ସୋସିଆଲ ମିଡିଆରେ ଝିଅଟି ପଚାରିଲା – ମୋତେ ମରିବା ଉଚିତ ନା ନାହିଁ ? ୬୯ % ଲୋକମାନେ କହିଲେ ‘ହଁ’ ତ ଝିଅଟି କରିନେଲା ସୁସାଇଡ, ଆଉ ତା ପରେ …

ବର୍ତ୍ତମାନ ସମୟରେ ପାଖାପାଖି ସମସ୍ତେ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଏହାକୁ କେହି ଭଲ ପାଇଁ ବ୍ୟବହାର କରିଥାଏ ତ କେହି ଖରାପ ପାଇଁ କରିଥାଏ । କେବେ କେବେ ଏହି ସୋସିଆଲ ମିଡିଆ ଲୋକମାନଙ୍କର ମୁର୍ତ୍ୟୁର କାରଣ ବି ହୋଇଥାଏ । କିଛି ଏମିତି ହିଁ  ମଲେସିୟାରେ ଦେଖିବାକୁ ମିଳିଛି । ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ଏଠି ଏକ ୧୬ ବର୍ଷର ଝିଅ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟ ରେ ଏକ ପୋଷ୍ଟ କରି ଲୋକମାନଙ୍କୁ ପଚାରିଲା କି ତାକୁ ଆତ୍ମହତ୍ୟା କରିବାକୁ ଦରକାର ନା ନାହିଁ ? ତାହାର ଏହି ପ୍ରଶ୍ନ ଉପରେ ପାଖାପାଖି ୬୯ % ଲୋକମାନେ କହିଲେ ହଁ, ଯାହା ପରେ ଯୁବତୀ ଜଣକ ଏକ ଷ୍ଟୋରର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିନେଲା ।

ଯୁବତୀ ଜଣକ ୧୩ ମେ ରେ ଆତ୍ମହତ୍ୟାର ଏହି ପୋଷ୍ଟ କରିଥିଲା । ପୋଲିସ ଙ୍କ ଅନୁସାରେ ଯୁବତୀ ଜଣକ ପୋଷ୍ଟରେ ଲେଖିଥିଲା, ‘ଏହା ବହୁତ ମହତ୍ଵପୂର୍ଣ ଅଟେ, କୃପା କରି D (Death – ମୁର୍ତ୍ୟୁ) କିମ୍ବା L (Life – ଜୀବନ) ମଧ୍ୟରୁ ସଠିକ ବାଛିବା ପାଇଁ ସାହାର୍ଯ୍ୟ କରନ୍ତୁ ।‘ ପ୍ରାୟତଃ ଲୋକମାନେ (Death – ମୁର୍ତ୍ୟୁ) ର ଅପ୍ସନକୁ ବାଛିଲେ, ଯାହା ପରେ ସେହି ଯୁବତୀ ଜଣକ ମରିବା ପାଇଁ ନିଷ୍ପତ୍ତି ନେଲା ।

ଯୁବତୀର ନାମ ବିଷୟରେ କିଛି କୁହାଯାଇ ନାହିଁ । ପୋଲିସର ମାନିବା ଅଟେ କି ଯୁବତୀ ଜଣକ ପାରିବାରିକ ଚିନ୍ତାରେ ଥିଲା ଓ ଏହି କାରଣରୁ ସେ ଏହିଭଳି ନିଷ୍ପତ୍ତି ନେଇଥିବ । ପୋଲିସଙ୍କ ଅନୁସାରେ, ଯୁବତୀର ସାବତ ପିତା ବିୟତନାମର ଏକ ମହିଳା ସହ ବିବାହ କରିଥିଲା ଓ ଏହା ପର ଠାରୁ ତାର ପିତା ସେଠି ହିଁ ରହିବାକୁ ଲାଗିଲା । ସେ କେବେ କେବେ ହିଁ ମଲେସିୟା ଆସୁଥିଲା ।

ମଲେସିୟାର ଯୁବ ଖେଳମନ୍ତ୍ରୀ ସୈୟଦ ସଦ୍ଦୀକ ସୈୟଦ ଅବ୍ଦୁଲ ରେହମାନ ଏହି ଆଶ୍ଚର୍ଯ୍ୟକର ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଲେ କି ଅଫିସରମାନଙ୍କୁ ଏହି ମାମଲାକୁ ଯାଞ୍ଚ କରିବା ଉଚିତ ଓ ଏହା ସହିତ ଦେଶକୁ ବି ଏହି କଥା ଉପରେ ଚିନ୍ତା କରିବା ଜରୁରୀ ଅଟେ । ଏହା ସହିତ ପେନାଂଗ ର ସାଂସଦ ଓ ଓକିଲ ରାମକୃପାଲ ସିଂହ କହିଲେ କି ସେହି ଲୋକମାନଙ୍କ ଉପରେ ବି କାରବାଇ କରିବା ଉଚିତ, ଯେଉଁମାନେ ସେହି ଯୁବତୀକୁ ଆତ୍ମହତ୍ୟା କରିବା ପାଇଁ ପ୍ରୋଶ୍ଚାହନ ଦେଇଥିଲେ ।

ଏହା ପରେ ଇଂଷ୍ଟାଗ୍ରାମ ବି ଏହି ଘଟଣା ଉପରେ ଦୁଃଖ ପ୍ରକାଶ କରିଛନ୍ତି ଓ ଯୁବତୀ ପରିବାରର ଲୋକମାନଙ୍କ ପ୍ରତି ସମ୍ବେଦନା ପ୍ରକଟ କରିଛନ୍ତି ।