ଶ୍ରମିକର ଝିଅ ହେଲେ IAS, ସାଙ୍ଗମାନେ ଚାନ୍ଦା କରି ପଠାଇଥିଲେ ଇଣ୍ଟରଭିୟୁ ପାଇଁ ଦିଲ୍ଲୀ, ଆଉ ଏବେ

କେରଳର ରାଜଧାନୀ ତିରୁବନନ୍ତପୁରମ (ତ୍ରିବେନ୍ଦ୍ରମ)ରୁ ୪୪୨ କିଲୋମିଟର ଦୂରରେ ପୋଜୁଥାନା ନାମକ ଗ୍ରାମ ଅଛି । କହିବାକୁ ଗଲେ ଏହି ଗ୍ରାମର ଜଣେ ଝିଅ IAS ଅଫିସର ହୋଇ ଯାଇଛି । ଏମିତିରେ ଆଜି ଆମେ ତାଙ୍କର ସଫଳତାର କାହାଣୀ ବିଷୟରେ ଜାଣିବା । ଏହି ଝିଅର ନାମ ଶ୍ରୀଧନ୍ୟା ସୁରେଶ ଅଟେ । ବର୍ଷ ୨୦୧୮ ପର୍ଯ୍ୟନ୍ତ ଶ୍ରୀଧନ୍ୟା ସୁରେଶ ଜଣେ ଶ୍ରମିକର ଝିଅ ଥିଲେ, କିନ୍ତୁ ବର୍ତ୍ତମାନ ସେ ଏକ IAS ଅଫିସର ହୋଇ ଯାଇଛନ୍ତି ।

ପାଖପାଖି ୭ ହଜାର ଜନସଂଖ୍ୟା ବାଲା ଏହି ଗ୍ରାମ ପୋଜୁଥାନାର କୁରିଚିୟା ଜନଜାତି ସହ ସମ୍ବନ୍ଧ ରଖୁଥିବା ଶ୍ରୀଧନ୍ୟା ସୁରେଶର କାହାଣୀ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ଅଟେ । ଶ୍ରୀଧନ୍ୟା ସୁରେଶ ଦରିଦ୍ରତା, ପରିଶ୍ରମୀ ଓ ସଫଳତା ଏହି ତିନୋଟିର ଏକ ଉଦାହରଣ ଅଟନ୍ତି । ମାତ୍ର ୨୨ ବର୍ଷ ବୟସରେ ହିଁ ସେ ଏହି ସଫଳତା ହାସଲ କରିଛନ୍ତି । ବର୍ଷ ୨୦୧୮ରେ ଶ୍ରୀଧନ୍ୟା ୪୧୦ ପୋଜିସନ ହାସଲ କରି UPSCର ପରୀକ୍ଷା ପାସ କରିଥିଲେ ।

ଏହା ସହିତ ସେ କେରଳର ପ୍ରଥମ ଜନଜାତି ମହିଳା ଆଇଏଏସ ହେବାର ରେକର୍ଡ ବି ନିଜ ନାମରେ କରିଛନ୍ତି । ଆପଣଙ୍କୁ କହିଦେଉଛୁ କି କେରଳର ବାୟନାଡ଼ ଆଦିବାସୀ ଅଞ୍ଚଳ ଅଟେ । ଏଠି ରୋଜଗାର ଓ ଅନ୍ୟ କେତେକ ଜିନିଷର ଅଭାବ ଅଛି । ଲୋକମାନେ ଜଙ୍ଗଲରୁ ଝୁଡି, ତୀର କମାଣ ତିଆରୀ ଓ ଦିନ ମଜୁରିଆ କାମ କରି ପେଟ ପୋଷଣ କରୁଛନ୍ତି । ଶ୍ରୀଧନ୍ୟା ସୁରେଶଙ୍କ ପିତା ଜଣେ ଦିନ ମଜୁରିଆ ଅଟନ୍ତି ।

ଗ୍ରାମର ବଜାରରେ ସେ ଧନୁଷ ଓ ତୀର ବିକ୍ରି କରିବାର କାମ କରନ୍ତି । ଏହି ଶ୍ରମିକ ଜଣକ ନିଜେ ପଢି ପାରିଲେ ନାହିଁ, କିନ୍ତୁ ନିଜ ଝିଅକୁ ପଢିବା ଲେଖିବା ପାଇଁ ଭରପୁର ଅବସର ଦେଲେ ଓ ଆଇଏଏସ ର ଚେୟାର ପର୍ଯ୍ୟନ୍ତ ପହଞ୍ଚାଇଲେ । ନିଜ ଗ୍ରାମ ପୋଜୁଥାନାର ସରକାରୀ ସ୍କୁଲରୁ ଶିକ୍ଷା ଲାଭ କରିବା ପରେ ଶ୍ରୀଧନ୍ୟା ସୁରେଶ ସେଂଟ ଜୋସେଫ କଲେଜରୁ ଜୂଲଜୀରେ ଡିଗ୍ରୀ ହାସଲ କରିଲେ ।

