୬ ଘଣ୍ଟାରୁ ସ୍ଥିର ରହିଛି ବାତ୍ୟା ୟସ, ବେଳକୁ ବେଳକୁ ହେଉଛି ବଳ ଗୋଟେଇ ହେଉଛି ଆହୁରି ଅଧିକ ଶକ୍ତିଶାଳୀ

ଏବେ ନିକଟରେ ଆପଣ ମାନେ ଜାଣିଥିବେ କି ଏକ ବାତ୍ୟା “ତାଇ ତେ” ଆସି ଅନେକ କ୍ଷତି ଘଟାଇବା ପରେ ଏବେ ଅନ୍ୟ ଏକ ବାତ୍ୟା ଆସୁଛି ଯାହାର ନାମ ହେଉଛି “ୟାଶ” ।

ଗତ ଥର ହୋଇଥିବା ବାତ୍ୟା ଓଡିଶାରେ କିଛି ପ୍ରଭାବ ନ  ପକାଇଥିଲେ ବି ଦେଶର କ୍ଷତି କରାଇ ଥିଲା । ବର୍ତ୍ତମାନ ଓଡିଶା କୁ ଆସୁଥିବା ବାତ୍ୟା ହେଉଛି “ୟାଶ” । ପାଣି ପାଗ ବିଭାଗରୁ ସୂଚନା ମିଳିଥିଲା କି ଏହା ପାରାଦ୍ଵୀପ ରେ ଆସି ଲ୍ୟାଣ୍ଡଫଲ କରିବ । ଏହା ସହ କିଛି ଜିଲ୍ଲା ମାନଙ୍କୁ ବିଶେଷ ଭାବେ ପ୍ରସ୍ତୁତ ହେବା ପାଇଁ ମଧ୍ୟ କୁହା ଯାଇଥିଲା।

ଏହା ୨୪ ତାରିଖରୁ ଆସି ନିଜର ପ୍ରଭାବ ଦେଖାଇବ ଓ ଏହା ପରେ ୨୫ ତାରିଖରେ ଏହାର ପ୍ରଭାବ ବଢିବାରେ ଲାଗିବ । ଠିକ ୨୬ ତାରିଖରେ ଏହା ମଧ୍ୟ ରାତ୍ରି ରେ କିମ୍ବା ସକାଳୁ ଆସିବାର ଆଶଙ୍କା ଥିବା ସମୟରେ ଏବେ ଏହା କିଛି ସମୟ ପାଇଁ ସ୍ଥଗିତ ରକ୍ଷା ଯାଇଛି । ଏହାର କାରଣ ହେଉଛି ବାତ୍ୟା “ୟାଶ” ବର୍ତ୍ତମାନ ୬ ଘଣ୍ଟା ପାଇଁ ଏହା ସ୍ଥିର ହୋଇ ରହି ଯାଇଛି ।

ପାଣି ପାଗ ବିଭାଗରୁ ମିଳି  ଥିବା ସୂଚନା ଅନୁସାରେ ଯଦି ଏହା ଏକ ଜାଗାରେ ଅଧିକ ସମୟ ପାଇଁ ରହିବ ତେବେ ଏହାର ପ୍ରଭାବ ଅଧିକ ହେବ । ଏହା ଅଧିକ ଘନୀଭୂତ ହୋଇ ଅଧିକ କ୍ଷୟ କ୍ଷତି ଘଟାଇ ପାରେ । ତେବେ ସୂଚନା ଅନୁସାରେ ପଶ୍ଚିମ ଓଡିଶାରେ ବାଦଲ ଢାଙ୍କି ହୋଇ ରହିବା ସହ ଖୁବ ଜୋରସେ ବର୍ଷା ହେବାର ଆଗମନ ହୋଇ ସାରିଲାଣି ।

ଏବେ ଏହା ବାଲେଶ୍ଵର ରେ ଲ୍ୟାଣ୍ଡଫଲ ହେବ ବୋଲି ପାଣିପାଗ ବିଭାଗ କହିଛି । ଅଭି ବାତ୍ୟା “ୟାଶ” ୨୪୦ km ଦୂରରେ ଅବସ୍ଥିତ ପାରାଦ୍ଵୀପ ଠାରୁ ।  ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର ଏହି ଜିଲ୍ଲା ମାନଙ୍କ ରେ ଅଧିକ ପ୍ରଭାବ ପଡିବ “ୟଶ” ର । IMD ର ସୂଚନା ଅନୁସାରେ ସକାଳ ୮ ରୁ ୧୨ ଭିତରେ ଏହାର ଲ୍ୟାଣ୍ଡଫଲ ହେବ ।

ଏହା ସହ ୪୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି । ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ସମୟ  ଆମ ପାଇଁ ଅଧିକ ଗୁରୁତ୍ବପୂର୍ଣ ଅଛି । ଉତ୍ତର ଉପକୂଳବର୍ତ୍ତୀ ଜାଗାରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି ପ୍ରାୟ ୨୦୦ ମିଲିମିଟର ଆକଳନ କରାଯାଇଛି । ୨୫ ଓ ୨୬ ତାରିଖ ଆମ ସଭିଙ୍କ ପାଇଁ ଗୁରୁତ୍ଵପୂର୍ଣ ଅଟେ । ସମସ୍ତ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