ସାଉଥ ଫିଲ୍ମର ଏହି ସୁପରଷ୍ଟାର କମେଡିୟାନଙ୍କ ନିଧନ, ୩୯ ବର୍ଷରେ ଦୁନିଆରୁ ନେଲେ ବିଦାୟ

ସାଉଥ ଫିଲ୍ମ ଗୁଡିକର ଅଭିନେତା ଓ ସୁପରଷ୍ଟାର କମେଡିୟାନ ବେଣୁ ମାଧବଙ୍କର ଅଚାନକ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ତାଙ୍କର ନିଧନ ହୋଇଗଲା । ପରିବାର ଲୋକମାନେ ହିଁ କଥାର ପୃଷ୍ଟି କରିଛନ୍ତି । କହିବାକୁ ଗଲେ ବେଣୁ ମାଧବ ୧୫୦ ରୁ ଅଧିକ ତେଲୁଗୁ ଓ ତାମିଲ ଫିଲ୍ମରେ ଅଭିନୟ କରିଛନ୍ତି । ସବୁଠୁ ଦୁଖର କଥା ଏହା ଅଟେ କି ସେ ମାତ୍ର ୩୯ ବର୍ଷର ଥିଲେ । ବେଣୁ ମାଧବଙ୍କର ବନ୍ଧୁ ଭାମସୀ କାକା ଟ୍ୱୀଟ କରି କହିଲେ କି

ପ୍ରସିଦ୍ଧ ଅଭିନେତା ବେଣୁ ମାଧବ ବର୍ତ୍ତମାନ ଆମ ଗ୍ରହଣରେ ଆଉ ନାହାନ୍ତି । ଭାମସୀ କାକା ଟ୍ୱୀଟରେ ଲେଖିଲେ କି ବେଣୁ ମାଧବଙ୍କର ପରିବାର ଲୋକମାନେ ସୂଚିତ କରିଛନ୍ତି କି ବେଣୁ ମାଧବ ବର୍ତ୍ତମାନ ଏହି ଦୁନିଆରେ ଆଉ ନାହାନ୍ତି । ଡାକ୍ତରମାନଙ୍କ ଅନୁସାରେ ବେଣୁ ମାଧବ ବୁଧୁବାର ଦିନ ଦ୍ଵିପହର ୧୨.୨୦ ସମୟରେ ଅନ୍ତିମ ନିଶ୍ଵାସ ନେଲେ । ଭାମସୀ କାକା ବେଣୁ ମାଧବଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ।

କିଛି ଦିନ ତଳେ ଅଚାନକ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବା ପରେ ସିକଂଦରାବାଦର ଏକ ହସ୍ପିଟାଲରେ ତାଙ୍କୁ ଭର୍ତି କରାଗଲା । ରିପୋଟ୍ସ ଅନୁସାରେ ତାଙ୍କର ଦୁଇ ସପ୍ତାହ ହେବ ଚିକିସ୍ଛା ଚାଲିଥିଲା । ଡାକ୍ତରମାନେ କହିଲେ କି ତାଙ୍କର ଲିଭର ଓ କିଡନୀରେ ଗମ୍ଭୀର ସମସ୍ୟା ଥିଲା ଓ ଗତ ୨୨ ସେପ୍ଟେମ୍ବର ଦିନ ଡାକ୍ତରମାନେ ବେଣୁ ମାଧବଙ୍କର ସ୍ୱାସ୍ଥ୍ୟ ଠିକ ହେବା ଉପରେ ତାଙ୍କୁ ଡିସ୍‍ଚାର୍ଜ ବି କରି ଦେଇଥିଲେ ।

କିନ୍ତୁ ୨୪ ସେପ୍ଟେମ୍ବରକୁ ଅଚାନକ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା କାରଣରୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କର ଅବସ୍ଥା ଦେଖି ଡାକ୍ତରମାନେ ତାଙ୍କୁ ଆଇସିଇଉରେ ଲାଇଫ ସପୋର୍ଟରେ ରଖିଥିଲେ । ଏହା ପରେ ଡାକ୍ତରମାନେ କହିଲେ କି ୨୫ ସେପ୍ଟେମ୍ବର ବୁଧବାର ଦିନ ଦ୍ଵିପହର ସମୟରେ ବେଣୁମାଧବଙ୍କର ନିଧନ ହୋଇଗଲା । ବେଣୁ ମାଧବଙ୍କର ନିଧନର ଖବର ଦ୍ଵାରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ।

କହିବାକୁ ଗଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସାଧାରଣତଃ ସବୁ ତୃତୀୟ ଫିଲ୍ମରେ ବେଣୁ ମାଧବଙ୍କର ଅଭିନୟ ଦେଖିବାକୁ ମିଳିଥାଏ । ବେଣୁଙ୍କର ଜନ୍ମ ଆନ୍ଧ୍ର ପ୍ରଦେଶର ନାଲାଗୋଂଡା ଜିଲ୍ଲା ର କୋଡଡ ଗ୍ରାମରେ ହୋଇଥିଲା । ବେଣୁ ମାଧବ ନିଜର ଫିଲ୍ମି କ୍ୟାରିୟରର ଆରମ୍ଭ ୧୯୯୭ରେ ଫିଲ୍ମ ସଂପ୍ରଦାୟମ ଓ ମାସ୍‍ଟରରୁ କରିଥିଲେ ।

ଏହା ପରେ ସେ ଲଗାତାର ବହୁତ ଫିଲ୍ମରେ ନଜର ଆସିଲେ । ବେଣୁ ମାଧବ ହଂଗାମା, ଭୂକୈଲାସ ଓ ପ୍ରେମାଭିଶେକମ ଫିଲ୍ମ ଗୁଡିକରେ ଅଭିନେତା ରୂପରେ ବି କାମ କରିଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।