ଏହା ପରେ ସେ ଆଗକୁ ପଢିବା ପାଇଁ କୋଝୀକୋଡ ପହଞ୍ଚିଲେ ଓ ଏଠି କାଲୀକଟ ବିଶ୍ଵବିଦ୍ୟାଳୟରୁ ପୋସ୍ଟ ଗ୍ରାଜୁଏଶନ କରିଲେ । ଏହା ପରେ ଶ୍ରୀଧନ୍ୟା କେରଳରେ ହିଁ ଅନୁସୂଚିତ ଜନଜାତି ବିକାଶ ବିଭାଗରେ କ୍ଲର୍କ ରୂପରେ କାମ କରିବାକୁ ଲାଗିଲେ । କିଛି ସମୟ ପାଇଁ ବାୟନାଡରେ ଆଦିବାସୀ ହସ୍ଟଲର ୱାର୍ଡନ ବି ସେ ରହିଛନ୍ତି । କଲେଜ ସମୟରୁ ହିଁ ଶ୍ରୀଧନ୍ୟା ସିବିଲ ସେବାରେ ଯିବା ପାଇଁ ମନ କରି ନେଇଥିଲେ ।

କ୍ଲର୍କ ଓ ଆଦିବାସୀ ହସ୍ଟଲର ୱାର୍ଡନର ଚାକିରି କରିବା ସହିତ ଶ୍ରୀଧନ୍ୟା ସିବିଲ ପରୀକ୍ଷାର ପ୍ରସ୍ତୁତି ବି ଆରମ୍ଭ କରି ଦେଇଥିଲେ । ଚାକିରି ସହିତ ଟ୍ରାଇବଲ ୱେଲଫେୟର ଦ୍ୱାରା ସଂଚାଳନ କରାଯାଉଥିବା ସିବିଲ ସେବା ପ୍ରଶିକ୍ଷଣ କେନ୍ଦ୍ରରେ କିଛି ଦିନ କୋଚିଙ୍ଗ ବି ନେଲେ । ଏହା ପରେ ସେ ତିରୁବନଂତପୁରମ ଚାଲିଗଲେ । ଅନୁସୂଚିତ ଜନଜାତି ବିଭାଗରୁ ଆର୍ଥିକ ସାହାର୍ଯ୍ୟ ମିଳିବା ପରେ ଶ୍ରୀଧନ୍ୟା ନିଜର ପୁରା ଧ୍ୟାନ ପ୍ରସ୍ତୁତିରେ ଲଗାଇ ଦେଲେ ।

ଶ୍ରୀଧନ୍ୟା ନିଜର ପରିଶ୍ରମ ବଳରେ ତୃତୀୟ ପ୍ରୟାସରେ ବର୍ଷ ୨୦୧୮ରେ ସିବିଲ ସେବା ପରୀକ୍ଷା ପାସ କରି ନେଲେ । ୪୧୦ ପୋଜିସନ ହାସଲ ବି କରିଲେ । ପୁଣି ଯେତେବେଳେ ତାଙ୍କର ନାମ ସାକ୍ଷାତ୍କାର ସୂଚୀରେ ଆସିଲା ତେବେ ସେହି ସମୟରେ ଏହା ଅସୁବିଧା ଥିଲା କି ଶ୍ରୀଧନ୍ୟାଙ୍କ ପାଖରେ ଦିଲ୍ଲୀ ପର୍ଯ୍ୟନ୍ତ ଯିବା ପାଇଁ ଟଙ୍କା ନ ଥିଲା ।

ଏହା ପରେ ଏହି କଥା ଯେତେବେଳେ ତାଙ୍କର ବନ୍ଧୁମାନଙ୍କୁ ଜଣା ପଡିଲା ତେବେ ସେମାନେ ଶ୍ରୀଧନ୍ୟା ପାଇଁ ଚାନ୍ଦା ଏକାଠି କରିଲେ ଓ ଶ୍ରୀଧନ୍ୟାଙ୍କ ପାଇଁ ୪୦ ହଜାର ଟଙ୍କା ଏକାଠି କରି ତାକୁ ଦିଲ୍ଲୀ ପଠାଇଲେ । ଆଶାକରୁଛୁ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।