ଭଗବାନ ଶିବ ସବୁ ସମସ୍ଯାକୁ କରିବେ ଦୂର, ସୋମବାର ଦିନ କରନ୍ତୁ ଏଥିରୁ ଯେକୌଣସି ଗୋଟିଏ ଉପାୟ

ଭଗବାନ ଶିବଙ୍କୁ ପ୍ରସନ୍ନ କରିବାର ଉପାୟ ବହୁତ ସରଳ ଅଟେ । ତାଙ୍କ ଆରାଧନା ମଧ୍ୟ ବହୁତ ସରଳ ଉପାୟରେ ହୋଇଥାଏ । ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଗୋଟେ ଲୋଟା ଜଳ ମଧ୍ୟ କାଫି ହୋଇଥାଏ । ଯେଉଁ ଭକ୍ତ ଭକ୍ତିର ସହିତ ଶିବଲିଙ୍ଗରେ ଜଳ ଅର୍ପଣ କରିଥାଏ, ସେମାନଙ୍କର ସବୁ ସମସ୍ୟାର ସମାଧାନ ହୋଇଯାଇଥାଏ । ଶିବଙ୍କ ପୂଜାରେ ବଡ ବଡ ସମସ୍ୟାର ସମାଧାନ ହୋଇଯାଏ । କୁହାଯାଏ କି ନିୟମିତ ରୂପେ ଶିବଙ୍କ ପୂଜା କରିଲେ ବହୁତ ଲାଭ ମିଳିଥାଏ । ଆଜି ଆମେ ଆପଣମାନଙ୍କୁ ଏମିତି କିଛି ଉପାୟ କହିବୁ ଯାହାକୁ କରିଲେ ଆପଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ସୋମବାର ଦିନ ଏଥିରୁ ଯେକୌଣସି ଉପାୟ କରନ୍ତୁ

୧. ଯଦି ଆପଣ ଶନି ଦୋଷରୁ ମୁକ୍ତି ପାଇବା ପାଇଁ ଚାହୁଞ୍ଚନ୍ତି ତେବେ ଏଥିପାଇଁ ଆପଣ ସୋମବାର ଦିନ ତମ୍ବା ଲୋଟାରେ ଜଳ ସହ କଳା ରାଶି ମିଶାନ୍ତୁ ଓ ଏହାକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣ ଶନି ଦୋଷରୁ ମୁକ୍ତ ହୋଇଯିବେ ।

୨. ଯଦି ଆପଣ ସୋମବାର ଦିନ ଭଗବାନ ଶିବଙ୍କ ମନ୍ଦିର ଯାଇ ଶିବଲିଙ୍ଗର ଅଭିଷେକ କରୁଛନ୍ତି ଓ ପୂଜା ସମୟରେ ଓଁ ନମଃ ଶିବାୟ ମନ୍ତ୍ରକୁ ଜପ କରୁଛନ୍ତି, ତେବେ ଆପଣଙ୍କୁ ଭଗବାନ ଶିବଙ୍କ ବିଶେଷ ଆଶୀର୍ବାଦ ମିଳିଥାଏ । ଆପଣ ସନ୍ଧ୍ୟା ସମୟରେ ୧୧ଟି ଘିଅର ଦୀପ ମଧ୍ୟ ଲଗାନ୍ତୁ ଆପଣଙ୍କ ଉପରେ ସବୁବେଳେ ଶିବଙ୍କ କୃପା ରହିବ ।

୩. ଯଦି ଆପଣ ନିଜ ଆମଦାନୀକୁ ବୃଦ୍ଧି କରିବା ପାଇଁ ଚାହୁଞ୍ଚନ୍ତି ତେବେ ଆପଣ ନିଜ ଘରେ ପାରଦ ଶିବଲିଙ୍ଗର ସ୍ଥାପନ କରନ୍ତୁ ଓ ଏହି ଲିଙ୍ଗକୁ ନିୟମିତ ରୂପେ ପୂଜା କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଆମଦାନୀର ମାର୍ଗ ପ୍ରାପ୍ତି ହେବ ।

୪. ଯଦି ଆପଣଙ୍କୁ ସନ୍ତାନ ସମ୍ବନ୍ଧିତ କିଛି ସମସ୍ୟା ଅଛି ତେବେ ଆପଣ ଶିବଲିଙ୍ଗରେ ଶୁଦ୍ଧ ଘିଅ ସହ ଜଳ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କର ସନ୍ତାନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯିବ ।

୫. ଯଦି କୌଣସି ବ୍ୟକ୍ତିର ବିବାହରେ କୌଣସି ସମସ୍ୟା ଉତ୍ପନ୍ନ ହେଉଛି ତେବେ ଆପଣ ସୋମବାର ଦିନ  କ୍ଷୀରରେ କେସର ମିଶାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ ।

୬. ଯଦି ଆପଣ ଶିବଙ୍କର କୃପା ଦ୍ରୁଷ୍ଟି ପାଇବା ପାଇଁ ଚାହୁଁଞ୍ଚନ୍ତି ତେବେ ଆପଣ ସୋମବାର ଦିନ ୧ ଟି ବେଲପତ୍ର ଓ ଚନ୍ଦନକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଅର୍ପଣ କରିବା ସମୟରେ ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ ।