14 କିଲୋ ମିଟର ପାଦରେ ଚାଲି ଚାଲି Shikhar Dhawan ପରିବାର ସହିତ ପହଞ୍ଚିଲେ ବୈଷ୍ଣୋ ଦେବୀଙ୍କ ମନ୍ଦିରରେ, ମା’ ଙ୍କୁ ମାଗିଲେ ଏହି ଆଶୀର୍ବାଦ

ଭାରତୀୟ କ୍ରିକେଟ ଟିମର ଧୁରନ୍ଧର ଓପନର ଶିଖର ଧାୱନ ପରିବାର ସହ କିଛି ଦିନ ତଳେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ କରିବାକୁ କଟାରା ପହଞ୍ଚିଥିଲେ । ସେହି ସମୟର କିଛି ଫଟୋ ଶିଖର ଧାୱନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ପିଲାବେଳର କିଛି ସ୍ମୃତି ତାଜା କରିଥିଲେ । ଏହାସହ ସେ ଲେଖିଥିଲେ କି, “ବୈଷ୍ଣୋଦେବୀର ପଦଯାତ୍ରା ଖୁବ ଭଲ ଥିଲା । ପିଲାବେଳର କଥା ମାନେ ପଡିଗଲା ବାପା ମୋତେ ଏଠାକୁ ନେଇ ଆସିଥିଲେ । ଆଉ ଏବେ ବାପାଙ୍କୁ ବୈଷ୍ଣୋଦେବୀ ଦର୍ଶନ କରେଇ ବହୁତ ଭଲ ଲାଗିଲା ।”

ଫ୍ୟାନଙ୍କ ମଧ୍ୟରେ ‘ଗବ୍ବର’ ନାମରେ ପ୍ରସିଦ୍ଧ ଶିଖର ଧାୱନ ଆହୁରି ମଧ୍ୟ ଲେଖିଥିଲେ, “ଯାତ୍ରା ବହୁତ ମଜାଦାର ଥିଲା । ପିଲାଦିନ ଭଳି ରାସ୍ତାରେ ଆଖୁ ରସ ଏବଂ ମ୍ୟାଗୀର ମଜା ନେଲି । ପୁରୁଣା ସ୍ମୃତି ତାଜା ହୋଇଗଲା । ଏହା ବହୁତ ଖାସ ଅନୁଭୂତି ଥିଲା ଓ ପରିବାର ସହ ଆହୁରି ମଧ୍ୟ ଖାସ ହୋଇପାରିଲା ।” ଶ୍ରୀଲଙ୍କାରେ ହ୍ଵାଇଟ ବଲ୍ ସିରିଜ ପରେ ଏବେ ପରିବାର ସହ ଉତ୍ତମ ସମୟ ବିତାଉଛନ୍ତି ଧାୱନ । ସେ ଖୁବ ଶୀଘ୍ର UAE ରେ ହେବାକୁ ଥିବା ଆଇପିଏଲ-୨୦୨୧ ର ଦ୍ଵିତୀୟ ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ ତରଫରୁ ଯୋଗ ଦେବାକୁ ବାହାରିବେ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଆଇପିଏଲ-୨୦୨୧ରେ ଖେଳା ଯାଇଥିବା ପ୍ରଥମ ପର୍ଯ୍ୟାୟରେ ଶିଖର ଧାୱନ ସବୁଠୁ ଅଧିକ ରନ୍ କରିଥିଲେ । ସେ ୮ ଟି ମ୍ଯାଚ ଖେଳି ସମୁଦାୟ ୩୮୦ ରଣ କରିଥିଲେ । ତାଙ୍କ ଟିମ ମଧ୍ୟ ୮ଟି ମ୍ଯାଚରୁ ୬ଟି ମ୍ଯାଚ ଜିତି ୧୨ ଅଙ୍କ ସହ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିଲେ । ଶିଖର ଧାୱନ ଇନଷ୍ଟାଗ୍ରାମରେ ତାଙ୍କ ବୈଷ୍ଣୋଦେବୀ ଯାତ୍ରାର ସେୟାର କରିଥିବା ଫଟୋରେ ସେ ପଦଯାତ୍ରା କରୁଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ଫଟୋକୁ ପ୍ରାୟ ୬ ଲକ୍ଷରୁ ମଧ୍ୟ ଅଧିକ ଲୋକ ଲାଇକ କରି ସାରିଛନ୍ତି ଓ କ୍ରିକେଟର ବିରେନ୍ଦ୍ର ସେହୱାଗଙ୍କ ସମେତ ଆହୁରି ଅନେକ ଲୋକ ତାଙ୍କ ଫଟୋରେ ‘ଜୟ ମାତା ଦି’ ମଧ୍ୟ କମେଣ୍ଟ କରିଛନ୍ତି ।

