ବର୍ତ୍ତମାନ ବଲୀଉଡରେ ଷ୍ଟାରକିଡ୍ସଙ୍କର ଜଲୱା ଦେଖିବାକୁ ମିଳୁଛି । ଏମିତିରେ ସମସ୍ତଙ୍କର ନଜର ଏହି ଷ୍ଟାରକିଡ୍ସଙ୍କ ଉପରେ ରହୁଛି । ମିଡିଆ ବି ସବୁବେଳେ ଏମାନଙ୍କ ପଛରେ ଲାଗିଥାନ୍ତି । ଏହା ଛଡା ସୋସିଆଲ ମିଡିଆରେ ସମସ୍ତେ ଷ୍ଟାରକିଡ୍ସଙ୍କୁ ଅଧିକ ଫଲୋ ବି କରିଥାନ୍ତି । ସେଥିପାଇଁ ତାଙ୍କର ଡ୍ରେସ, ଅଫେୟାର ଓ ପର୍ସନାଲିଟିକୁ ନେଇ ସବୁବେଳେ କୌଣସି ନା କୌଣସି ନ୍ୟୁଜ ଶୁଣିବାକୁ ମିଳିଯାଏ । ଏହା ସହିତ ସୋସିଆଲ ମିଡିଆରେ ବି ତାଙ୍କର ବହୁତ ଚର୍ଚା ହୋଇଥାଏ ।
ଏହି କ୍ରମରେ ଆଜି ଆମେ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନଙ୍କ ବିଷୟରେ କଥାବାର୍ତ୍ତା କରିବା । କହିବାକୁ ଗଲେ ବର୍ତ୍ତମାନ କିଛି ଦିନ ତଳେ ହିଁ ସୁହାନା ଖାନଙ୍କୁ ନେଇ ସୋସିଆଲ ମିଡିଆରେ କିଛି ଏମିତି ଦେଖିବାକୁ ମିଳିଲା ଯାହାକୁ ଦେଖି ନା ହିଁ କେବଳ ସୁହାନା ଆଶ୍ଚର୍ଯ୍ୟ ହୋଇଗଲେ, ଅଥବା ସେ ସେହି ଟ୍ରୋଲର ମାନଙ୍କୁ କଡା ଜବାବ ବି ଦେଲେ ।
କହିବାକୁ ଗଲେ ସୁହାନା ପ୍ରଥମେ ନିଜର ଏକ ଫଟୋ ସେୟାର କରିଲେ ଓ ଏହା ସହିତ ୟୁଜରଙ୍କ ତରଫରୁ କରାଯାଉଥିବା ଖରାପ କମେଣ୍ଟର ସ୍କ୍ରିନସଟ ବି ସେୟାର କରିଲେ । ଏହା ସହିତ ଏକ ବଡ ନୋଟ ବି ଲେଖିଛନ୍ତି । ଏଥିରେ ସୁହାନା ସେହି ସମସ୍ତ ଟ୍ରୋଲରମାନଙ୍କୁ କଡା ଜବାବ ଦେଇଛନ୍ତି ଯେଉଁମାନେ ତାଙ୍କର ସ୍କିନଟୋନକୁ ନେଇ ତାଙ୍କ ଉପରେ କମେଣ୍ଟ କରୁଥିଲେ । ସୁହାନାଙ୍କ ତରଫରୁ ସେୟାର କରାଯାଇଥିବା କମେଣ୍ଟରେ ଆପଣ ଦେଖି ପାରିବେ କି ୟୁଜରମାନେ ତାଙ୍କ ପାଇଁ କଳା, ଅସୁନ୍ଦର ଭଳି କିଛି ଖରାପ ଖରାପ ଶବ୍ଦର ବ୍ୟବହାର କରିଛନ୍ତି ।
