ଆପଣଙ୍କସାଇକେଲ ନେଇ ଯାଉଛି, ମତେ କ୍ଷମା କରିଦେବେ, ଶ୍ରମିକଙ୍କ ଏମିତି ଚିଠି ସୋସିଆଲ ମିଡିଆରେ ହେଉଛି ଭାଇରାଲ

କରୋନା ଭାଇରସ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଏହି ସଂକ୍ରମଣ ଦିନକୁ ଦିନ ବଢିବାରେ ମଧ୍ୟ ଲାଗିଛି । ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ସରକାର ଲକଡାଉନ ବ୍ୟବସ୍ଥା ଘୋଷଣା କରିଥିଲେ ଯାହାଦ୍ୱାରା କି ଲୋକ ମାନଙ୍କ ଭିତରେ ସାମାଜିକ ଦୂରତା ରହି ପାରିବ । ଲକଡାଉନ ସମୟରେ କାମର ଅଭାବ, ଟଙ୍କା, ରାଶନ ଶେଷ ହେବା ଏବଂ ରହିବା ପାଇଁ ଠିକଣା ନଥିବା କାରଣରୁ ଶ୍ରମିକ ମାନେ ଘରକୁ ଯାଉଛନ୍ତି । ସରକାରଙ୍କ ତରଫରୁ ବଳିଷ୍ଠ ସମାଧାନ ନହେବା କାରଣରୁ ଶ୍ରମିକମାନେ ଘରକୁ ଯିବା ପାଇଁ ଆତ୍ମନିର୍ଭରଶୀଳ ହୋଇ ଯାଉଛନ୍ତି । ଘରକୁ ଯିବା ପାଇଁ ଯାହା ବି ସାହାରା ମିଳୁଛି ସେମାନେ ତାକୁ ଉପଯୋଗ କରୁଛନ୍ତି । ଘରକୁ ଯାଉଥିବା ସମୟର ବହୁତ ଫଟୋ ସାମନାକୁ ଆସୁଛି ।

ରାଜସ୍ଥାନ ର ଭରତପୁର ରୁ ଏକ ଖବର ସାମନାକୁ ଆସିଛି । ଏଠାରେ ଉତ୍ତରପ୍ରଦେଶ ଜଣେ ଶ୍ରମିକ ଘରକୁ ଯିବା ପାଇଁ ସାଇକେଲ ଚୋରାଇ ନେଇଯାଇଛି ବୋଲି କୁହାଯାଇଛି । କୁହାଯାଉଛି କି ସେ ସାଇକେଲ ମାଲିକଙ୍କ ପାଇଁ ଏକ ଚିଠି ମଧ୍ୟ ଛାଡି ଯାଇଛନ୍ତି ଯେଉଁ ଚିଠି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆସନ୍ତୁ ଜାଣିବା ଚିଠିରେ କଣ ଲେଖା ହୋଇଛି ।

ନମସ୍କାର

ମୁଁ ଆପଣଙ୍କ ସାଇକେଲ ନେଉଛି । ଯଦି ସମ୍ଭବ ମୋତେ କ୍ଷମା କରିଦେବ କାରଣ ମୋ ପାଖରେ ଆଉ କିଛି ଉପାୟ ନାହିଁ । ମୋର ଏକ ପିଲା ଅଛି ଯିଏ କି ଜଣେ ବିକଳାଙ୍ଗ ଅଟେ ତା ପାଇଁ ମତେ ଏମିତି କରିବା ପାଇଁ ପଡିଲା । କାରଣ ଆମକୁ ବରେଲୀ ପର୍ଯ୍ୟନ୍ତ ଯିବାର ଅଛି ।

ଆପଣଙ୍କର ଦୋଷୀ

ଜଣେ ଯାତ୍ରୀ ଶ୍ରମିକ

ମହମ୍ମଦ ଇକବାଲ ଖାନ, ବରେଲୀ

ଇଣ୍ଡିଆ ଟୁଡେ ପତ୍ରକାର ସୁରେଶ ଫୌଜଦାର କହିଛନ୍ତି କି ଚୋରୀ ହୋଇଥିବା ସାଇକେଲ ମାଲିକଙ୍କ ନାମ ସାହିବ ସିଂହ ଅଟେ ଏବଂ ଏହି ଘଟଣା ୧୩ମେ ରାତିରେ ସାହନାବାଲି ଗାଁରେ ଘଟିଥିଲା । ଏହି ଗାଁ ଭରତପୁର-ଆଗରା ହାଇୱେରେ ପଡିଥାଏ ଯାହା ସୀମା ପାଖରେ ଅଛି ।

ଘରବାଲା କଣ କହିଲେ

ଘର ଲୋକ କହିଛନ୍ତି ସକାଳୁ ଦେଖିଲା ବେଳକୁ ସାଇକେଲ ନଥିଲା ବହୁତ ଖୋଜା ଖୋଜି କରିବା ପରେ ମଧ୍ୟ ପାଇଲୁ ନାହିଁ କିନ୍ତୁ ଝାଡୁ କରୁଥିବା ସମୟରେ ଏକ ଚିଠି ମିଳିଲା ଏବଂ ତାହାକୁ ପଢିବା ପରେ ଜଣାପଡିଲା କି ଜଣେ ଶ୍ରମିକ ଘରକୁ ଯିବା ପାଇଁ ସାଇକେଲ ନେଇ ଯାଇଛି ।

ଗାଁ ବାଲାଙ୍କ ଉପରେ ଚୋରୀ ସନ୍ଦେହ

ସାଇକେଲ ମାଲିକଙ୍କ ବଡ ଭାଇ ପ୍ରଭୁ ଦୟାଲ କହିଛନ୍ତି କି ରାତି ଚାରିଟା ରେ ସାଇକେଲ ଚୋରୀ ହୋଇଛି ସେତେବେଳେ ଘର ଲୋକ ସବୁ ଘର ଭିତରେ ଥିଲେ, ଏହି ଚୋରୀ ଗାଁର କୌଣସି ଲୋକ କରିଛନ୍ତି, କୌଣସି ବାହାର ଲୋକ ଏଥିରେ ସାମିଲ ନାହାଁନ୍ତି । ସେ କହିଛନ୍ତି ପୋଲିସ ପାଖରେ ସାଇକେଲ ଚୋରୀ ହେବାର ଅଭିଯୋଗ କରିବା ପାଇଁ ଯାଇଥାନ୍ତୁ କିନ୍ତୁ ଚିଠି ପଢିବା ପରେ ଅଭିଯୋଗ କରିଲୁ ନାହିଁ । ଏହା ସହିତ ସେ ମଧ୍ୟ କହିଥିଲେ ସାଇକେଲ ଟି ବହୁତ ପୁରୁଣା ଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।