କଣ ପାଇଁ ଶିଲ୍ପା ଶେଟ୍ଟୀ ମନା କରିଲେ ୧୦ କୋଟି ଟଙ୍କାର ପ୍ରୋଜେକ୍ଟକୁ ? ସାମନାକୁ ଆସିଲା ଏହି ବଡ କାରଣ

ସମାଜରେ ଅଧାରୁ ଅଧିକ ଜିନିଷ ତାହ ହିଁ ହୋଇଥାଏ ଯାହା ଫିଲ୍ମରେ ଦେଖା ଯାଇଥାଏ । ନିଜର ଫେବରେଟ ଷ୍ଟାରମାନେ ଯାହା ବ୍ୟବହାର କରନ୍ତି ସେହି ଜିନିଷକୁ ଦେଖି ଲୋକମାନେ ବି ସେହିଭଳି କରିଥାନ୍ତି । ଯେମିତି କି ସିଗାରେଟ ଟାଣିବା । ସେଥିପାଇଁ ଷ୍ଟାରମାନଙ୍କୁ ସାବଧାନ ରହିବା ଉଚିତ । କିନ୍ତୁ ସମସ୍ତେ ଏମିତି ନୁହେନ୍ତି ଯେଉଁମାନେ ଏହିଭଳି ସିଗାରେଟ, ବିଅର କିମ୍ବା ଅନ୍ୟ କିଛି ଶରୀରକୁ ହାନି କରୁଥିବା ଜିନିଷକୁ ପ୍ରମୋଟ କରିଥାନ୍ତି ।

ଏହିଭଳି ମାମଲାରେ ଆମର ବଲୀଉଡ ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ବେସ୍ଟ ଅଟନ୍ତି । ଗତ କିଛି ଦିନ ତଳେ ଏକ ଖବର ଆସୁଥିଲା କି ଶିଲ୍ପା ଶେଟ୍ଟୀ ଏକ ୧୦ କୋଟି ଟଙ୍କାର ପ୍ରୋଜେକ୍ଟକୁ ମନା କରିଦେଲେ? ବର୍ତ୍ତମାନ ସାମନାକୁ ଆସିଲା କାରଣ ।

ଶେଷରେ କାହିଁକି ଶିଲ୍ପା ଶେଟ୍ଟୀ ମନା କରିଲେ

ବଲୀଉଡର ପପୁଳାର ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ସବୁବେଳେ ଫିଟନେସର ମନ୍ତ୍ର ନିଜର ଫ୍ୟାନମାନଙ୍କ ସହିତ ଶେୟାର କରିଥାନ୍ତି । ସେ ଯୋଗକୁ ଅଧିକ ପ୍ରମୋଟ କରି ତାହାର ଲାଭ ବିଷୟରେ କହିଥାନ୍ତି । ଏମିତିରେ କିଛି ଦିନ ତଳେ ଶିଲ୍ପାଙ୍କୁ ଏକ ଆୟୁର୍ବେଦିକ ସ୍ଲିମିଂଗ ପିଲ ର ଇଂଡୋର୍ସମେଂଟ ର ଅଫର ଆସିଲା ଓ ତାଙ୍କୁ ଏଥିପାଇଁ ୧୦ କୋଟି ଟଙ୍କା ବି ଦିଆ ଯାଉଥିଲା । କିନ୍ତୁ ଶିଲ୍ପା ଏହି ଅଫରକୁ ମନା କରିଦେଲେ ।

କାରଣ ସେ ନିଜର ଫ୍ୟାନ ଓ ଫଲୋଅର୍ସ ମଧ୍ୟରେ କିଛି ବି କ୍ଷତିକାରକ ଜିନିଷକୁ ପ୍ରମୋଟ କରନ୍ତି ନାହିଁ ଓ ନା ହିଁ ଏମିତି କୌଣସି ଜିନିଷର ବିଜ୍ଞାପନ କରନ୍ତି । ଏହା ପରେ ଶିଲ୍ପା କହିଲେ କି, ମୁଁ ଏମିତି କୌଣସି ଜିନିଷକୁ ପ୍ରମୋଟ କରି ପାରିବି ନାହିଁ ଯାହା ଲୋକମାନଙ୍କର ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥିବ । ମୋ ଏମିତି ବି କୌଣସି ଜିନିଷକୁ ବିକ୍ରି କରି ପାରିବି ନାହିଁ ଯାହା ଉପରେ ମୋତେ ବିଶ୍ଵାସ ନାହିଁ । ଏହି କଥା କହି ଶିଲ୍ପା ନିଜ ହାତ ଯୋଡି ନେଲ ଓ ନିଜ ଫ୍ୟାନମାନଙ୍କ ପାଇଁ ଏକ ଉଦାହରଣ ହୋଇଗଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।