ରାତିରେ ଖାଇବା ଉଚିତ ନୁହେଁ ଏହି ଜିନିଷ, ସ୍ୱାସ୍ଥ୍ୟ ଉପରେ ପଡିଥାଏ ଖରାପ ପ୍ରଭାବ

ସ୍ୱାସ୍ଥ୍ୟ ପାଇଁ ଖାଇବା ପିଇବାର ଧ୍ୟାନ ରଖିବା ବହୁତ ଜରୁରୀ ହୋଇଥାଏ । ଖାଇବାର ସମୟ ସହିତ ଖାଦ୍ୟର ଧ୍ୟାନ ରଖିବା ଦ୍ଵାରା ସ୍ୱାସ୍ଥ୍ୟ ଠିକ ରହିଥାଏ । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବହୁତ ଶୀଘ୍ର ଖାଇଥାନ୍ତି ଏବଂ ଆଉ କେତେକ ଲୋକ ବହୁତ ଡେରିରେ ଖାଇଥାନ୍ତି । ଖାଇବା ପିଇବାର ସମୟ ଏବଂ ମାତ୍ରା ଆମ ସ୍ୱାସ୍ଥ୍ୟ ଉପରେ ସିଧା ପ୍ରଭାବ ପକାଇ ଥାଏ । ଯଦି ରାତି ଖାଇବା ଠିକ ହୋଇନଥାଏ ତାହେଲେ ତାହା ଆମ ନିଦ ଉପରେ ପ୍ରଭାବ ପକାଇଥାଏ ।

ଆୟର୍ବେଦ ଅନୁସାରେ ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଉଚିତ । ଯଦି ଖାଇବା ପରେ ସଙ୍ଗେ ସଙ୍ଗେ ଶୋଇବା ଦ୍ଵାରା ମୋଟାପଣ ବଢିଯାଇ ଥାଏ ଏବଂ ପାଚନ ତନ୍ତ୍ର ମଧ୍ୟ ଖରାପ ହୋଇ ଯାଇଥାଏ । ଏମିତି କିଛି ଜିନିଷ ଅଛି ଯାହାକୁ ଶୋଇବା ପୂର୍ବରୁ ଖାଇବା ଉଚିତ ନୁହେଁ କାରଣ ଏହାର ଖରାପ ପ୍ରଭାବ ଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୋଇବା ପୂର୍ବରୁ ଖାଇବା ଉଚିତ ନୁହେଁ ।

୧ – ପାସ୍ତା

ପାସ୍ତା ବହୁତ ଶୀଘ୍ର ପ୍ରସ୍ତୁତି ହୋଇଯାଉ ଥିବାରୁ ଦିନସାରା କାମ କରି ଥକି ଯାଇଥିବା ଲୋକମାନେ ଏହାକୁ କରି ଖାଇଥାନ୍ତି । ଏଥିରେ କାର୍ବୋହାଇଡ୍ରେଟ ଏବଂ କିଛି ଅନ୍ୟ ପଦାର୍ଥ ଏମିତି ଥାଏ ଯାହାକୁ ଶରୀର ଶୀଘ୍ର ହଜମ କରିପାରି ନଥାଏ । ଯଦି ରାତିରେ କେହି ପାସ୍ତା ଖାଇଥାନ୍ତି ତାହେଲେ ତାଙ୍କର କୋଷ୍ଠକାଠିନ୍ୟ ହେବା ସହିତ ହାଇପର ଏସିଡିଟି ଭଳି ସମସ୍ୟା ହୋଇପାରେ ।

୨ – ମସଲାଯୁକ୍ତ ଖାଦ୍ୟ

ଅଧିକ ମସଲାଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଯଦି ରାତିରେ ଶୋଇବା ପୂର୍ବରୁ ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି ତାହେଲେ ଶରୀରରେ ପିତ୍ତ ବଢିଥାଏ ଯାହା ଶରୀରର ପାଇଁ କ୍ଷତିକାରକ ହୋଇଥାଏ । ଏଥିରେ ରାତିରେ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ ।

୩ – ମିଠା

ରାତିରେ ମିଠା ଖାଇବା ଦ୍ଵାରା ଦାନ୍ତ ଖରାପ ହେବା ସହିତ ମୋଟାପଣ ମଧ୍ୟ ବଢିଥାଏ ଯାହା ଶରୀର ଉପରେ ଖରାପ ପ୍ରଭାବ ପକାଇ ଥାଏ । ଏଥିପାଇଁ ରାତିରେ ମିଠା ଖାଦ୍ୟ ଖାଇବା ଉଚିତ ନୁହେଁ ।

୪ – ନୁଡୁଲ୍ସ

ନୁଡୁଲ୍ସରେ ଅଧିକ ପରିମାଣରେ କାର୍ବୋହାଇଡ୍ରେଟ ଥାଏ ଏହାଦ୍ଵାରା ପେଟ ସବନ୍ଧିତ ବହୁତ ସମସ୍ୟା ଦେଖାଯାଇ ଥାଏ । ନୁଡୁଲ୍ସରେ ଅଧିକ ହାଇ କ୍ୟାଲୋରି ଥିବାରୁ ଏହାକୁ ରାତିରେ ଖାଇବା ଉଚିତ ନୁହେଁ ।

୫ – ଫାଇବର ଯୁକ୍ତ ପନିପରିବା

ଫାଇବର ଯୁକ୍ତ ପନିପରିବା ଖାଇବା ଦ୍ଵାରା ପେଟ ଅଧିକ ସମୟ ପର୍ଯ୍ୟନ୍ତ ଭାରି ହେବାର ଅନୁଭବ ହୋଇଥାଏ । ଏମିତି ପାରିବା ହେଉଛି ବ୍ରୋକୋଲି, ପିଆଜ ଏବଂ ବନ୍ଧାକୋବି ଇତ୍ୟାଦି । ଫାଇବର ପାଚନ ତନ୍ତ୍ରର ଗତିକୁ ଧୀମା କରିଦେଇଥାଏ ଯାହାଦ୍ୱାରା ପେଟ ଫୁଲିଳା ଭଳି ଲାଗିଥାଏ । ଏଥିପାଇଁ ରାତିରେ ଏଭଳି ଖାଦ୍ୟ ଖାଇବା ଉଚିତ ନୁହେଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।