ଶ୍ରୀ କୃଷ୍ଣଙ୍କ କଳିଯୁଗ ଉପରେ ଏହି ୧୦ଟି ଭବିଷ୍ୟବାଣୀ ଆଜି ମଧ୍ୟ ସତ୍ୟ ହେଉଛି

ବନ୍ଧୁଗଣ ଗୀତା ରେ କୁହା ହୋଇଥିବା ଏହି ୧୦ ଟି ଭୟଙ୍କର ସତ କଥା ଏବେ ସତ ହେଉଛି । ଏହି ବାଣୀ ଆଜି ମଧ୍ୟ ସତ୍ୟ ଅଟେ । ଅକ୍ଷରେ ଅକ୍ଷରେ ଘଟୁଛି ଆଉ ମଧ୍ୟ ଆଗକୁ ଘଟି ଚାଲିବ । ଆସନ୍ତୁ ଜାଣିବା କଣ ଅଟେ ସେହି ୧୦ ଟି ଭୟାନକ କଥା । ଗୀତା ରେ ଲେଖା ହୋଇଥିବା ୧୦ ଟି ଭୟାନକ କଥା ଏବେ କଳିଯୁଗ ରେ ସତ ହେଉଛି ।

ପ୍ରଥମ କଥା କଳିଯୁଗ ରେ ଧର୍ମ, ସ୍ଵଛତା, ଶକ୍ତି, ସ୍ୱଭାବ, ବ୍ୟବହାର, ଓ ଆୟୁଷ ଦିନକୁ ଦିନ କମିବାରେ ଲାଗିବ ।

ଦ୍ୱିତୀୟ କଥା କଳିଯୁଗ ରେ ସେହି ବ୍ୟକ୍ତି ଅଧିକ ଜ୍ଞାନୀ ମନାଯିବ ଯାହା ପାଖରେ ଅଧିକ ଧନ ଥିବ । ନ୍ୟାୟ ଓ କାନୁନ କେବଳ ଶକ୍ତି ର ଆଧାରରେ ହେବ ।

ତୃତୀୟ କଥା କଳିଯୁଗ ରେ ନାରୀ ଓ ପୁରୁଷ ବିବାହ ପୂର୍ବରୁ ନିଜ ରୁଚି ଦ୍ଵାରା ରହିବେ । ବ୍ରାହ୍ମଣ ଙ୍କୁ ସନମାନ ଦିଆ ଯିବନି ସେ କେବଳ ନାମ ମାତ୍ର ହୋଇ ରହିବେ

ଚତୁର୍ଥ କଥା କଳିଯୁଗ ରେ ଲାଞ୍ଚ ଦେଇଥିବା ବ୍ୟକ୍ତି ହିଁ ନ୍ୟାୟ ପାଇବେ ଯେଉଁମାନେ ଧନ ଦେବେନି ସେ ନ୍ୟାୟ ପାଇ ପାରିବେ ନାହିଁ । ଲୋଭି ଓ ସ୍ଵାର୍ଥପର ବ୍ୟକ୍ତି କଳିଯୁଗରେ ବିଦ୍ୱାନ ମନାଯିବେ ।

ପଞ୍ଚମ କଥା କଳିଯୁଗ ରେ ଲୋକ ଅନେକ ଚିନ୍ତା ରେ ଘେରି ରହିବେ । ମଣିଷ ମାନଙ୍କ ବୟସ କମିଯାଇ କେବଳ ୭୦-୮୦ ବର୍ଷ ରହିଯିବ ।

ଷଷ୍ଠ କଥା କଳିଯୁଗ ରେ ଲୋକ ଦୂର ଅଞ୍ଚଳକୁ ତୀର୍ଥ ବୁଲିବାକୁ ଯିବେ କିନ୍ତୁ ନିଜ ମାତା ପିତା ଙ୍କୁ ଅନାଦାର କରିବେ । ମୁଣ୍ଡରେ ଅଧିକ ଚୁଟି ସୁନ୍ଦର ଲାଗିବ ଓ ଲୋକ ଖାଇବା ପାଇଁ ଅନେକ ପାପ କର୍ମ କରିବାରେ ଲାଗିବେ ।

ସପ୍ତମ କଥା କଳିଯୁଗ ରେ ବର୍ଷା ହେବ ନାହିଁ ସବୁ ସ୍ଥାନରେ ମରୁଡି ଦେଖା ଯିବ । ପାଗ ସବୁବେଳେ ଓଲଟା ହେବ ଖରା ସମୟରେ ବର୍ଷା ଓ ବର୍ଷା ସମୟରେ ଖରା ହେବ ଏହି ପରି ପାଣି ପାଗ ଠିକ ରହିବନି ।

ଅଷ୍ଟମ କଥା କଳିଯୁଗରେ ଯେଉଁ ବ୍ୟକ୍ତି ପାଖରେ ଧନ ନଥିବ ଲୋକ ତାକୁ ଅଧର୍ମୀ, ଓ ମୂର୍ଖ ବୋଲି ଭାବିବେ ଓ ତାର ଅନାଦାର କରିବେ । ବିବାହ ର ନାମରେ କେବଳ ବୁଝାମଣା ହେବ ।

ନବନ କଥା ଲୋକ କେବଳ ଅନ୍ୟ ସମ୍ନାରେ ଦେଖାଇବା ପାଇଁ ଧର୍ମ କରିବେ । କଳିଯୁଗ ରେ ଦେଖେଇବା ଅଧିକ ହେବ ଓ ଦୃଷ୍ଟ ଲୋକ ବି ଅଧିକ ହେବେ । ଲୋକ ଶକ୍ତି ହାସଲ କରିବା ପାଇଁ କାହାକୁ ବି ମାରିବାକୁ ପଛେଇବେ ନାହିଁ ।

ଦଶମ କଥା କଳିଯୁଗ ରେ ଏପରି ସମୟ ଆସିବ ଯେବେ ଲୋକ ପାହାଡ଼ ରେ ରହିବେ ଓ କଞ୍ଚା ମାଂସ, ଗଛ ର ପତ୍ର ଆଦି ଖାଇବାକୁ ବାଧ୍ୟ ହେବେ । ଗୀତା ରେ ଭଗବାନ ଶ୍ରୀ କୃଷ୍ଣ ଲେଖି ଥିବା ଏହି ସବୁ କଥା ସତ ହେଉଥିବା ଦେଖିବାକୁ ମିଳୁଛି । ହିନ୍ଦୁ ଧର୍ମ ମହାନ ଅଟେ । ଆମକୁ ଗର୍ବ ଅଟେ କି ଭଗବାନ ଶ୍ରୀ କୃଷ୍ଣ ଏହାର ଭବିଷ୍ୟତ ବାଣୀ ପୂର୍ବରୁ କରିଛନ୍ତି । ଏହା ପରେ ବି ଲୋକ ମାନେ ଏହି କଥା ବୁଝିପାରୁ ନାହାଁନ୍ତି । ଅଧର୍ମୀ ଲୋକ ଙ୍କ ସଂଖ୍ୟା ଆଜି ମଧ୍ୟ ବଢି ଚାଲିଛି । ଦିନେ କଳିଯୁଗ ଶେଷ ହେବ ଭଗବାନ ଶ୍ରୀ ବିଷ୍ଣୁ କଳ୍କୀ ଅବତାର ନେଇ ପାପୀ ଙ୍କୁ ସଂହାର କରିବେ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।