Vastu Tips- କଣ ଆପଣ ଘରେ ସୋରିଷ ତେଲରେ ଦୀପ ଜାଳନ୍ତି ? ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ବନ୍ଧୁଗଣ ଭଗବାନ ଙ୍କ ନିକଟରେ ଦୀପ ଜାଳିବା ଏକ ବିଶେଷ ମହତ୍ତ୍ଵ ରହିଛି । ଏହି ଦୀପକ କେବଳ ଆଖ ପାଖର ଅନ୍ଧାର କୁ ଦୂର କରେନି ବରଂ ଆମ ଜୀବନରେ ସୁଖ ସମୃଦ୍ଧି ମଧ୍ୟ ଆଣିଥାଏ । ଦୀପ ଜଳେଇ ଆମେ ଈଶ୍ୱରୀୟ ଶକ୍ତି ଉର୍ଜା ଓ ପ୍ରକାଶ ସମ୍ବନ୍ଧଦିତ ସ୍ଥାପନା କରିଥାଉ । ଶାସ୍ତ୍ର ଅନୁସାରେ ଆମର ସଠିକ ଭାବେ ଦେଇଥିବା ଦୀପ ଦାନ କେବେବି ନିଷ୍ଫଳ ହୋଇନଥାଏ । ଏବଂ ଆମ ଜୀବନ ରେ ସୁଖ ର ପ୍ରାପ୍ତି ହୋଇଥାଏ । ଯଦି ପୂଜା କରିବା ସମୟରେ ଦୀପ ଅଧିକ ସମୟ ପର୍ଯ୍ୟନ୍ତ ଜଳି ରହୁଥାଏ ତେବେ ତାହା ବହୁତ ଶୁଭ ବୋଲି କୁହାଯାଏ ।

କିନ୍ତୁ ଏଥିପାଇଁ ଆମକୁ କିଛି ନିୟମ ର ପାଳନ ମଧ୍ୟ କରିବାକୁ ପଡିବ । ଘର ଭିତରେ ମନ୍ଦିର ନିର୍ମାଣ ସର୍ବଦା ଇଶାନ କୋଣ ଅର୍ଥାତ ଉତ୍ତର-ପୂର୍ବ ଦିଗରେ କରିବା ଉଚିତ । ଏବଂ ଯେବେବି ଆମେ ପୂଜା କରୁଥିବୁ ସେବେ ଦୀପ ର ଦିଗ ପୂର୍ବ କିମ୍ବା ଉତ୍ତର ପକ୍ଷେ ହେବା ଆବଶ୍ୟକ ।

ଏହା ଦ୍ୱାରା ଧନ ପ୍ରାପ୍ତି ତଥା ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ । ଏମିତି ରେ ଘିଅ କିମ୍ବା ତେଲ ରେ ଦୀପ ଜଳାଇବାର ନିୟମ ରହିଛି । କୁହାଯାଏ କି ଯେବେ ଆମେ ଘିଅ ଦୀପ ଲଗେଇଥାଉ ତେବେ ତାର ପବିତ୍ରତା ସ୍ୱର୍ଗ ଲୋକ ପର୍ଯ୍ୟନ୍ତ ଯାଇଥାଏ । ଏବଂ ଲିଭିବା ପରେ ମଧ୍ୟ କିଛି ସମୟ ପାଇଁ ନିଜର ସାତ୍ତ୍ଵିକ ଉର୍ଜା କୁ ବାତାବରଣ ରେ ବଜାୟ ରଖିଥାଏ । ଦୀପ ଜଳେଇବା ପାଇଁ ଆମେ ଘିଅ ର ବ୍ୟବହାର କରିଥାଉ କିନ୍ତୁ କିଛି ଅଵସର ଏଭଳି ଅଛି ଯେଉଁଥିରେ ସୋରିଷ ତେଲର ବ୍ୟବହାର ରେ ଦୀପ ଜଳାଇବା ଉଚିତ ।

