କଠିନ ପରିଶ୍ରମର କଲା ପରେବି ଫଳ କାହିଁକି ମିଳି ନଥାଏ, ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି ଏହା ପଛର କାରଣ

ସମସ୍ତେ ନିଜ ଜୀବନରେ ବହୁତ ପରିଶ୍ରମ କରିଥାନ୍ତି । କିନ୍ତୁ ବେଳେ ବେଳେ ଯେତେ ଚେଷ୍ଟା କଲେ ବି ସଫଳତା ମିଳି ନ ଥାଏ । କହିବାକୁ ଗଲେ ସଫଳତା ଓ ଅସଫଳତା ଆମ ହାତରେ ନ ଥାଏ କିନ୍ତୁ କର୍ମ ଆମ ହାତରେ ଥାଏ । ତେଣୁ କଥାରେ ଅଛି ଯେମିତି କର୍ମ ସେମିତି ଫଳ । ଏମିତିରେ ଶ୍ରୀମଦଭାଗବତ ଗୀତାରେ କୁହାଯାଇଥିବା ଶ୍ରୀକୃଷ୍ଣଙ୍କର କଥା ଯଦି ଆମେ ମାନିବୁ ତେବେ ଆମେ ନିଶ୍ଚୟ ସଫଳତା ହାସିଲ କରିପାରିବୁ ।

କିନ୍ତୁ ଯଦି ଆପଣ ଶ୍ରୀକୃଷ୍ଣଙ୍କର କଥାକୁ ମାନିବେ ନାହିଁ ତେବେ ଆପଣ ଜୀବନରେ ଅସଫଳତା ହିଁ ମିଳିବ । ସେଥିପାଇଁ ଆପଣଙ୍କୁ ଗୋଟେ ଉଦାହରଣ ଦେବୁ । ତେବେ ଆସନ୍ତୁ ଜାଣିବା ଅସଫଳତା ମିଳିବାର ଅସଲ କାରଣ କଣ ଅଟେ ।

ଥରେ ଗୋଟିଏ ଜଙ୍ଗଲରେ ସବୁ ପଶୁ ପକ୍ଷୀମାନଙ୍କର ଗୋଟିଏ ବୈଠକ ହେଲା ଓ ସମସ୍ତେ କହିଲେ କି ଦୁନିଆରେ ସମସ୍ତେ ଆଗକୁ ବଢୁଛନ୍ତି ସେଥିପାଇଁ ତାଙ୍କର ପିଲାମାନେ କିପରି ଆଗକୁ ବଢିବେ ଏହା ବିଷୟରେ ସମସ୍ତଙ୍କୁ ଚିନ୍ତା କରିବା ଉଚିତ । ପ୍ରଥମେ ମାଛ କହିଲା କି ପାଣି ଭିତରେ ଗୋଟିଏ ସ୍କୁଲ ଖୋଲି ସମସ୍ତଙ୍କୁ ପହଁରା ଶିଖେଇବା କାରଣ ଜଙ୍ଗଲରେ କେହି ପହଁରିବା ଶିଖି ନ ଥିଲେ । ଏହା ଶୁଣି ସିଂହ ରାଗି ଯାଇ କହିଲା ମାଛ ଆମକୁ କହିବ କି ସ୍କୁଲ କେଉଁ ଠାରେ ଖୋଲା ଯିବ ।

ଏହା ପରେ ସିଂହ ଆଗକୁ କହିଲା କି ସ୍କୁଲ ଖୋଲିବାର ନିଷ୍ପତି କେବଳ ଜଙ୍ଗଲର ରାଜା ହିଁ ନେବ । ରାଜାଙ୍କ ସ୍କୁଲରେ ପଢିଲେ ସମସ୍ତଙ୍କ ପାଖରେ ଭଲ ସ୍କୁଲର ସାର୍ଟିଫିକେଟ ଥିବ । ଏଥିପାଇଁ ସ୍କୁଲ ଖୋଲିଲା ଓ ସମସ୍ତେ ପଢିବାକୁ ଆସିଲେ । କିନ୍ତୁ କଣ ପଢିବେ । ଏଥିପାଇଁ ମାଙ୍କଡ ପାଖକୁ ଯାଇ ସିଂହ ପରାମର୍ଶ ନେଲା ଓ ମାଙ୍କଡ କହିଲା କି ଯଦି ସମସ୍ତଙ୍କୁ ଆଗକୁ ବଢିବାର ଅଛି ତେବେ ତାଙ୍କୁ ଦୌଡିବା ଶିଖାଅ କାରଣ ମଣିଷ ଚନ୍ଦ୍ରରେ ପହଞ୍ଚିସାରିଛି ତେବେ ଆମକୁ ବି ସେହିଭଳି କାମ କରିବାକୁ ପଡିବ ।

