ଷ୍ଟୋନ ଓ ଅର୍ଶ ପାଇଁ କାଳ ଅଟେ ଏହି ପରିବା, ତିନି ଦିନରେ ହିଁ ଶରୀରରେ ହେବାକୁ ଲାଗେ ବହୁତ ଚେଞ୍ଜେସ

କିଡନୀ ଷ୍ଟୋନ ମାନେ ଯେଉଁଥିରେ କିଡନୀ ଭିତରେ ଛୋଟ ଛୋଟ ପଥର ତିଆରି ହୋଇଥାଏ । କିଡନୀରେ ଗୋଟିଏ ସମୟରେ ଗୋଟିଏ କିମ୍ବା ଅଧିକ ଷ୍ଟୋନ ହୋଇପାରେ । ଯେତେବେଳେ ଏହି ସମସ୍ୟା ଛୋଟ ଅଟେ, ତେବେ ବିନା କୌଣସି ଅସୁବିଧାରେ ଔଷଧ ଦ୍ଵାରା ଏହି ଷ୍ଟୋନକୁ ମେଲ୍ଟ କରି ମୁତ୍ରମାର୍ଗ ଦେଇ ଶରୀରରୁ ବାହାର କରି ଦିଆଯାଏ । କିନ୍ତୁ ଏହା ଯଦି ବହୁତ ବଡ ହୋଇଯାଏ ତେବେ ଏହା ମୂତ୍ରମାର୍ଗକୁ ଅବରୋଧ କରିପାରେ । ଏହି ସ୍ଥିତିରେ ମୁତ୍ରମାର୍ଗ, ଅଣ୍ଟା ଓ ପେଟର ଆଖପାଖରେ ବହୁତ ଅସହନୀୟ ବ୍ୟଥା ହୋଇଥାଏ ।

କହିବାକୁ ଗଲେ ଆଜିକାଲି ଜୀବନଶୈଳୀ ଓ ଦିନଚର୍ଯ୍ୟା କାରଣରୁ କିଛି ରୋଗ ଏମିତି ଅଟେ ଯାହାକି ବହୁତ ସାଧାରଣ ଅଟେ ଓ ଏହି ସାଧାରଣ ରୋଗ ମଧ୍ୟରେ କିଡନୀ ରେ ଷ୍ଟୋନ ବି ସାମିଲ ଅଟେ । କିନ୍ତୁ ପ୍ରାୟତଃ ଦେଖା ଯାଇଛି କି ପୁରୁଷମାନେ ଏହି ରୋଗରେ ବହୁତ ଶିକାର ହୁଅନ୍ତି । କହିବାକୁ ଗଲେ ଏହି ରୋଗ ବେଳେ ବେଳେ ବହୁତ ଗମ୍ଭୀର ରୂପ ଧାରଣ କରିନିଏ । ଏହିଭଳି ସ୍ଥିତିରେ କିଡନୀର ଷ୍ଟୋନକୁ ଅପରେସନ କରି ଶରୀରରୁ ବାହାର କରାଯାଏ ।

ପ୍ରଥମେ ତ ଏହି ରୋଗ କେବଳ ବୟସ୍କ ଲୋକମାନଙ୍କୁ ହେଉଥିଲା । କିନ୍ତୁ ବର୍ତ୍ତମାନର ବଦଳୁଥିବା ଦିନଚର୍ଯ୍ୟା ଓ ଅନିୟମିତତା ଲାଇଫସ୍ଟାଇଲ ସହିତ ଖାଦ୍ୟ ପେୟରେ ହେଉଥିବା ଚେଞ୍ଜେସ କାରଣରୁ କମ ବୟସର ଲୋକମାନେ ବି କିଡନୀରେ ଷ୍ଟୋନ ଓ ଅର୍ଶ ଭଳି ରୋଗ ର ଶିକାର ହୋଇ ଯାଉଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ପରିବା ବିଷୟରେ କହିବାକୁ ଯାଉଛୁ, ଯାହା ଏହି ରୋଗ ସହିତ ଗଣ୍ଠି ରୋଗ ପାଇଁ ବି ଲାଭକରି ହୋଇଥାଏ ।

ଆମେ ଯେଉଁ ପରିବା ବିଷୟରେ କଥା ହେଉଛୁ ସେହି ପରିବାର ନାମ ହେଉଛି ଜହ୍ନି । ଜହ୍ନିର ତରକାରୀ ବହୁତ ହିଁ ସ୍ଵାଦିଷ୍ଟ ଓ ଗୁଣକାରୀ ହୋଇଥାଏ । କିନ୍ତୁ କିଡନୀରେ ଷ୍ଟୋନ ହୋଇଥିଲେ ଆପଣ ଏହି ପରିବାର ସେବନ ସୁପ ରୂପରେ କରି ପାରିବେ । ଯଦି ଜହ୍ନିର ସୁପ ଲଗାତାର ତିନିଦିନ ପର୍ଯ୍ୟନ୍ତ ସେବନ କରାଯାଏ ତେବେ କିଡନୀରେ ଷ୍ଟୋନ ଭାଙ୍ଗିବାକୁ ଲାଗିଥାଏ ଓ ତାହା ଧୀରେ ଧୀରେ ତରଳି ଶରୀର ବାହାରକୁ ବାହାରିଯାଏ ।

ଏହା ଛଡା ଯଦି ଆପଣ ନିୟମିତ ରୂପରେ ଜହ୍ନି ସେବନ କରୁଛନ୍ତି ତେବେ ଅର୍ଶ ଓ ଗଣ୍ଠି ରୋଗରୁ ବି ମୁକ୍ତି ମିଳିଥାଏ । ଏହା ସହିତ ଜହ୍ନି ରସର ଦୁଇ ତିନି ବୁନ୍ଦା ନାକରେ ପକାଇବା ଦ୍ଵାରା ଜଣ୍ଡିସ ରୋଗକୁ ଦୂର କରାଯାଇ ପାରିବ ।