ଶ୍ରାବଣ ମାସ ଶେଷ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ମାତ୍ର ଏହି 1 ଜିନିଷ, ଭୋଳାନାଥ ପୂରଣ କରିବେ ଆପଣଙ୍କର ସବୁ ମନସ୍କାମନା

ଶ୍ରାବଣ ମାସରେ ଭଗବାନ ଶିବଙ୍କ ଆରାଧନା କରିବାର ବିଶେଷ ମହତ୍ଵ ରହିଛି । ଏହି ମାସରେ ଶିବଭକ୍ତ ମାନେ ବ୍ରତ ଉପବାସ ରଖିଥାନ୍ତି ଓ କାଉଡି ଯାତ୍ରା ଯାଇଥାନ୍ତି । ଏହି ମାସଟି ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ସର୍ବଶ୍ରେଷ୍ଠ ମାସ । ଏହି ମାସରେ ଯେଉଁ ଭକ୍ତ ମହାଦେବଙ୍କୁ ପ୍ରସନ୍ନ କରିଥାଏ, ସେ ତା’ର ସବୁ ମନସ୍କାମନା ପୂରଣ କରିଥାନ୍ତି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମାସରେ ଆପଣ କିଛି ବିଶେଷ ଜିନିଷ ଘରକୁ ନେଇ ଆସନ୍ତୁ । ଚାଲନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ ।

ପବିତ୍ର ଶ୍ରାବଣ ମାସରେ ଭଗବାନ ଶିବଙ୍କର କିଛି ପ୍ରିୟ ଜିନିଷ ଘରକୁ ଆଣିବା ଦ୍ଵାରା ସେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଯାହାଫଳରେ ସେହି ବ୍ୟକ୍ତିଙ୍କ ଘରେ ଧନର ବର୍ଷା ହୋଇଥାଏ । କୁହାଯାଏ କି ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଅତି ସହଜ । ତେଣୁ ତାଙ୍କର କିଛି ପ୍ରିୟ ଜିନିଷ ମଧ୍ୟରୁ ଯଦି ଗୋଟିଏ ବି ଜିନିଷ ଆପଣ ଘରକୁ ଆଣୁଛନ୍ତି ତେବେ ଆପଣଙ୍କର ସବୁ ଇଚ୍ଛା ସେ ପୂରଣ କରିଦେବେ ଓ ଆପଣଙ୍କୁ ଜୀବନରେ କେବେବି ଧନର ଅଭାବ ହେବ ନାହିଁ ।

ପ୍ରଥମ ଜିନିଷଟି ହେଉଛି ଭସ୍ମ । ଏହା ଭଗବାନ ଶିବଙ୍କର ସବୁଠୁ ଅଧିକ ପ୍ରିୟ ଜିନିଷ ବୋଲି କୁହାଯାଏ । ପବିତ୍ର ଶ୍ରାବଣ ମାସରେ ଭଗବାନ ଶିବଙ୍କ ମନ୍ଦିରରୁ ଭସ୍ମ ଆଣି ପୂଜା ଘରେ ରଖି ପୂଜା କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଅଳ୍ପ ଭସ୍ମକୁ ନିଜର ଧନ ରଖୁଥିବା ସ୍ଥାନରେ ମଧ୍ୟ ରଖିବା ଦ୍ଵାରା କେବେବି ଧନ ସମ୍ପତ୍ତିର ଅଭାବ ହୋଇ ନଥାଏ । ସେଥିପାଇଁ ଶ୍ରାବଣ ଶେଷ ହେବା ପୂର୍ବରୁ ଆପଣ କୌଣସି ଶିବ ମନ୍ଦିରକୁ ଯାଇ ଅଳ୍ପ ଭସ୍ମ ନେଇ ଆସନ୍ତୁ ।

ଦ୍ଵିତୀୟ ଜିନିଷଟି ହେଉଛି ରୁଦ୍ରାକ୍ଷ । ଭଗବାନ ଶିବଙ୍କର ପ୍ରିୟ ଜିନିଷ ଗୁଡିକ ମଧ୍ୟରୁ ରୁଦ୍ରାକ୍ଷ ଅନ୍ଯତମ । ରୁଦ୍ରାକ୍ଷ ମାଳିକୁ ରୂପାର ହାର ବନେଇ ପିନ୍ଧିବା ଦ୍ଵାରା ଏହା ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିଥାଏ । ସୁଖ, ସୌଭାଗ୍ୟ, ସମୃଦ୍ଧି, ବୃଦ୍ଧି ତଥା ମନର ପବିତ୍ରତା ପାଇଁ ଘରକୁ ଅସଲି ରୁଦ୍ରାକ୍ଷ ଆଣନ୍ତୁ ଓ ଏହାକୁ ଘରର ପବିତ୍ର ସ୍ଥାନରେ ରଖି ଦିଅନ୍ତୁ । ଶ୍ରାବଣ ମାସ ଆରମ୍ଭ ହେବା ପରେ ଏହାକୁ ଘରେ ଆଣି ରଖନ୍ତୁ ଓ ଶ୍ରାବଣ ମାସର ଶେଷଦିନ ଏହାକୁ ଉପହାର ସ୍ୱରୂପ କୌଣସି ଏକ ଛୋଟପିଲାକୁ ପିନ୍ଧେଇ ଦିଅନ୍ତୁ ।

ଦେଖିବେ ଆପଣଙ୍କ ଘର ଓ ଜୀବନ ସୁଖ ସମୃଦ୍ଧିରେ ପୂର୍ଣ୍ଣ ହୋଇଯିବ ଓ ଆପଣ ଯାହାବି ଇଚ୍ଛା କରିବେ ତାହା ନିଶ୍ଚିତ ଭାବେ ପୂର୍ଣ୍ଣ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।