ବାଘକୁ ଏକଥା ପସନ୍ଦ ଆସିଲା । ସବୁ ପିଲାଙ୍କ ଉଜ୍ଜଳ ଭବିଷ୍ୟ ପାଇଁ ଦୌଡା ଶିକ୍ଷା ଗଲା । ଶେଷରେ ସମସ୍ତଙ୍କର ପରୀକ୍ଷା ହେଲା । ପରୀକ୍ଷାରେ ହାତୀର ପିଲା ଫେଲ ହୋଇଗଲା । ହାତୀ ଏଥିରୁ ତା ପିଲାକୁ କିପରି ଟପ କରାଇବ ଚିନ୍ତା କଲା । ଏଥିପାଇଁ ତା ପିଲାକୁ ଟିଉସନ ଦେଲା ।

କିନ୍ତୁ ସବୁଠୁ ଖରାପ ଅବସ୍ଥା ପେଚାର ଥିଲା କାରଣ ସ୍କୁଲରେ ପେଚା ବହୁତ ଆଫସେଣ୍ଟ ରହୁଥିଲା । ତା ପୁଅ କହିଲା ଆମକୁ ରାତିରେ ସ୍କୁଲ ଖୋଲିବାକୁ ପଡିବ । କିନ୍ତୁ ତାର ବାପା କହିଲା ଆମକୁ ରାଜାର ସ୍କୁଲରେ ପଢିବା ଉଚିତ । ଏହିପରି ସମସ୍ତେ ଫେଲ ହୋଇଗଲେ କିନ୍ତୁ ମାଙ୍କଡ ପିଲା ପ୍ରଥମ ହେଲା । ହାତୀ ତ ପିଲାକୁ ଫେଲ ହୋଇଥିବାରୁ ପାଟି କଲା ଏହି ସମୟରେ ବିଲୁଆ ଆସି ହାତିକୁ କହିଲା କି ତୁମ ଛୁଆ ଦୌଡି କଣ କରିବ କାରଣ ସେତ ତ ଶୁଣ୍ଢରେ ଡାଳ ପାତ୍ର ଛିଣ୍ଡାଇ ଖାଇବ ।

ପ୍ରକୃତରେ ଆମ ମନୁଷ୍ୟର ଛାତ୍ର ମାନଙ୍କର କାହାଣୀ ଅଟେ । ହାତୀର ଛୁଆ ଫେଲ ହୋଇଗଲା କିନ୍ତୁ ଭାର ଉଠାବାରେ ପ୍ରଥମ ଆସିବ । ରାତିରେ ଜଗିବା ପ୍ରତିଯୋଗୀତା ହେଲେ ପେଚା ଜିତିବ । ଭାଗବତ ଗୀତା ଅନୁସାରେ ସବୁ ବ୍ୟକ୍ତି ନିଜର ପ୍ରକୃତି ଓ ଗୁଣ ଅନୁସାରେ କର୍ମ କରିଥାଏ । ଏଥିପାଇଁ ସବୁ ବ୍ୟକ୍ତି ସବୁ କାର୍ଯ୍ୟ କରିପାରିବେ ନାହିଁ । ସେଥିପାଇଁ ଯଦି କେହି ଗଣିତରେ ଖରାପ କରୁଛି ତ ତାକୁ ଘୃଣା କରନ୍ତୁ ନାହିଁ କାରଣ ସେ ଅନ୍ୟ ବିଷୟରେ ତ ଭଲ କରୁଛି ନା ?

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।