ACF Soumyaranjan ଡେଥ ମିଷ୍ଟ୍ରି: ବିସ୍ଫୋରକ ଖୁଲାସା କଲେ ସୌମ୍ୟରଂଜନଙ୍କ ଆମ୍ବୁଲାନ୍ସ ଡ୍ରାଇଭର “ଦିଦି କହିଥିଲେ ଡିଏଫଓଙ୍କ ଘରେ ଅଟକିବା ପାଇଁ” ଦେଖନ୍ତୁ Video

ପାରଳାଖେମୁଣ୍ଡି ACFO ସୌମ୍ଯ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟରେ ପୋଲିସ ହାତରେ ଦିନକୁ ଦିନକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗୁଥିବା ବେଳେ, ଏବେ ଏକ ବଡ ଖୁଲାସା କରିଛନ୍ତି ସୌମ୍ୟଙ୍କ ଆମ୍ବୁଲାନ୍ସ ଡ୍ରାଇଭର ।

ଘଟନା ଦିନ ରାତିରେ ସୌମ୍ଯ ପୋଡି ହୋଇଯିବ ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ SCB ମେଡିକାଲ ଅଣା ଯାଇଥିଲା । ତେବେ ବାଟରେ ଫରେଷ୍ଟ ଗେଟ ନିକଟରେ ଅଧିକ ସମୟ ପର୍ଯ୍ୟନ୍ତ ଜାଣିଶୁଣି ଆମୁଲାନ୍ସ ଅଟକାଇ ରଖିଥିଲେ ବୋଲି ଆରମ୍ଭରୁ ଅଭିଯୋଗ କରି ଆସୁଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ବିଦ୍ୟା ଭାରତିଙ୍କୁ ଏହି ବିଷୟରେ ପଚରା ଯିବାରୁ ସେ ସିଧାସଳଖ ଏହି କଥାକୁ ଖଣ୍ଡନ କରି କହିଥିଲେ ଯେ, ରାସ୍ତାରେ ଗାଡି ବିଲକୁଲ ମଧ୍ୟ ଅଟକି ନ ଥିଲା ।

ତେବେ ବିଭିନ୍ନ ବାଦ ବିବାଦ ମଧ୍ୟରେ ଏବେ ସୌମ୍ୟଙ୍କ ଆମ୍ବୁଲାନ୍ସ ଡ୍ରାଇଭର ଏହି ମାମଲାରେ ଏବେ ଏକ ବଡ ବୟାନ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଘଟଣା ଦିନ ରାତି ପ୍ରାୟ ୧୦:୩୦ ସମୟରେ ତାଙ୍କୁ ଜଣା ଯାଇଥିଲା ଗୋଟିଏ କେସ ଅଛି ତାଙ୍କୁ ନେଇ କଟକ ଆସିବାକୁ ହେବ ବୋଲି । ସେମାନେ ସୌମ୍ୟଙ୍କ ଘରେ ପହଞ୍ଚି ସେଠାରୁ ରାତି ପ୍ରାୟ ୧୧:୩୦ ରୁ ୧୨ଟା ମଧ୍ୟରେ ସୌମ୍ୟଙ୍କୁ ନେଇ କଟକ ବଡ ମେଡିକାଲ ପାଇଁ ବାହାରି ଯାଇଥିଲେ ।

କିନ୍ତୁ କିଛି ବାଟ ଯିବା ପରେ ଫରେଷ୍ଟ ଗେଟ ପାଖରେ ତାଙ୍କୁ ଗାଡି ଅଟକାଇବାକୁ କୁହା ଯାଇଥିଲା । ତେବେ ପୋଲିସ ଡ୍ରେସ ପିନ୍ଧିଥିବା ଜଣେ ମହିଳା ଗାଡି ଅଟକାଇବାକୁ କହିଥିଲେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ । ପୋଲିସ ଅଧିକାରୀ ଜଣଙ୍କ କହିଥିଲେ ଯେ, ସୌମ୍ୟଙ୍କ ସ୍ତ୍ରୀ ତାଙ୍କ ଡ୍ରେସ-ପତ୍ର, ଟଙ୍କା ଓ ଏଟିଏମ ଆଣି ଆସିବାର ଅଛି । ସେଥିପାଇଁ ସେହି ସ୍ଥାନରେ ୧୦ ରୁ ୧୫ ମିନିଟ ଯାଏ ଗାଡି ଅଟକି ରହିଥିଲା ।

ତା ପରେ ସେମାନେ ପୁଣି ବାହାରିଥିଲେ । ତେବେ ଆମ୍ବୁଲାନ୍ସରେ ବିଦ୍ୟାଭାରତୀ ସୌମ୍ୟଙ୍କ ସହ ଏକାକୀ ଥିବାରୁ ମଝି ବାଟରେ ଅନ୍ୟ ଏକ ବୋଲେରୋରୁ ସୌମ୍ୟଙ୍କ ଜଣେ ଫରେଷ୍ଟ ଷ୍ଟାଫ ମଧ୍ୟ ଆମ୍ବୁଲାନ୍ସ ମଧ୍ୟକୁ ଆସିଥିଲେ । ଫରେଷ୍ଟ ଗେଟରୁ ଚଢିବା ପରେ ଶେଷ ପର୍ଯ୍ୟନ୍ତ ବିଦ୍ୟାଭାରତୀ ଆମ୍ବୁଲାନ୍ସରେ ଥିଲେ ।

ତେବେ ଗୋପାଳପୁର ନିକଟରେ ଆଉ ଥରେ ସୌମ୍ଯଙ୍କୁ SCB ନିଆଯିବ କି ନାହିଁ ତାହା ନିଶ୍ଚୟ ହେବ ପାଇଁ ଆମ୍ବୁଲାନ୍ସ ଅଳ୍ପ ସମୟ ଅଟକି ଥିଲା । ଶେଷରେ ସୌମ୍ୟଙ୍କୁ କଟକ ମେଡିକାଲ ଅଣା ଯାଇ ସେଠାରେ ଭର୍ତ୍ତି କରାଯାଇ ଥିଲା । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।