ଶ୍ରାବଣ ସୋମବାରରେ ଘରକୁ ନେଇ ଆସନ୍ତୁ ଏଥି ମଧ୍ୟରୁ କୌଣସି 1 ଜିନିଷ, ଦୂର ହେବ ସବୁ କଷ୍ଟ, ସବୁ କାର୍ଯ୍ୟରେ ମିଳିବ ସଫଳତା

ପବିତ୍ର ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ ଅଟେ । ମାନ୍ୟତା ଅନୁସାରେ ଏହି ମାସରେ ଶିବଙ୍କ ପୂଜା କଲେ ସମସ୍ତ ମନୋସ୍କମନା ପୂର୍ଣ୍ଣ ହୋଇଥାଏ । ଅନେକ ଲୋକ ଏହି ମାସର ପ୍ରତ୍ଯେକ ସୋମବାର ବ୍ରତ ମଧ୍ୟ ରଖନ୍ତି ।

ଏହି ମାସରେ କରାଯାଉ ଥିବା ସମସ୍ତ ପୂଜା ଓ ବ୍ରତ ଅତ୍ୟନ୍ତ ଫଳଦାୟକ ବୋଲି ମାନାଯାଏ । ତେବେ ଏହି ଶ୍ରାବଣ ମାସରେ ଆମେ କହିବାକୁ ଯାଉଥିବା ଏହି ଉପାୟ ଗୁଡିକୁ କଲେ, ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଶ୍ରାବଣ ମାସରେ ଏହି ସବୁ ଜିନିଷ ଘରକୁ ନେଇ ଆସନ୍ତୁ ମହାଦେବଙ୍କ କୃପାରୁ ଆପଣଙ୍କ ଜୀବନର ସମସ୍ତ କଷ୍ଟ ଦୂର ହୋଇଯିବ । ଭଗବାନ ଶିବଙ୍କୁ ଭସ୍ମ ବହୁତ ପ୍ରିୟ ଅଟେ ।

ଏହି ଭସ୍ମ ଘରେ ଆଣି ରଖିଲେ ଭଗବାନ ଶିବ ସହଜରେ ପ୍ରସନ୍ନ ହୋଇଯାନ୍ତି ଓ ଘରୁ ନକରାତ୍ମକ ଊର୍ଜା ଦୂର ହୋଇଯାଏ । ଆପଣ କେବଳ ଶ୍ରାବଣ ମାସର ଯେକୌଣସି ସୋମବାର ଦିନ ଘରକୁ ଭସ୍ମ ଆଣି ଭଗବାନ ଶିବଙ୍କ ମୂର୍ତ୍ତି ପାଖେ ରଖି ଦିଅନ୍ତୁ ।

ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କ ଆଖି ଲୁହରୁ ରୁଦ୍ରାକ୍ଷ ଉତ୍ପନ ହୋଇଛି । ଏହାକୁ ମଧ୍ୟ ଖୁବ ଚମତକ୍ରି ମାନଯାଏ । ଏହା ଘରକୁ ସକାରାତ୍ମକ ଊର୍ଜାରେ ଭରିଦେବା ସହ ଆପଣଙ୍କର ଧନ ଧାନ୍ୟ ଓ ମାନ ସମ୍ମାନ ମଧ୍ୟ ବୃଦ୍ଧି କରିବ । ଶ୍ରାବଣ ସୋମବାର ଦିନ ରୁଦ୍ରାକ୍ଷ ଘରକୁ ଆଣିଲେ ଶୁଭ ଫଳ ମିଳିଥାଏ । ଶ୍ରାବଣ ସୋମବାରରେ ରୂପା ବା ତମ୍ବାରେ ନିର୍ମିତ ଏକ ଛୋଟ ତ୍ରିଶୂଳ ମଧ୍ୟ ଘରକୁ ଆଣି ପୂଜା ଘରେ ରଖି ଦିଅନ୍ତୁ । ଘରେ ତ୍ରିଶୂଳ ରଖିବା ଦ୍ଵାରା ଘରୁ ସମସ୍ତ ପ୍ରକାର ନକରାତ୍ମକ ଊର୍ଜା ଶେଷ ହୋଇଯାଏ ଓ ଘରେ ଶାନ୍ତିପୂର୍ଣ୍ଣ ବାତାବରଣ ବନି ରୁହେ ।

ଶ୍ରାବଣ ମାସରେ ଘରକୁ ଡମ୍ବୁରୁ ଆଣିବା ମଧ୍ୟ ଉତ୍ତମ ଫଳ ପ୍ରଦାନ କରିଥାଏ । କାରଣ ଭଗବାନ ଶିବଙ୍କୁ ଡମ୍ବୁରୁ ମଧ୍ୟ ଅତ୍ୟନ୍ତ ପ୍ରିୟ ଅଟେ । ଏହା ଘରେ ଆଣି ରଖିବା ଦ୍ଵାରା ପ୍ରତ୍ଯେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ । ଏହି ଡମ୍ବୁରୁକୁ ଆପଣ ପିଲାଙ୍କ ରୁମ୍ ରେ ମଧ୍ୟ ରଖି ପାରିବେ । ଶ୍ରାବଣ ସୋମବାରରେ ଆପଣ ଚାନ୍ଦି ବା ତମ୍ବାର ନାଗ-ନାଗୁଣୀ ଯୋଡି ଆଣି ଘରର ମୁଖ୍ୟ ଦ୍ଵାର ତଳେ ରଖି ପାରିବେ । ଏପରି କରିବା ଦ୍ଵାରା ଘରେ ସୁଖ ଶାନ୍ତି ବନି ରୁହେ ଓ ଜୀବନରେ ଉନ୍ନତି ହୁଏ ।

ଏହା ବ୍ଯତୀତ ଚାନ୍ଦିର ନନ୍ଦୀ ମଧ୍ୟ ଘରେ ରଖିବା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ସୋମବାର ଦିନ ଚାନ୍ଦିର ନନ୍ଦୀଙ୍କୁ ଆଣି ତିଜୋରିରେ ରଖିଲେ ଘରର ଆର୍ଥିକ ସ୍ଥିତି ଉତ୍ତମ ରୁହେ । ଶ୍ରାବଣ ମାସରେ ଘରକୁ ଗଙ୍ଗା ଜଳ ଆଣିଲେ ମଧ୍ୟ ପରିବାର ଲୋକଙ୍କ ଜୀବନରେ ଉନ୍ନତି ହୁଏ ଓ ଘରେ ସୁଖ ସମୃଦ୍ଧି ବଢେ । ଏହାକୁ ଆପଣ ରୋଷେଇ ଘରେ ରଖି ପାରିବେ ।

ଶ୍ରାବଣ ସୋମବାର ସକାଳୁ ଉଠି ସ୍ନାନ କରି ସାରି ମନ୍ଦିର ଯାଇ ଶିବଙ୍କ ପୂଜା କରନ୍ତୁ । ଏହା ପରେ ତାଙ୍କୁ ଅର୍ପଣ କରାଯାଇ ଥିବା ଫଳ, ଫୁଲ ବା ବେଳ ପାତ୍ର ଆଣି ଘରର ପୂଜା ଘରେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାର ମଧ୍ୟ ଘରେ ସୁଖ ସମୃଦ୍ଧି ବଢେ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।