୧୬ ବର୍ଷର ଝିଅ ହେଇଗଲା ଗାୟବ, ୬ ମାସ ପରେ ତାର ବନ୍ଧୁ ଖୋଲିଲା ଏମିତି ରାଜ୍ କି ଉଡିଗଲା ପୁଲିସର ହୋସ

ସ୍କାଇଲାୟର ନେସେ, ଶେଲିୟା ଏଡ଼ୀ ଓ ରାହେଲ ଶାଫ ଏହି ତିନି ଜଣ ୱେସ୍ଟ ବର୍ଜୀନିୟାର ନିବାସୀ ଅଟନ୍ତି । ଏମାନଙ୍କର ବନ୍ଧୁତାର ଚର୍ଚ୍ଚା ପୁରା ସହରରେ ହୋଇଥାଏ । କାରଣ ଏମାନେ ଯେଉଁଠି ବି ବୁଲିବାକୁ ଯାଉଥିଲେ, ସେଠିକାର ଫଟୋ ନିଜର ଟ୍ୱିଟର ଓ ଫେସବୁକରେ ପୋସ୍ଟ କରିଥାନ୍ତି । ପୁଣି ଅଚାନକ ଦିନେ ଶେଲିୟା ଏଡ଼ୀ ଓ ରାହେଲ ଶାଫ ମଧ୍ୟରେ କୌଣସି ଏକ କଥାକୁ ନେଇ ଝଗଡା  ହୋଇଗଲା । ଏହା ପରେ ଅନ୍ୟ କିଛି କାରଣରୁ ଏହା ଧୀରେ ଧୀରେ ବଢିଗଲା ।

ପୁଣି ଦିନେ ଗାୟବ ହୋଇଗଲା ସ୍କାଇଲାୟର

୬ ଜୁଲାଇ ୨୦୧୨ରେ ସ୍କାଇଲାୟର ଅଚାନକ ଗାୟବ ହୋଇଗଲା । ତାହାର ଖୋଜ ମାସ ମାସ ଧରି ଚାଲିଲା, କିନ୍ତୁ କେଉଁଠି ବି ତାହାର ସୂଚନା ମିଳିଲା ନାହିଁ । ଏହା ପରେ ୬ ମାସ ପରେ ରାହେଲ ଶାଫ ସ୍କାଇଲାୟର ର ଗାୟବ ହେବାର ଯେଉଁ କାହାଣୀ କହିଲା ତାହାକୁ ଶୁଣି ସମସ୍ତଙ୍କର ହୋସ ଉଡିଗଲା ।

୧୬ ବର୍ଷୀୟ ସ୍କାଇଲାୟର ନିଜର ମାତା ପିତାଙ୍କର ଏକ ମାତ୍ର ଝିଅ ଥିଲା । କହିବାକୁ ଗଲେ ସ୍କାଇଲାୟର କେଉଁଠି ଏକ ପାର୍ଟ ଟାଇମ କାମ କରୁଥିଲା । କିନ୍ତୁ ୫ ଜୁଲାଇ ୨୦୧୨ରେ ସେ ଘରୁ ଅଫିସ ଗଲା କିନ୍ତୁ ଆସନ୍ତା ସକାଳ ପର୍ଯ୍ୟନ୍ତ ସେ ଘରକୁ ଫେରିଲା ନାହିଁ ।

ମାତା ପିତା ପୋଲିସରେ ଦେଲେ ରିପୋର୍ଟ

ଏହା ପରେ ସ୍କାଇଲାୟର ମାତା ପିତା ପୁଲିସରେ ରିପୋର୍ଟ କରିଲେ । ତା ପରେ ପୋଲିସ ପୁରା ସହରରେ ସ୍କାଇଲାୟରକୁ ଖୋଜିବାରେ ଲାଗିଗଲା । ଏହା ପରେ ଶେଲିୟାକୁ ପଚରା ଉଚରା କରିବା ପରେ ସେ କହିଲା କି ରାହେଲ, ସ୍କାଇଲାୟର ଓ ସେ ଗତ ରାତିରେ ଡ୍ରିଂକ କରିଥିଲେ । ଏହା ପରେ ସେମାନେ ସ୍କାଇଲାୟରକୁ ସକାଳେ ଘରେ ଛାଡି ଦେଇଥିଲେ ।