ଯେମିତି କି ଦୀପାବଳି ରେ ସୋରିଷ ତେଲର ବ୍ୟବହାର କରାଯାଏ । ଶନିଦେଵ ଙ୍କୁ ମଧ୍ୟ ପୂଜା କରିବା ସମୟରେ କିମ୍ବା ଦୀପ ଦାନ କରିବା ସମୟରେ ଆମେ ସୋରିଷ ତେଲ ର ଵ୍ୟଵହାର କରିଥାଉ । ଏଥିରେ ଶନିଦେଵ ପ୍ରସନ୍ନ ହୋଇ ଭକ୍ତ ର ମନୋକାମନା ପୂର୍ଣ୍ଣ କରିଥାନ୍ତି । କୌଣସି ପ୍ରକାର ର ସିଦ୍ଧି କିମ୍ବା ସାଧନା ପାଇଁ ଅଟା ର ଦୀପ ଜଳେଇବା ବହୁତ ଲାଭଦାୟକ ଥାଏ । ସୂର୍ଯ୍ୟ ଦେବ ଅଗ୍ନିତ୍ୱର ପ୍ରଧାନ ଦେଵତା ରୂପେ ମାନିଥାଉ । ସେଥିପାଇଁ ଶତ୍ରୁ ଙ୍କୁ ପରାଜିତ କରିବା ପାଇଁ ସୂର୍ଯ୍ୟ ପୂଜା ରେ ସୋରିଷ ତେଲ ର ଦୀପ ଦାନ କରାଯାଏ ।

ଜୀବନ ରେ ସୋଭାଗ୍ୟ ବଢ଼େଇବା ପାଇଁ ମଧ୍ୟ ସୂର୍ଯ୍ୟ ଙ୍କୁ ପୂଜା କରାଯାଏ । ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ ସୋରିଷ ତେଲ ର ଦୀପ ଜଳା ଯାଇଥାଏ । ଘରେ ପୂଜା ପାଇଁ ଘିଅ ର ଦୀପ ଜଳେଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ରହିଥାଏ । ଏବଂ ଦୀପ ଦାନ ସମୟରେ ଏହା ଉପରେ ଗୁରୁତ୍ୱ ଦେବା କି ଆମେ ମୁଣ୍ଡ ରେ ଲୁଗା ପକାଇବା ଦରକାର । ଏବଂ ପୂର୍ବ ପଟେ ମୁହଁ କରି ହିଁ ଦୀପ ଜଳେଇବା ଉଚିତ ।

ଦୀପକୁ କେବେବି ମୁହଁରେ ଫୁଙ୍କି ଲିଭାଇବା ଉଚିତ ନୁହେଁ । ଦୀପାବଳି ସମୟରେ ସୋରିଷ ତେଲ ର ଦୀପ ଜାଳି ସେଥିରେ ଦୁଇଟି କଉଡ଼ି ପକେଇଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ନିଜର ସମସ୍ତ କଷ୍ଟ ଓ ଅସୁବିଧା କୁ ଦୂର କରିବା ପାଇଁ ମଧ୍ୟ ତେଲର ଦୀପ ଜାଳିବା ଆବଶ୍ୟକ । ଘିଅ ଦୀପ ଆମେ ମନୋକାମନା ପୂର୍ଣ କରିବା ପାଇଁ ଜାଳିଥାଉ ।

ଶାସ୍ତ୍ର ଅନୁସାରେ ଘିଅ ର ଦୀପ ସର୍ବଦା ନିଜ ଡାହାଣ ପଟେ ଓ ତେଲ ର ଦୀପ ସର୍ବଦା ନିଜର ବାମ ପଟେ ରଖିବା ଉଚିତ । କେବେବି ଘିଅ ରେ ତେଲ ମିଶେଇ ଦୀପ ଜାକିବା ଉଚିତ ନୁହେଁ । ଶୁଦ୍ଧ ଗାଈ ର ଘିଅ ର ଦୀପ ଜାଳିଲେ ବାତାବରଣ ଶୁଦ୍ଧ ହୋଇଥାଏ । ଏବଂ ଏଥିରେ କୀଟାଣୁ କି ମାରିବାର ଶକ୍ତି ଥାଏ । ଏବଂ ରାଶି ତେଲ ରେ ମଧ୍ୟ ବହୁତ ଫାଇଦା ଅଛି ଏଥିରେ ଅମ୍ଳଜାନ ଶକ୍ତି ମିଳିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।