ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ, ବାତ୍ୟା ASANI ଯାଉ ଯାଉ ଓଡିଶାକୁ ପୁଣି ଥରେ ଘନେଇଲାଣି ଆଉ ଏକ ବାତ୍ୟା ଭୟ

ବାତ୍ୟା ଅସାନି ଯାଉ ଯାଉ ପୁଣି ସୃଷ୍ଟି ହେଲାଣି ଆଉ ଏକ ଲଘୁଚାପ । ଆସନ୍ତା ୧୯ ତାରିଖ ସୁଦ୍ଧା ଚିତ୍ର ସ୍ପଷ୍ଟ ହେବ । ମୌସୁମୀ ବର୍ଷା ଅଧିକ ଚିନ୍ତା ବଢାଇପାରେ । ଓଡିଶା ଉପରୁ ବାତ୍ୟା ଅସାନିର ଭୟ ଟଳିଯାଇଛି ସତ, କିନ୍ତୁ ବର୍ତ୍ତମାନ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ସୂଚନା ମିଳିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (IMD) । ଆଇଏମଡ଼ି ର ସୂଚନା ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ମେ’ ୨୯ ତାରିଖ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଏହା ଦିନେ କିମ୍ବା ଦୁଇଦିନ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରକୁ ପ୍ରବେଶ କରିବ । ଏହାପରେ ଏହାର ରୂପରେଖ ଓ ପ୍ରଭାବ କଣ ରହିବ ସେନେଇ ସ୍ପଷ୍ଟ ଭାବେ ଆକଳନ କରାଯାଇ ପାରିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ । ତେବେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ମେ’ ୧୫ ତାରିଖ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ନିକଟବର୍ତ୍ତୀ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବ ବୋଲି ଆଶଙ୍କା କରାଯାଉଛି । ଚଳିତ ବର୍ଷ ମୌସୁମୀ ଖୁବ ଶୀଘ୍ର ଆସିବାକୁ ଥିବା ପୂର୍ବରୁ ପୂର୍ବରୁ ସୂଚନା ଦେଇ ସାରିଥିଲା ପାଣିପାଗ ବିଭାଗ । ଆଉ ଏବେ ମେ’ ୨୭ ତାରିଖରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି ।

ଯାହା କି ସ୍ଵାଭାବିକ ତାରିଖ ଠାରୁ ପୂର୍ବରୁ ଛୁଇଁବା ନେଇ ପୂର୍ବାନୁମାନ ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉ କି ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ଗତକାଲିର ରିପୋର୍ଟ ଅନୁସାରେ ଟିଟିଲାଗଡ ସବୁଠାରୁ ଅଧିକ ଉତ୍ତପ୍ତ ସହର ଥିଲା । ଗତକାଲି ଏଠାରେ ତାପମାତ୍ରା ୪୩ ଡିଗ୍ରୀରୁ ମଧ୍ୟ ଅଧିକ ରହିଥିଲା ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୧ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଛି । ସେ ଯାହା ବି ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ସମସ୍ତଙ୍କ ମନରେ ପୁଣି ଥରେ ଛନକା ପଶିଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।