉଠାଇବା ପାଇଁ ଏକ ହୋଟେଲରେ ୱେଟରର କାର୍ଯ୍ୟ କରିବାକୁ ଆରମ୍ଭ କରିଥିଲେ । ସେ ସେଠାରେ ସକଳ 8ଟା ରୁ 11ଟା ପର୍ଯ୍ୟନ୍ତ ଅଇଁଠା ବାସନ ମାଜୁଥିଲେ ତା ପରେ କୂଅରୁ ପାଣି ଭରୁଥିଲେ ଓ ଟେବୁଲ ସଫା କରିବା ସହ ସେ ରାତିରେ ହୋଟେଲ ଚଟାଣ ମଧ୍ୟ ସଫା କରୁଥିଲେ ।

ଏହି ସବୁ ମଧ୍ୟରେ ତାଙ୍କୁ ଯେଉଁ ୨ଘଣ୍ଟା ସମୟ ମିଳୁଥିଲା ସେଥିରେ ସେ ଖାଉଥିଲେ ଓ କପ୍ମ୍ଯୁତର କ୍ଳାସ କରିବାକୁ ଯାଉଥିଲେ । ଦିନେ ଅହମଦ ପିତାଙ୍କ ସହ ବିପିଏଲ ଯୋଜନା ସମ୍ବନ୍ଧିତ କିଛି କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ସରକାରୀ ଅଫିସ ଯାଇଥିଲେ । ସେଠାରେ ଜଣେ ଅଫିସର ତାଙ୍କ ପିତାଙ୍କୁ କମ କରିବା ପାଇଁ ଲା-ଞ୍ଚ ମାଗିଥିଲେ । ଯେତେବେଳେ ସେ ତାଙ୍କ ପିତାଙ୍କୁ ପଚାରିଥଲେ କି ସେ ଲା-ଞ୍ଚ କଣ ପାଇଁ ଦେଲେ ?

ତାଙ୍କ ପିତା କହିଥିଲେ ଯେ ଏଠି ଲା-ଞ୍ଚ ନ ଦେଲେ କିଛି କାମ ହୋଇପାରେ ନାହିଁ । ସେବେ ଠାରୁ ଅହମଦ ଠାଣି ନେଇଥିଲେ ଯେ ଦିନେ ଅଫିସର ହୋଇ ସମାଜରୁ ଭ୍ର-ଷ୍ଟା-ଚା-ର ଶେଷ କରିବେ । ତା ପରେ କଠିନ ପରିଶ୍ରମ ବଳରେ ସେ ଜଣେ IAS ଅଫିସର ହୋଇଥିଲେ । ଆହମଦ ଅଂସାରଙ୍କ ଏହି କାହାଣୀରୁ ପ୍ରମାଣିତ ହେଉଛି ଯେ କର୍ମ ବଳରେ ଆପଣ ନିଶ୍ଚୟ ନିଜ ଲକ୍ଷ ହାସଲ କରିପାରିବେ ।