ସ୍ଥାୟୀ ନିଯୁକ୍ତି ଦାବିରେ ପାଣ୍ଡିଆନ ଙ୍କୁ ଘେରିଲେ ବଲାଙ୍ଗୀର ନର୍ସିଙ୍ଗ ଷ୍ଟାଫ, ଦେଖନ୍ତୁ ଭାଇରାଲ Video

ଆମ ରାଜ୍ୟରେ ରୋଜଗାର ଏକ ବଡ ସମସ୍ଯା ଭାବେ ଦେଖା ଦେଇଛି । କରୋନାରେ ଏହି କ୍ଷେତ୍ର ଆହୁରି ଅଧିକ ପ୍ରଭାବିତ ହୋଇଥିବା ବେଳେ, ମେଡିକାଲ କର୍ମଚାରୀ ମଧ୍ୟ ଏଥିରୁ ବାଦ ପଡି ନାହାନ୍ତି ।

ଦେଶରେ ଯେତେବେଳେ କରୋନା ଧୀରେ ଧୀରେ ତାର ଉଗ୍ର ରୂପ ଧାରଣ କରିବାକୁ ଆରମ୍ଭ ହେଲା ସେହି ସମୟରେ ସାରା ଦେଶରେ ଲକଡାଉନ ଘୋଷଣା କରିଥିଲେ ସରକାର ।ଯାହାଫଳରେ ଲୋକଙ୍କ ଜୀବନ ସହ ଜୀବିକା ମଧ୍ୟ ଖୁବ ମାତ୍ରାରେ ପ୍ରଭାବିତ ହୋଇଥିଲା । କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ହେତୁ ନାନା ସବୁ ରାଜ୍ୟର ଜିଲ୍ଲା ଗୁଡିକରେ ଅସ୍ଥାୟୀ କୋଭିଡ ହସ୍ପିଟାଲ ମାନ ଖୋଲା ଯାଇଥିଲା ଓ ଅନେକ ମେଡିକାଲ ଷ୍ଟାଫ ମାନଙ୍କୁ ମଧ୍ୟ କୋଭିଡ ଚିକିତ୍ସା ପାଇଁ ନୂତନ ଭାବେ ନିଯୁକ୍ତି ଦିଆ ଯାଇଥିଲା । ଯାହାଫଳରେ ଅନେକ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ରୋଜଗାର ପାଇଥିଲେ ।

କିନ୍ତୁ କ୍ରମେ କରୋନା କେସ କମିବା ପରେ ଧୀରେ ଧୀରେ ପରିସ୍ଥିତି ନିୟନ୍ତ୍ରଣରେ ଆସିଥିଲା ଓ ହସ୍ପିଟାଲରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାକୁ ଲାଗିଥିଲା । ସେଥିପାଇଁ କୋଭିଡ ଡ୍ଯୁଟିରେ ନିଯୋଜିତ ଅନେକ ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପୁଣି ଠାରେ ବେରୋଜଗାର ହେବାକୁ ପଡିଥିଲା । କିନ୍ତୁ ପରିସ୍ଥିତି ଠିକ ହେବାର ଅଳ୍ପ କିଛି ମାସ ମଧ୍ୟରେ ହିଁ ଦେଶରେ ତାଣ୍ଡବ କରିଥିଲା କରୋନାର ଦ୍ଵିତୀୟ ଲହର । ପୁଣି ଥରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲା ଓ ହସ୍ପିଟାଲରେ ମଧ୍ୟ ହଜାର ହଜାର ଲୋକ ଭର୍ତ୍ତି ହେଉଥିଲେ ।

ସେହି ସମୟରେ ଅସ୍ଥାୟୀ କୋଭିଡ ହସ୍ପିଟାଲ ଗୁଡିକୁ ଆଉ ଥରେ ଖୋଲି ଦିଆ ଯାଇଥିଲା । ଆଉ ପୁଣି ଥରେ ଦରକାର ପଡିଥିଲା ସେହି ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ମାନଙ୍କର । ତେଣୁ ସେମାନଙ୍କୁ ପୁଣି ଥରେ ମିଳି ଯାଇଥିଲା ରୋଜଗାର । ହେଲେ ସରକାରଙ୍କ ଏହିପରି ବ୍ଯବହରରେ ଅତିଷ୍ଠ ହୋଇ ପଡିଛନ୍ତି ସେହି ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ମାନେ । ବିଭିନ୍ନ ସ୍ଥାନରେ ଏହି ସ୍ୱାସ୍ଥ୍ୟକର୍ମୀଙ୍କ ଗହଣରେ ଏନେଇ ଅସନ୍ତୋଷ ପ୍ରକାଶ ପାଇବାକୁ ଲାଗିଛି ।

ତେବେ ବଲାଙ୍ଗିରରେ 5T ସଚିବ ପାଣ୍ଡିୟାନ ଆଜି ପରିଦର୍ଶନ କରିବାକୁ ଯାଇଥିବା ବେଳେ ତାଙ୍କ ପାଖେ ନିଜ ସମସ୍ଯା ଉପସ୍ଥାପନ କରିବା ପାଇଁ ବଲାଙ୍ଗିରର କିଛି ସ୍ୱାସ୍ଥ୍ୟକର୍ମୀ ମିଶି ଆନ୍ଦୋଳନ କରିଛନ୍ତି । ସେମାନେ ତାଙ୍କର ସ୍ଥାୟୀ ନିଯୁକ୍ତି କରାଇବା ପାଇଁ ଦାବି କରିଛନ୍ତି । ଏବେ କରୋନା ପରିସ୍ଥିତିରେ ସୁଧାର ଆସୁଥିବାରୁ ସେମାନଙ୍କୁ ଆଉ ଥରେ କାର୍ଯ୍ୟରୁ ବାହାର କରି ଦିଆଯାଇଛି ।

ତେଣୁ ବଲାଙ୍ଗିରର ଏହି ପାରାମେଡିକ ଷ୍ଟାଫ ମାନେ ଏଥିପାଇଁ ବର୍ଷିଛନ୍ତି ସରକାରଙ୍କ ଉପରେ । ସେମାନଙ୍କ ଆନ୍ଦୋଳନରେ ସେଠାରେ ଅନେକ ଭିଡ ଜମି ଯାଇଥିଲା ଓ ଏପରିକି ପୋଲିସ ଦ୍ଵାରା ସେମାନଙ୍କୁ ରୋକିବାକୁ ମଧ୍ୟ ଚେଷ୍ଟା କରିଯାଇଛି । ହେଲେ ମଧ୍ୟ ପଛକୁ ହଟି ନ ଥିଲେ ଉତ୍ତ୍ୟକ୍ତ ପାରମେଡିକ ଷ୍ଟାଫ ।

ମହିଳା ପୋଲିସଙ୍କ ଦ୍ଵାରା ମଧ୍ୟ ମହିଳା ମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇ ଥିଲା । ସେମାନେ ଅଧିକ ଦରମା ଦାବି କରୁ ନାହାନ୍ତି, କେବଳ ସେମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରାଯାଉ ବୋଲି ଦାବି କରୁଛନ୍ତି । ତେବେ ଦେଖାଯାଉ ସେମାନଙ୍କ ଦାବିପତ୍ରକୁ ଆଖିରେ ରଖି ସରକାର କିଭଳି କାର୍ଯ୍ୟାନୁଷ୍ଠାନ ନେବେ । ଏହି ମାମଲାରେ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।