୨୫ ବର୍ଷ ପରେ ଶିଲ୍ପା ଶେଟ୍ଟୀ ଜାହିର କାଲେ ନିଜ କ୍ରୋଧ, କହିଲେ ‘ବାଜୀଗର’ରେ କାଜୋଲଙ୍କର ଏହି କଥାରୁ ଆସୁଥିଲା ତାଙ୍କୁ ରାଗ

ବଲୀଉଡରେ ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନଙ୍କ ସମ୍ପର୍କ ବହୁତ ଖରାପ ଅଟେ । କହିବାକୁ ଗଲେ କିଛି ବର୍ଷ ପୂର୍ବରୁ ସଲମାନ ଏବଂ ଶାହରୁଖଙ୍କର ସମ୍ପର୍କ ମଧ୍ୟ ଖରାପ ଥିଲା । ଏମିତି ବହୁତ କାହାଣୀ ଆପଣଙ୍କୁ ବଲୀଉଡରେ ଦେଖିବାକୁ ମିଳିଯିବ । ଏମାନଙ୍କ ମଧ୍ୟରୁ ଆଜି ବି କିଛି ଷ୍ଟାରଙ୍କ ମଧ୍ୟରେ ମତଭେଦ ଅଛି । ଆଜି ଆମେ ଆପଣମାନଙ୍କୁ ଏହିଭଳି ଦୁଇ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । କହିବାକୁ ଗଲେ ଆଜି ଆମେ ଏଠି ଶିଲ୍ପା ଶେଟ୍ଟୀ ଓ କାଜୋଲଙ୍କ ବିଷୟରେ କହିବାକୁ ଯାଉଛୁ ।

୧୯୯୩ରେ ଫିଲ୍ମ ‘ବାଜୀଗର’ ଆସିଥିଲା ଯାହାକି ବକ୍ସ ଅଫିସରେ ସୁପରହିଟ ହୋଇଥିଲା । ଏହି ଫିଲ୍ମରେ ଶାହରୁଖ ଖାନ, କାଜୋଲ ଓ ଶିଲ୍ପା ଶେଟ୍ଟୀ ଭଳି କଲାକାର ଥିଲେ । ଏହି ଫିଲ୍ମ ଶିଲ୍ପା ଶେଟ୍ଟୀଙ୍କର ଡେବ୍ୟୁ ଫିଲ୍ମ ଥିଲା । ଏହି ଫିଲ୍ମ ପରେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପରିଚୟ ମିଳିଲା । ଅନ୍ୟ ପଟେ ଶାହରୁଖ ଓ କାଜୋଲଙ୍କ ପାଇଁ ମଧ୍ୟ ଏହି ଫିଲ୍ମ ଲକ୍କୀ ପ୍ରମାଣିତ ହେଲା । ଏହି ଫିଲ୍ମର ଏକ ଗୀତ ‘ୟେ କାଲୀ କାଲୀ ଆଁଖେଂ’ ବହୁତ ହିଁ ଅଧିକ ଫେମସ ହୋଇଥିଲା । ଏହି ଗୀତାରେ ଶାହରୁଖ ଓ କାଜୋଲ ଥିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଗୀତ କାରଣରୁ ଶିଲ୍ପା ଓ କାଜୋଲଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇ ଯାଇଥିଲା । କହିବାକୁ ଗଲେ ଯେତେବେଳେ ଶିଲ୍ପାଙ୍କୁ ଏହି କଥା ଜଣା ପଡିଲା କି ଏହି ଗୀତରେ ଶାହରୁଖ ଓ କାଜୋଲ ନଜର ଆସିବେ ତେବେ ତାଙ୍କୁ ଏହି କଥା ହଜମ ହେଲା ନାହିଁ । ତାଙ୍କ ଅନୁସାରେ କାଜୋଲଙ୍କ ଆଖି ଉପରେ ଏହି ଗୀତ ଶୂଟ କରୁ ନ ଥିଲା ।

ସେ ଚାହୁଁଥିଲେ କି ଏହି ଗୀତଟି ତାଙ୍କ ଉପରେ ଫିଲ୍ମାୟା ଯାଉ । କିନ୍ତୁ ଏହା ହୋଇ ପାରିଲା ନାହିଁ । ମାତ୍ର ଏହି କଥା ପାଇଁ ସେ କାଜୋଲଙ୍କ ଉପରେ ରାଗି ଯାଇଥିଲେ । ଏହା ଛଡା ଯେତେବେଳେ ଏହି ଗୀତ ସୁପରହିଟ ହୋଇଗଲା ତେବେ ଶିଲ୍ପା ଆହୁରି ଦୁଖିତ ହୋଇଗଲେ ।

କହିଦେଉଛୁ ଯେ ବର୍ତ୍ତମାନ ସମୟରେ ଶିଲ୍ପା ଡାନ୍ସ ରିୟାଲିଟି ଶୋ ‘ସୁପର ଡାନ୍ସ’ ସିଜିନ ୩ ଜଜ କରୁଛନ୍ତି । ଏହି ଶୋରେ ସେ ଏହି ବିଷୟରେ କହିଥିଲେ । କହିବାକୁ ଗଲେ ଶୋରେ ଗେସ୍ଟ ରୂପରେ ୯୦ ଦଶକର ପ୍ରସିଦ୍ଧ ଗାୟକ କୁମାର ସାନୁ ଆସିଥିଲେ । ସେହି ହିଁ ବାଜୀଗର ଫିଲ୍ମର ଗୀତ ଗାଈ ଥିଲେ । ଏହା ଉପରେ କଥା ବାହାରିଲା ଏବଂ ଶିଲ୍ପା ନିଜର ପୁରୁଣା ରାଗକୁ ଜାହିର କରିଥିଲେ । କିନ୍ତୁ ଫିଲ୍ମର କିଛି ବର୍ଷ ପରେ ଶିଲ୍ପା ଏବଂ କଜୋଲଙ୍କ ମଧ୍ୟରେ ସବୁକିଛି ଠିକ ଠାକ ହୋଇ ଯାଇଥିଲା ।