Vastu Shastra- ଭଗବାନ କୃଷ୍ଣ କୁହନ୍ତି ଶୋଇବା ସମୟରେ ନିଜ ପାଖରେ ଭୁଲରେ ବି ରଖିବେ ନାହିଁ ଏହି 5 ଟି ଜିନିଷ, ଦରିଦ୍ରତା କେବେ ବି ପିଛା ନଥାଏ

ମନୁଷ୍ୟକୁ ସବୁଦିନ ଵ୍ରହ୍ମ ମୁହୂର୍ତ୍ତରେ ଉଥିବା ଆବଶ୍ୟକ । ଏହାଦ୍ୱାରା ଶୁଖ ସମୃଦ୍ଧି ପ୍ରାପ୍ତ କରିଥାଏ ପ ନିରାଶା ଠାରୁ ବହୁତ ଦୂର ରେ ରହିଥାଏ । ଏହି ବ୍ୟକ୍ତିଙ୍କ ଉପରେ ଦେବା ଦେବୀ ପ୍ରସନ୍ନ ଥାଆନ୍ତି ଓ ଖାସ କରି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ମିଳିଥାଏ । ଆମ ଶାସ୍ତ୍ରରେ ସକାଳୁ ଉଠି ପୁଣି ଶୋଇବା ପର୍ଯ୍ୟନ୍ତ କରିବା ସବୁ ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହା ଆମ ଜୀବନ ପାଇଁ ବହୁତ ଲାଭ କରି ଅଟେ । କିନ୍ତୁ କିଛି ମନୁଷ୍ୟ ଏହି କାର୍ଯ୍ୟକୁ କରିନଥାନ୍ତି । ଶାସ୍ତ୍ର ଅନୁସାରେ ଶୋଇବାବେଳେ ଆମ ଦ୍ୱାରା ଏପରି କିଛି ଭୁଲ କାର୍ଯ୍ୟ ହୋଇଯାଏ ଯାହା ଦ୍ୱାରା କି ଆମକୁ ଆମ ଜୀବନରେ ବହୁତ ସମସ୍ୟାର ସମୁଖୀନ କରିବାକୁ ପଡିଥାଏ ।

ମନୁଷକୁ ଶୋଇବା ବେଳେ ନିଜ ପାଖରେ  ଏପରି କିଛି ଜିନିଷ ରଖିବା ଉଚିତ ନୁହେଁ କାହିଁକି ନା ଏହାଦ୍ୱାରା ନକରାତ୍ମକ ପ୍ରଭାବ ବୃଦ୍ଧି ହୋଇଥାଏ , ରୋଗ ହୋଇଥାଏ ଓ ଦାରିଦ୍ର୍ୟତା ବୃଦ୍ଧି ହୋଇଥାଏ । ଖାସ କରି ମହିଳାମାନଙ୍କୁ ଶୋଇବା ବେଳେ ଏହି କାର୍ଯ୍ୟ କରିବା  ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ସେହି ଜିନିଷ ବିଷୟରେ ।

ମନୁଷ୍ୟକୁ ଶୋଇବା ବେଳେ ନିଜ ଗୋଡ଼କୁ ଦକ୍ଷିଣ ଓ ପୂର୍ବ ଦିଗକୁ ରଖି ଶୋଇବା ଉଚିତ ନୁହେଁ । ଅର୍ଥାତ ଆପଣଙ୍କ ଗୋଡ଼କୁ ଉତ୍ତର ଓ ପଶ୍ଚିମ ଦିଗକୁ ରଖିବା ଉଚିତ ଓ ମୁଣ୍ଡକୁ ପୂର୍ବ ଓ ଦକ୍ଷିଣ ଦିଗକୁ ରଖିବା ଉଚିତ । ଏହାଦ୍ୱାରା ମନୁଷ୍ୟ ଜୀବନ ରେ ଉର୍ଣ୍ଣତି କରିଥାଏ ।

ମନୁଷ୍ୟ ଶୋଇବା ବେଳେ ନିଜ ମୁଣ୍ଡ ପାଖରେ ପାଣି ରଖି ଶୋଇଥାଏ ଏହା ଦ୍ୱାରା ଚନ୍ଦ୍ର ପ୍ରଭାବିତ ହୋଇଥାଏ । ଏହାଦ୍ୱାରା ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ । କିଛି ଲୋକ ଶୋଇବା ବେଳେ ଖଟ ପାଖରେ ଜୋତା ବା ଚପଲ ରଖି ଶୋଇଥାନ୍ତି ଏହାଦ୍ୱାରା ଜୀବନରେ ବହୁତ ନକରାତ୍ମକ ପ୍ରଭାବ ପଡିଥାଏ । ଶୋଇବା ସ୍ଥାନରେ ଆଇନା ରଖିବା ଉଚିତ ନୁହେଁ ତାକୁ ଶୋଇବାବେଳେ ନା ଶୋଇକି ଉଥିବା ପରେ ଦେଖିବା ଉଚିତ ନୁହେଁ ଏହାଦ୍ୱାରା ମନୁଷ୍ୟକୁ ଭୟାନକ ସ୍ୱପ୍ନ ଆସିଥାଏ ଓ ଜୀବନରେ ସମସ୍ୟା ଘେରରେ ରହିଥାଏ । ଶୋଇବା ବେଳେ ନିଜ ପାଖରେ କୌଣସି ସୁଗନ୍ଧିତ ତେଲକୁ ରଖିବା ଉଚିତ ନୁହେଁ ତେଲ ନକରାତ୍ମକ ଶକ୍ତିକୁ ନିଜ ଆଡକୁ ଆକର୍ଷିତ କରିଥାଏ ଓ ଏହା ଦ୍ୱାରା ଜୀବନରେ ବହୁତ ଅଶୁଭ ହୋଇଥାଏ ।

ଶୋଇବା ବେଳେ ମୁଣ୍ଡ ପାଖରେ କୌଣସି ପୁସ୍ତକ ରଖିବା ଉଚିତ ନୁହେଁ ଏହା ଦ୍ୱାରା ବୁଦ୍ଧି ଭ୍ରଷ୍ଟ ହୋଇଥାଏ । ଶୋଇବାବେଳେ ନିଜ ମୁଣ୍ଡ ପାଖରେ କୌଣସି ଟଙ୍କା ପଇସା ରଖିବା ଉଚିତ ନୁହେଁ ଏହା ଦ୍ୱାରା ଖର୍ଚ୍ଚ ବୃଦ୍ଧି ହୋଇଥାଏ ଓ ଧନ ହାନି  ହୋଇଥାଏ । ଧନକୁ ତାର ଉଚିତ ସ୍ଥାନରେ ରଖିବା ଉଚିତ ନଚେତ ମା ଲକ୍ଷ୍ମୀଙ୍କ କୁ ପ୍ରଭାଵ ପଡିଥାଏ । ଶୋଇବା ଘରର କୋଣରେ ଝାଡୁକୁ ଠିଆ କରି ରଖିବା ଉଚିତ ନୁହେଁ । ଏହା ଦ୍ୱାରା ଘରେ ଧନ ହାନି ହୋଇଥାଏ ଓ କଳହ ସୃଷ୍ଟି ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।