ଷ୍ଟେଜରେ ଗୀତ ଗାଉ ଗାଉ ହଠାତ ଏମିତି ଚାଲିଗଲା KK ଙ୍କ ଜୀବନ, ସାମ୍ନାକୁ ଆସିଲା ତାଙ୍କ ଶେଷ ସମୟର ପୁରା video

ଆମ ଗହଣରେ ଆଉ ନାହାନ୍ତି ପ୍ରସିଦ୍ଧ ଲୋକପ୍ରିୟ ବଲିଉଡ ଗାୟକ କ୍ରୀଷ୍ଣକୁମାର କୁନାଥ ଓରଫ କେକେ । ଲାଇଭ କନସର୍ଟ ବେଳେ ଅଚାନକ ତାଙ୍କ ଜୀବନ ଚାଲିଗଲା । ଯେଉଁଥି ପାଇଁ ଆଜି ପୁରା ଭାରତବର୍ଷରେ ଶୋକର ଲହଡି ଖେଳିଯାଇଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଷ୍ଟେଜ ଉପରେ କେକେଙ୍କ ସହ କଣ ହୋଇଥିଲା ଓ ଷ୍ଟେଜ ଉପରେ କେକେଙ୍କ ଶେଷ ମୂହୁର୍ତ୍ତ କିପରି ଥିଲା ଆସନ୍ତୁ ଦେଖିବା ପୁରା ଘଟଣା ।

ମୃତ୍ୟୁବେଳେ କେକେଙ୍କ ବୟସ ମାତ୍ର ୫୩ ବର୍ଷ ହୋଇଥିଲା । କେକେଙ୍କ ମୃତ୍ୟୁ ଖବର ଗ୍ରହଣ କରିବା ସମସ୍ତଙ୍କ ପାଇଁ କଷ୍ଟକର ହୋଇପଡୁଛି । କେକେଙ୍କ ମୃତ୍ୟୁକୁ ନେଇ ବଲିଉଡ ସଙ୍ଗୀତ ଦୁନିଆ ଠାରୁ ଆରମ୍ଭ କରି ସମସ୍ତ ସଙ୍ଗୀତ ପ୍ରେମୀ ସ୍ତବ୍ଧ ହୋଇ ଯାଇଛନ୍ତି । ସୂଚନା ଅନୁସାରେ କଲିକତାର ବିବେକାନନ୍ଦ କଲେଜରେ କେକେ କନସର୍ଟ ପାଇଁ ପହଞ୍ଚିଥିଲେ । ପ୍ରଦର୍ଶନ ସମୟରେ କେକେ ଫୁଲ୍ ଜୋଶରେ ଥିଲେ ଓ ଦର୍ଶକମାନେ ତାଙ୍କୁ ଖୁବ ଉପଭୋଗ କରୁଥିଲେ ।

କେକେ ନିଜେ ଗାଇଥିବା ଅନେକ ଗୀତ କନସର୍ଟରେ ଗାଇଥିଲେ ଓ ତାଙ୍କ ସହ ଦର୍ଶକମାନେ ମଧ୍ୟ ଗୀତ ଗାଉଥିବା କେତେକ ଭିଡିଓରେ ଦେଖିବାକୁ ମିଳିଛି । ଅଡିଟୋରିୟମର ମାହୋଲ ଏକଦମ ସଙ୍ଗୀତମୟ ହୋଇ ଉଠିଥିଲା । କିନ୍ତୁ ପରକୁ ପର ଗୀତ ଗାଉଥିବା ବେଳେ କେକେ ହଠାତ ଅସୁସ୍ଥ ଅନୁଭବ କରିବାକୁ ଲାଗିଥିଲେ । କେକେଙ୍କ ଶେଷ ମୂହୁର୍ତ୍ତର ଏକ ଭିଡିଓରେ ଦେଖିବାକୁ ମିଳୁଛି କି ସେ ଏକ ଟାୱେଲରେ ମୁହଁରୁ ଝାଳ ପୋଛୁଛନ୍ତି । ତାଙ୍କ ମୁହଁରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଉଥିବାର ସେହି ଭିଡିଓରୁ ସ୍ପଷ୍ଟ ନଜର ଆସୁଛି ।

କେତେବେଳେ ସେ ଉପରକୁ ଅନାଉଛନ୍ତି ଟ ଆଉ କେତେବେଳେ ବୋତଲରୁ ପାଣି ପିଉଛନ୍ତି । ଏହାସହ ସେ ଏସି ଠିକ ଭାବେ କାମ କରୁନାହିଁ ଓ ବହୁତ ଗରମ ହେଉଛି ବୋଲି ମଧ୍ୟ ଅଭିଯୋଗ କରୁଥିବା ତାଙ୍କ ଠାରରୁ ଜଣାପଡୁଛି । ତେବେ ଝାଳ ପୋଛିବା ଓ ପାଣି ପିଇବା ପରେ ମଧ୍ୟ ସେ ଠିକ ଅନୁଭବ ନ କରିବାରୁ ତାଙ୍କୁ ହୋଟେଲକୁ ନିଆ ଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ବାହାରକୁ ନେବା ବେଳେ କେକେଙ୍କ ମୁହଁରେ ଅଧିକ ଝାଳ ଥିବାବେଳେ ତାଙ୍କ ଚେହେରାରୁ ସ୍ୱାସ୍ଥ୍ୟ ଖରାପ ଥିବା ସ୍ପଷ୍ଟ ଜଣାପଡୁଛି

କିନ୍ତୁ ଦୁଃଖର କଥା ହେଉଛି କେକେଙ୍କୁ ମେଡିକାଲ ନେବା ବେଳକୁ ତାଙ୍କ ନିଃଶ୍ଵାସ ସବୁଦିନ ପାଇଁ ବନ୍ଦ ହୋଇ ଯାଇଥିଲା । ଆୟୋଜନ ସ୍ଥଳର ଅବ୍ୟବସ୍ଥା ଯୋଗୁଁ ଚାଲିଯାଇନି ତ କେକେଙ୍କ ଜୀବନ ? ଏନେଇ ଆପଣଙ୍କୁ କଣ ଅନୁଭବ ହେଉଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।