ଶୋଇବା ପୂର୍ବରୁ କେବଳ ଗୋଟିଏ ଲବଙ୍ଗ ଖାଇ ପିଅନ୍ତୁ ପାଣି, ସକାଳ ମଧ୍ୟରେ ଭଲ ହୋଇଯାଇଥିବ ଏହି ଗମ୍ଭୀର ରୋଗ

ଆଜିକାଲିର ଦୁନିଆରେ ସବୁ ଲୋକ ଟଙ୍କା କମେଇବା ପାଇଁ ରାତି ଦିନ ଏକ କରି ଦେଉଛନ୍ତି । କିନ୍ତୁ ଏହା ଦ୍ଵାରା ସେମାନେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବାରେ ହେଳା କରି ଦିଅନ୍ତି । ଯାହାଫଳରେ ସେମାନଙ୍କୁ ଆଗାମୀ ଭବିଷ୍ୟତରେ ବିଭିନ୍ନ ରୋଗ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ କହିବୁ ଯାହାକୁ ଆପଣ ପ୍ରତିଦିନ ବ୍ୟବହାର କରି ନିଜର ବଡ ବଡ ଗମ୍ଭୀର ରୋଗକୁ ଦୂର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।


ଆୟୁର୍ବେଦରେ ଲବଙ୍ଗକୁ ଏକ ମହତ୍ଵପୂର୍ଣ୍ଣ ସ୍ଥାନ ଦିଆ ଯାଇଛି । ଲବଙ୍ଗରେ ଆଣ୍ଟି-ଅକ୍ସାଇଡ, କବକରୋଧୀ, ଜୀବାଣୁରୋଧକ, ଆଣ୍ଟି-ବାୟରଲ, ଆଣ୍ଟି-ସେପ୍ଟିକ, ଆଣ୍ଟି-ମଟେରୀ ଓ ଇମ୍ଫ୍ଲେମେଟରି ଗୁଣ ରହିଥାଏ । ଏହା ଛଡା ଲବଙ୍ଗରେ ପୋଟାସିୟମ, ସୋଡିୟମ, ଫସଫରସ, ଲୌହ, ମାଙ୍ଗାନିଜ, ଆହାର ଫାଇବର, ଆୟୋଡିନ, ଓମେଗା-3 , ଫ୍ୟାଟି ଏସିଡ, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଆଦି ତତ୍ତ୍ଵ ରହିଥାଏ ।


ସବୁ ବ୍ୟକ୍ତିଙ୍କୁ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଲବଙ୍ଗ ଖାଇ ୧ ଗ୍ଳାସ ପାଣି ପିଇବା ଉଚିତ । ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉତ୍ତମ ହୋଇଥାଏ । ଏହା ଦ୍ଵାରା ବିଭିନ୍ନ ପ୍ରକାରର ଗମ୍ଭୀର ରୋଗ ଦୁର ହୋଇଥାଏ । ଏହା ପେଟ ଜନିତ ରୋଗ ପାଇଁ ବହୁତ ଉପକାରୀ ଅଟେ, ଏହା ଆମର ପାଚନ ପ୍ରକ୍ରିୟାକୁ ସରଳ କରିଥାଏ, ଯାହାଫଳରେ ଆମର ହଜମ ପ୍ରକ୍ରିୟା ଭଲ ହୋଇଥାଏ ।


ଏହା ପେଟର ବିଭିନ୍ନ ସମସ୍ୟାକୁ ଦୂର କରିଥାଏ. ଯେମିତି_ ଛାତି ଜଳାପୋଡା, ଗ୍ୟାସ, ବାନ୍ତି ହେବା ଓ ଅପଚ ଆଦି ବିଭିନ୍ନ ସମସ୍ୟାକୁ ଲବଙ୍ଗ ଦୂର କରିଥାଏ । ଏହା ପାଚକ, ପିତନାଶକ, ବାୟୁ ରୋଗ ନଷ୍ଟ କରିବା, ଜ୍ଵର, ଅପଚ, ହଇଜା, ମୁଣ୍ଡ ବିନ୍ଧା, ହାକୁଡି ଓ କାଶ ଆଦି ସମସ୍ୟାକୁ ଦୂର କରିଥାଏ । ସେଥିପାଇଁ ଯଦି ଆପଣ ଶୋଇବା ପୂର୍ବରୁ ଗୋଟିଏ ଲବଙ୍ଗ ସହ ଏକ ଗ୍ଳାସ ପାଣି ପିଇବେ, ତେବେ ଆପଣଙ୍କର ବଡ ବଡ ଗମ୍ଭୀର ରୋଗ ଦୂର ହୋଇଯିବ ।