ଏହା ପରେ ସୁହାନା ଏମାନଙ୍କୁ କଡା ଜବାବ ଦେଇ ଲେଖିଲେ କି ବର୍ତ୍ତମାନ ସମୟରେ ବହୁତ କିଛି ଚାଲୁଅଛି ଓ ଏହା ଏକ ଏମିତି ବିଷୟ ଅଟେ, ଯାହାକୁ ଠିକ କରିବା ବହୁତ ଜରୁରୀ ଅଟେ । ଏହା କେବଳ ମୋ ବିଷୟରେ ନୁହେଁ, ଏହା ସେହି ସମସ୍ତ ପୁଅ ଓ ଝିଅମାନଙ୍କ ବିଷୟରେ ଅଟେ, ଯେଉଁମାନେ ବିନା କୌଣସି କଥାରେ ନିଚ୍ଛ ଭାବନାରେ ପୀଡିତ ହୋଇ ବଡ ହୋଇଛନ୍ତି । ଏଠି ମୋର ଉପସ୍ଥିତିକୁ ନେଇ କିଛି ଲେଖା ଯାଇଛି ।”
ସୁହାନା ଆଗକୁ ଲେଖିଲେ କି ଯେତେବେଳେ ମୁଁ ୧୨ ବର୍ଷର ଥିଲି, ତେବେ ମୋତେ କିଛି ଯୁବପିଢି ଦ୍ଵାରା କୁହାଗଲା କି ମୁଁ ନିଜର ସ୍କିନଟୋନ ପାଇଁ ଅସୁନ୍ଦର ଅଟେ । ଆମେ ଭାରତୀୟ ଅଟୁ ଓ ଯାହା ଆମ ସମସ୍ତଙ୍କୁ ଅଟୋମେଟିକଲୀ ବ୍ରାଉନ କରିଥାଏ । ଆମେ ଅଲଗା ଅଲଗା ରଙ୍ଗରେ ଆସିଥାଉ । କିନ୍ତୁ ମୋତେ କିଛି ଫରକ ପଡେ ନାହିଁ ।
ଏହା ପରେ ସେ ଆଗକୁ କହିଲେ କି ଯଦି ଆପଣ ୫.୭ ଈଚ ଓ ଧଳା ରଙ୍ଗର ନୁହନ୍ତି ତେବେ ଆପଣ ସୁନ୍ଦର ନୁହନ୍ତି । ମୋତେ ଆଶା ଅଛି କି ଏହା ଜାଣିବାକୁ ଆପଣଙ୍କୁ ସାହାର୍ଯ୍ୟ କରିବ କି ମୁଁ ୫.୩ ଇଞ୍ଚ ଓ ବ୍ରାଉନ ରଙ୍ଗର ଅଟେ ଓ ମୁଁ ଏହାକୁ ନେଇ ବହୁତ ଖୁସିରେ ଅଛି ଓ ଆପଣଙ୍କୁ ବି ହେବା ଉଚିତ ।
ଲୋକମାନେ କରୁଛନ୍ତି ପ୍ରଶଂସା
ସୁହାନା ଏହି ପୋସ୍ଟ ସହିତ କେତେକ ଲୋକମାନଙ୍କ କମେଣ୍ଟର ସ୍କ୍ରିନସଟ ବି ସେୟାର କରିଛନ୍ତି । କମେଣ୍ଟକୁ ସେୟାର କରିବା ପୂର୍ବରୁ ସୁହାନା ଲେଖିଲେ କି, ଏହା ସେହି ସମସ୍ତ ଲୋକମାନଙ୍କ ପାଇଁ ଅଟେ ଯେଉଁମାନଙ୍କୁ ହିନ୍ଦୀ ଆସେ ନାହିଁ, ମୁଁ ଚିନ୍ତା କରିଲି କି ତାଙ୍କୁ କିଛି କହି ଦିଏ । ବ୍ଲାକକୁ ହିନ୍ଦୀରେ କଳା କୁହନ୍ତି । କଳା ଶବ୍ଦର ବ୍ୟବହାର ଏକ ମହିଳା ପାଇଁ କୁହାଯାଏ, ଯାହାକି କି ଡାର୍କ ରଙ୍ଗର ଅଟେ । ସୁହାନାଙ୍କ ଏହି ପୋସ୍ଟ ପରେ ସୋସିଆଲ ମିଡିଆରେ ୟୁଜରମାନଙ୍କ ଛଡା ବଲୀଉଡର ଷ୍ଟାରମାନେ ବି ତାଙ୍କର ପ୍ରଶଂସା କରୁଛନ୍ତି ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।