ସ୍କାଇଲାୟର ମୁର୍ତ୍ୟୁର ହେଲା ଆଶଙ୍କା

ସ୍କାଇଲାୟର ମାତା ପିତାଙ୍କ ଅନୁସାରେ ଏହା ପ୍ରଥମ ଥର ଥିଲା ଯେତେବେଳେ ସ୍କାଇଲାୟର ପୁରା ରାତି ଘରକୁ ଆସି ନ ଥିଲା । ସେଥିପାଇଁ ତାଙ୍କୁ ସ୍କାଇଲାୟର ର ମୃତ୍ୟୁର ବି ଆଶଙ୍କା ହେଲା । ଏହା ସହିତ ଅନ୍ୟ ଏକ କାରଣ ବି ଥିଲା ସ୍କାଇଲାୟରର ଖବର ନ ମିଳିବାର । ସପ୍ତାହେ ବି ହୋଇଯାଇଥିଲା ।

ସାମ୍ନାକୁ ଆସିଲା ହୋସ ଉଡାଇ ଦେବା ଭଳି ରହସ୍ୟ

ଶେଲିୟା ଏଡ଼ୀ ଓ ରାହେଲ ଶାଫର କାହାଣୀ ଉପରେ ପୋଲିସକୁ ସନ୍ଦେହ ହେଲା । ଏହା ପରେ ପୋଲିସ ସେମାନଙ୍କ ଫୋନର କଥାବାର୍ତ୍ତାର ରେକର୍ଡକୁ ଯାଞ୍ଚ କରିଲା ତେବେ ଜଣା ପଡିଲା କି ଦୁଇ ଜଣ ମିଛ କହୁଛନ୍ତି । ଏହା ପରେ ୨୮ ଡିସେମ୍ବର ୨୦୧୨ରେ ରାହେଲକୁ ମାନସିକ ସମସ୍ୟା କାରଣରୁ ସ୍ଥାନୀୟ ମାନସିକ ଚିକିତ୍ସାଳୟ ହସ୍ପିଟାଲରେ ଭର୍ତ୍ତି କରାଗଲା ।

୩ ଜାନୁୟାରୀ ୨୦୧୩ରେ ଡିଶ୍ଚାର୍ଜ ହେବା ପରେ ରାହେଲ ପୋଲିସ ସାମ୍ନାରେ ସମସ୍ତ କଥା କହିଲା କି ସେ ଓ ଶେଲିୟା ମିଶି ସ୍କାଇଲାୟରକୁ ମାରି ଦେଇଛନ୍ତି । ରାହେଲର ବୟାନ ଶୁଣି ପୋଲିସର ହୋସ ଉଡିଗଲା ।

ଶେଲିୟା ଓ ରାହେଲ ସ୍କାଇଲାୟରକୁ ମାରିବା ପାଇଁ ସେହି ସ୍ଥାନକୁ ବାଛିଥିଲେ ଯେଉଁଠି ସେମାନେ ସିଗରେଟ ଟାଣୁଥିଲେ । ସ୍କାଇଲାୟର ର ହତ୍ୟାର ପ୍ଲାନିଙ୍ଗ ସେମାନେ ବହୁତ ମାସ ପୂର୍ବରୁ କରି ଦେଇଥିଲେ । ସେହି ଦିନ ରାତିରେ ସେମାନେ ନିଜ ଡ୍ରେସରେ ଏକ ଛୁରୀ ଲୁଚାଇ ରଖିଥିଲେ ଓ ସ୍କାଇଲାୟରକୁ ମାରିବା ପରେ ସେମାନେ କାରକୁ ଓ ଛୁରୀକୁ ଭଲ ଭାବରେ ସଫା ବି କରିଦେଲେ ।

ଯେତେବେଳେ ତାଙ୍କୁ ପଚରା ଗଲା କି ସେମାନେ ସ୍କାଇଲାୟରକୁ କାହିଁକି ମାରିଲେ ତେବେ ରାହେଲର ଉତ୍ତର ଥିଲା କି ସେମାନେ ତାକୁ ପସନ୍ଦ କରୁ ନ ଥିଲେ । ଏହା ପରେ ରାହେଲକୁ ୩୦ ବର୍ଷର ଜେଲ ଓ ଶେଲିୟାକୁ ୧୫ ବର୍ଷର ଜେଲ ଦଣ୍ଡ ମିଳିଲା ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।