ବୈଷ୍ଣୋଦେବୀ ଯାତ୍ରା ସମୟରେ ପ୍ରାୟ ୧୪ କିମି ଚାଲି ଥକିଯିବା ପରେ ଶିଖର ଧାୱନ ଗୋଟିଏ ଦୋକାନରେ ଅଟକି ଆଖୁରସର ସ୍ଵାଦ ମଧ୍ୟ ନେଇଥିଲେ । ଶିଖର ଧାୱନଙ୍କ ସ୍ବାଗ କେଉଁ ଷ୍ଟାରଙ୍କ ଠୁ ମଧ୍ୟ କିଛି କମ ନୁହେଁ । ଫଟୋରେ ଦେଖି ପାରୁଥିବେ ଭାରତୀୟ ଟିମର ଗବ୍ବର ମୁଣ୍ଡରେ ଟୋପି ପିନ୍ଧି, ଚଷମା ଓ ଧଳା ରଙ୍ଗର ଟି-ସାର୍ଟ ପିନ୍ଧି ଖୁବ ଷ୍ଟାଇଲିଶ ମଧ୍ୟ ଲାଗୁଛନ୍ତି । ତାଙ୍କୁ ସେଠାରେ ଦେଖି ସମସ୍ତ ଲୋକ ଖୁବ ଖୁସି ହୋଇ ଯାଇଥିଲେ ଓ ତାଙ୍କ ସହ ସେଲଫି ନେବାକୁ ମଧ୍ୟ ଭିଡ ଜମାଇଥିଲେ ।

କଟରାରେ ତାଙ୍କ ଆସିଥିବା ଖବର ଶୁଣି ତାଙ୍କୁ ଦେଖିବାକୁ ଅନେକ ଲୋକ ତାଙ୍କ ହୋଟେଲ ବାହାରେ ମଧ୍ୟ ଭିଡ କରିଥିଲେ । ଏହାପରେ ତାଙ୍କ ସୁରକ୍ଷା ପାଇଁ ଖାସ ସୁରକ୍ଷା ବ୍ୟବସ୍ତା ମଧ୍ୟ କରାଯାଇ ଥିଲା । ଦେବୀଦେବତାଙ୍କ ଉପରେ ଶିଖର ଧାୱନ ଙ୍କର ଖୁବ ଆସ୍ଥା ରହିଛି । ବର୍ଷ ଆରମ୍ଭରୁ ସେ ଅଷ୍ଟ୍ରେଲିଆ ଟୁରରୁ ଫେରିବା ପରେ ବନାରସ ଯାଇ ଗଙ୍ଗା ମାତାଙ୍କ ଆରତି ମଧ୍ୟ କରିଥିଲେ । ଧାୱନ କହିଥିଲେ ମା ତାଙ୍କର ସବୁ ମନୋସ୍କାମନା ପୂରଣ କରିଛନ୍ତି ଓ କିଛି ମନୋସ୍କାମନା ତାଙ୍କୁ ମାଗିବାକୁ ଯାଇଥିଲେ । ସେଥିପାଇଁ ସେ ସେଠାକୁ ଚାଲି ଚାଲି ଯାଇଥିଲେ ।ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ କରନ୍ତୁ ।