ଯାଜପୁରରେ ତୋଳିଲେ ପ୍ରେମର ପ୍ରତୀକ! ସ୍ତ୍ରୀଙ୍କ ପାଇଁ ଗଢାଇଦେଲେ 7 କୋଟିର ମନ୍ଦିର… ମନ୍ଦିର ଦେଖି ଆଖି ଲାଖିଯିବ

ବନ୍ଧୁଗଣ କୁହାଯାଏ ଦୁନିଆର ସବୁ ସମ୍ପର୍କ ଠାରୁ ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ ସବୁଠାରୁ ମଝବୁତ ଏବଂ ମୂଲ୍ଯବାନ । ଅଗାଢ ସ୍ଵପ୍ନ ଏବଂ ଭଲ ପାଇବା ଯୋଗୁଁ ଏ ସମ୍ପର୍କ 7 ଜନ୍ମ ପାଇଁ ବାନ୍ଧି ହୋଇଥାଏ । ଆଉ ଏହି ସମୟରେ ଅନେକ ସ୍ଵାମୀ ସେମାନଙ୍କ ପତ୍ନୀଙ୍କ ପ୍ରତି ନିଜର ଭଲ ପାଇବାକୁ ଜାହିର କରିବା ପାଇଁ କିଛି କିଛି ଉପହାର ମଧ୍ୟ ଦେଇ ଥାନ୍ତି । ଇତିହାସରେ ମଧ୍ୟ ଏହା ଲିପିବଦ୍ଧ ହୋଇ ରହିଛି ଯାହାର ଉଦାହରଣ ହେଲେ ଶାହାଜାହାନ ।

ଆଉ ପତ୍ନୀ ମମତାଜଙ୍କ ପ୍ରତି ଶାହାଜାହାନଙ୍କ ଭଲ ପାଇବା ଆଉ ପ୍ରେମର ପ୍ରତୀକ ହେଉଛି ତାଜମହଲ । ଆଉ ସେମିତି ଆଉ ଜଣେ ପତି ହେଉଛନ୍ତି ଯାଜପୁର ବିଞ୍ଝାରପୁର ଚିକଣା ଗାଁର କ୍ଷେତ୍ରବାସୀ ଲେଙ୍କା । ଏ ବି ଜଣେ ଶାହାଜାହନ । ନିଜ ପତ୍ନୀଙ୍କୁସେ 7 କୋଟିରୁ ଉର୍ଦ୍ଧ ଟଙ୍କାର ସନ୍ତୋସୀ ମାଙ୍କ ମନ୍ଦିର ତୋଳି ଉପହାର ଦେଇଛନ୍ତି କ୍ଷେତ୍ରବାସୀ । ଆଉ ପତ୍ନୀଙ୍କ ପ୍ରତି ନିଜର ଅଗାଢ ଭଲ ପାଇବାକୁ ଜାହିର କରିଛନ୍ତି ସେ ।

ଆଉ ଏଥିପାଇଁ ତାଙ୍କୁ 15 ବର୍ଷ ସମୟ ଲାଗିଛି । ଏ ନେଇ କ୍ଷେତ୍ରବାସୀ ଗଣମାଧ୍ୟମ ଆଗରେ କହିଛନ୍ତି “1992 ମସିହାରେ ମୋର ଏ ଗାଁ ଝିଅ ସହ ମୋର ବାହାଘର ହୋଇଥିଲା । ସେ ବାହାଘର ବେଳକୁ ସେ ଝିଅ ମା ସନ୍ତୋସୀଙ୍କର ଭକ୍ତ ଥିଲା । ଆଉ ଆମେ ବାହାଘର ପରେ ପ୍ରତିଶ୍ରୁତି ନେଲୁ ଯେ ଏହି ଗାଁ ରେ ଗୋଟେ ଛୋଟ ସନ୍ତୋସୀ ମାଆଙ୍କ ମନ୍ଦିର ତୋଳିବୁ ।

2008 ମସିହାରେ ଆମେ ମାନେ ମନ୍ଦିର କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ । କିନ୍ତୁ ବ୍ୟତିକ୍ରମେ ଏହା ଏକ ଛୋଟ ମନ୍ଦିର କଣ ହେବ ଏହା ଏକ ବିରାଟ ମନ୍ଦିର ହେଲା । ଏହି ମନ୍ଦିରର ମେନ୍ ଦେବୀ ହେଲେ ମା ସନ୍ତୋସୀ ମାତା । ଆଉ ତାଙ୍କ ପାରିପାର୍ଶ୍ଵ ଦେବାଦେବୀ ହେଉଛନ୍ତି ଗଣେଶ ଭଗବାନ, ଶିବ ଶଙ୍କର, ବୀର ହନୁମାନ ଏବଂ ନବଗ୍ରହ । ଏହି ମନ୍ଦିରର ପ୍ରତିଷ୍ଠା 28 ଫେବୃୟାରି ରେ ଆରମ୍ଭ ହୋଇ ମାର୍ଚ୍ଚ 7 ତାରିଖରେ ଶେଷ ହେବ ।

ଏହି ମନ୍ଦିର ରେ ପ୍ରାୟ 7 କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଇଛି । ତେବେ ହାଇଦ୍ରାବାଦରେ ରହୁଥିବା କ୍ଷେତ୍ରବାସୀ ଲେଙ୍କା ସ୍ତ୍ରୀ ଙ୍କ ପ୍ରତି ଥିବା ଭଲ ଆଇବା ଓ ମନ୍ଦିର ଉପହରକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି । କାରଣ ସ୍ତ୍ରୀ ଙ୍କ ପାଇଁ ସ୍ଵାମୀ ଗଢି ଦେଇଛନ୍ତି ବିଶାଳ ମନ୍ଦିର । ଉଭୟ ଦମ୍ପତି ହାଇଦ୍ରାବାଦରେ ଗାଡି ଦେଇଛନ୍ତି । କିନ୍ତୁ ସ୍ତ୍ରୀ ଙ୍କୁ ମନ୍ଦିର ଗଢିବାର ଦେଇଥିବା ପ୍ରସ୍ତିଶ୍ରୁତିକୁ ଆଜି ପୁରା କରିଛନ୍ତି ସ୍ଵାମୀ ।

ସ୍ତ୍ରୀ ସନ୍ତୋଷୀ ମା ଙ୍କ ଭକ୍ତ ହୋଇଥିବାରୁ ସ୍ଵାମୀ ବିବାହ ସମୟରେ ସନ୍ତୋଷୀ ମାଙ୍କ ମନ୍ଦିର ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ଯାହା ଆଜି ପୂରଣ ହୋଇଛି । ମନ୍ଦିରର ମୁଖଶାଳା 86 ଫୁଟ ହୋଇଥିବା ବେଳେ ମନ୍ଦିରଟି 65 ଫୁଟ ବିଶିଷ୍ଟ ହୋଇଛି । ସ୍ବାମୀଙ୍କ ଠାରୁ ଏଭଳି ଉପହାର ପାଇ ବେଶ ଖୁସି ଅଛନ୍ତି ସ୍ତ୍ରୀ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।