୨୩ ବର୍ଷର ସିମରନ ହୋଇ ପାରିଥାନ୍ତେ ଇଞ୍ଜିନିୟର, ନିଜ ପସନ୍ଦର ଶେଷ ଖାଇବା ଖାଇ ହୋଇଗଲେ ସାଧ୍ୱୀ

ବର୍ତ୍ତମାନ ସମୟରେ ସମସ୍ତେ ସାଂସାରିକ ମୋହାମାୟାରେ ବନ୍ଧିତ ହୋଇ ଅଛନ୍ତି । କିନ୍ତୁ କହିଦେଉଛୁ ଯେ ଆଜି ବି କେତେକ ଲୋକମାନେ ଏମିତି ଅଛନ୍ତି ଯେଉଁମାନେ ସମସ୍ତ ମୋହ ମାୟାକୁ ତ୍ୟାଗ କରି ଇଶ୍ଵରଙ୍କ ରାସ୍ତାରେ ଚାଲିବାକୁ ପସନ୍ଦ କରନ୍ତି । ଆଜି ଆମେ ଆପଣଙ୍କୁ ଏକ ଏମିତି ଯୁବତୀଙ୍କ ବିଷୟରେ କହିବୁ ଯିଏକି ନିଜର ଗ୍ରେଜୁଏଶନ ପୁରା କରିଲେ, ଚାକିରି କରିବାକୁ ଚିନ୍ତା କରିଲେ, କହିଦେଉଛୁ ଯେ ଯୁବତୀ ଏକ ଭଲ ପରିବାର ସହିତ ସମ୍ବନ୍ଧ ରଖନ୍ତି ।

ଯେଉଁମାନେ କି ପୂରାପୂରି ସବୁଥିରେ ସମ୍ପନ୍ନ ଅଟନ୍ତି । ଏହା ସତ୍ବେ ବି ସେ ସବୁ କିଛି ଛାଡି ଭଗବାନଙ୍କର ଶରଣରେ ଯିବାକୁ ଚାହିଁଲେ ଓ ଅଧ୍ୟାତ୍ମ ଗ୍ରହଣ କରି ନେଲେ ।

ଏହି ମାମଲା ଅଟେ ଇଂଦୌର ଯେଉଁଠି ବାସ୍କେଟବଲ କମ୍ପ୍ଲେକ୍ସରେ ମୁମୁକ୍ଷୁ ସିମରନ ଜୈନଙ୍କର ଦୀକ୍ଷା ମହୋତ୍ସବ ହୋଇଛି । କହିଦେଉଛୁ ଯେ ସିମରନଙ୍କର ବୟସ ମାତ୍ର ୨୩ ବର୍ଷ ଅଟେ ଓ ଏହି ବୟସରେ ସେ ସାଂସାରିକ ସୁଖକୁ ତ୍ୟାଗ କରି ସାଧ୍ୱୀ ଭଳି ଜୀବନ ଜାପନ କରିବାକୁ ନିସ୍ପତି ନେଲେ । ସିମରନଙ୍କର ଦୀକ୍ଷାଂତ ସମାରୋହ ଶ୍ରୀ ବର୍ଧମାନ ଶ୍ୱେତାଂବର ସ୍ଥାନକବାସୀ ଜୈନ ଶ୍ରାବକ ସଂଘ ଟ୍ରସ୍ଟ ତତ୍ୱାବଧାନରେ ହୋଇଛି ।

ଦିକ୍ଷା ନେବା ପୂର୍ବରୁ ସେ ପୁରା ଦିନ ନିଜ ଘର ଲୋକମାନଙ୍କ ସହ ବିତାଇଲେ, ହାତରେ ମେହେନ୍ଦି ଲଗାଇଲେ, ୧୬ ଶୃଙ୍ଗାର କରିଲେ ଓ ନିଜ ମନପସନ୍ଦ ଭୋଜନ ମଧ୍ୟ କରିଲେ । ସର୍ବେ ପ୍ରଥମେ ସେ ନିଜର ସମସ୍ତ ଗହଣାକୁ ମାଙ୍କୁ ଦେଇଦେଲେ ଓ ନିଜ ଚୁଟିକୁ ବି ତ୍ୟାଗ କରିଦେଲେ । ଦିକ୍ଷା ନେବା ପୂର୍ବରୁ ସିମରନ କହିଲେ, “ସାଂସାରିକ ବୁଆ ଡା. ମୁକ୍ତାଶ୍ରୀଙ୍କର ରାସ୍ତାରେ ହିଁ ଆତ୍ମାକୁ ଶାନ୍ତି ଓ ପରମାତ୍ମାକୁ ପ୍ରାପ୍ତି ହୋଇ ପାରିବ, ସେଥିପାଇଁ ମୁଁ ବୈରାଗ୍ୟ ଧାରଣ କରୁଛି ।“

ସାଧ୍ୱୀ ହୋଇଯିବା ପରେ ସେ କହିଲେ, ମୁଁ ଦେଶର ବିଭିନ୍ନ ସୁନ୍ଦର ସ୍ଥାନ ବୁଲିଛି ଓ ସେଠି ସମୟ ମଧ୍ୟ ବିତାଇଛି କିନ୍ତୁ ମୋତେ କେଉଁଠି ଶାନ୍ତି ମିଳି ନାହିଁ । ଯେତେବେଳେ ମୁଁ ଗୁରୁଜନଙ୍କର ସାନିଧ୍ୟ ଆସିଲି ତେବେ ଯାଇ ମୋତେ ଶାନ୍ତି ପ୍ରାପ୍ତି ହୋଇଛି । କିନ୍ତୁ ଏଠି ଲୋକମାନେ ଆବଶ୍ୟକତା ଠାରୁ ଅଧିକ ଜିନିଷ ବ୍ୟବହାର କରନ୍ତି ଯାହାକି ଉଚିତ ନୁହେଁ । ଆମର ସନ୍ତମାନେ କମ ରୁ କମ ସଂଶାଧନରେ ନିଜର ଜୀବନ ବ୍ୟତିତ କରିଥାନ୍ତି । ଅଧିକରୁ ଅଧିକ ପାଇବା ଠାରୁ ଆତ୍ମାକୁ ପରମାତ୍ମା ସହ ଯୋଡିବାରେ ଅସଲ ସୁଖ ଅଛି ।“

କହିଦେଉଛୁ ଯେ ସିମରନ କମ୍ପ୍ଯୂଟର ସାଇଂସରେ ବୀଏସୀ ବି କରିଛନ୍ତି । ତାଙ୍କର ପରିବାରରେ ତାଙ୍କରର ମାତ ପିତା, ଓ ତାଙ୍କର ଏକ ଭଉଣୀ ଦୁଇ ଭାଇ ଅଛନ୍ତି ।