ସିଂହ ଉପରେ ଭାରି ପଡିଲେ ମଣିଷ, ବିନା ହତିଆରରେ ସିଂହକୁ ମାରି ଦେଲେ, ଜାଣନ୍ତୁ କେମିତି

ପ୍ରାୟତଃ ମଣିଷ ଏବଂ ପଶୁ ମଧ୍ୟରେ ଯୁଧ୍ୟ ହେଲେ ପଶୁ ହିଁ ଜିତି ଥାନ୍ତି । ଏବଂ ଏହି ଭଳି କେତେକ ଘଟଣା ବିଷୟରେ ଆପଣ ମାନେ ଶୁଣିଥିବେ । ଯେଉଁଠି ସିଂହ ବହୁତ ସହଜରେ ମଣିଷକୁ ମାରି ଦିଏ । କିନ୍ତୁ ବର୍ତ୍ତମାନ କିଛି ଦିନ ତଳେ ହୋଇଥିବା ଏକ ଘଟଣାରେ ମଣିଷ ସିଂହକୁ ମାରି ଦେଇଛି । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏବଂ ସିଂହକୁ ମାରିଥିବା ଏହି ବ୍ୟକ୍ତି ଜଣକ ବିନା କୌଣସି ହତିଆର ସିଂହର ସାମନା କରିଥିଲେ ।

କଣ ଅଟେ ପୁରା ଘଟଣା

ଏହି ପୁରା ଘଟଣା ଆମେରିକାର କୋଲୋରାଡୋରେ ଘଟିଛି । କୁହାଯାଉଛି କି ଏଠି ଗୋଟିଏ ସିଂହ ଏକ ବ୍ୟକ୍ତି ଉପରେ ଆକ୍ରମଣ କରିଦେଲା । ସେହି ବ୍ୟକ୍ତି ଜଣକ ଦୌଡିବା ଜାଗାରେ ସିଂହ ସହିତ ଲଢିବା ପାଇଁ ନିଷ୍ପତି ନେଲେ । ଏବଂ ନ ଡରି ସିଂହ ସହିତ ଲଢିବା ଆରମ୍ଭ କରିଦେଲେ । ସେ ଯୁବକ ଜଣକ ସିଂହ ସହିତ ସେତେବେଳ ପର୍ଯ୍ୟନ୍ତ ସହିତ ଯୁଧ୍ୟ କରିଲେ ଯେତେବଳ ପର୍ଯ୍ୟନ୍ତ ସିଂହ ମୁର୍ତ୍ୟୁ ବରଣ ନ କରିଛି ।

ସିଂହ କିପରି କରିଲା ଆକ୍ରମଣ

କୁହାଯାଉଛି କି ଏହି ଯୁବକ ଜଣକ ହର୍ସ ବ୍ଲୂଟୂଥ ମାଉଂଟେନରେ ଦଉଡୁ ଥିଲା ଏବଂ ସେହି ସମୟରେ ସିଂହ ସେହି ଯୁବକ ଉପରେ ପଛରୁ ଆକ୍ରମଣ କରିଦେଲା । ଯାହା ଦ୍ଵାରା ସେହି ଯୁବକକୁ ବହୁତ ଆଘାତ ପହଞ୍ଚିଲା । ଏହା ପରେ ଯୁବକ ଜଣକ ସାହାସ ଦେଖାଇ ସିଂହ ସହିତ ଲଢିଲା । ବହୁତ ସମୟ ପର୍ଯ୍ୟନ୍ତ ଚାଲିଥିବା ଏହି ଯୁଧ୍ୟରେ ଶେଷରେ ଯୁବକ ଜଣକ ନିଜର ବୁଦ୍ଧି ଖଟାଇ ସିଂହର ବେକକୁ ଚିପି ମାରିଦେଲେ ।

ଗୋଟିଏ ବର୍ଷରୁ ବି କମ ବୟସର ଥିଲା ସିଂହ

ପାହାଡରେ ରହୁଥିବା ସିଂହ ଶିକାର କରିବାରେ ସବୁଠୁ ପ୍ରତାପୀ ଅଟନ୍ତି । ଏମାନେ ଶିକାର କରିବାର ଶ୍ରେଣୀରେ ପ୍ରଥମ ସ୍ଥାନରେ ଅଛନ୍ତି । କୁହାଯାଉଛି କି ସେହି ସିଂହର ବୟସ ୧ ବର୍ଷରୁ ବି କମ ଥିଲା ।

ହସ୍ପିଟାଲରେ ଚାଲୁଅଛି ଚିକିସ୍ଛା

ସିଂହ ସହିତ ଏହି ଯୁଧ୍ୟରେ ଯୁବକକୁ ବହୁତ ଆଘାତ ଲାଗିଛି । ଏହି ଯୁବକର ଚିକିସ୍ଛା ବର୍ତ୍ତମାନ ହସ୍ପିଟାଲରେ ଚାଲିଛି । ଡାକ୍ତରଙ୍କର ଅନୁସାରେ ସେହି ଯୁବକ ଜଣଙ୍କୁ ଠିକ ହେବା ପାଇଁ କିଛି ସମୟ ଲାଗିବ । କାରଣ ଯୁବକର ଶରୀରରେ ପଞ୍ଝା ଏବଂ କାମୁଡିବାର ବହୁତ ଚିହ୍ନ ଅଛି । କିନ୍ତୁ ସିଂହର ବୟସ କମ ହେବା ଯୋଗୁ ସେହି ଯୁବକକୁ ରେବୀଜ ହେବାର ଡର ନାହିଁ ।

ଅନ୍ୟ ପଟେ ପୁଲିସ ଏହି ଯୁବକ ସହିତ ହୋଇଥିବା ପୁରା ଘଟଣାର ସୂଚନା ମିଡିୟାରେ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ଯୁବକ ଜଣକ କିଏ ଏବଂ ତାହାର ନାମ କଣ ଅଟେ ଏହି କଥାର ସୂଚନା କେହି ଜାଣି ନାହାନ୍ତି । କୁହା ଯାଉଛି କି ପୁଲିସ ଏହି ଯୁବକର ଠିକ ହେବାର ଅପେକ୍ଷା କରିଛନ୍ତି ଏବଂ ଏହି ଯୁବକ ଜଣଙ୍କର ଇଚ୍ଛା ଥିଲେ ହିଁ ତାଙ୍କ ବିଷୟରେ ସମସ୍ତଙ୍କୁ କୁହାଯିବ ।