ଶୋଇବା ଘରେ ପାଣି ରଖିଲେ କେଉଁ ସମସ୍ଯା ଦେଖାଦିଏ ? ଏହାସହ ଜାଣନ୍ତୁ ଆହୁରି 20+ ଶାସ୍ତ୍ର ଲିଖିତ ଅନୁଚିନ୍ତା

ଲୋକଙ୍କ ଜୀବନରେ ବିଭିନ୍ନ ପ୍ରକାରର ସମସ୍ଯା ଦେଖା ଦେଇଥାଏ । ତେବେ କିଛି ବାସ୍ତୁ ଉପାୟ କରିବା ଦ୍ଵାରା ଓ କିଛି ନିୟମ ପାଳନ କରିବା ଦ୍ଵାରା ଏହି ସବୁ ସମସ୍ଯାର ସମାଧାନ ହୋଇପାରିବ । ଶନିବାର ଦିନ ନଦୀ ଜଳରେ ନଡିଆ ପ୍ରବାହିତ କରିବା ଦ୍ଵାରା ପରିବାର ସଦସ୍ୟଙ୍କ ପ୍ରଗତି ହୋଇଥାଏ ଏବଂ କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ ହୋଇଥାଏ । ଯଦି ପରିବାରର କୌଣସି ସଦସ୍ୟ ଦୀର୍ଘଦିନ ଧରି ରୋଗରେ ପଡିଥାନ୍ତି, ତେବେ ରବିବାର ଦିନ ଖଣ୍ଡେ ତମ୍ବା ନେଇ ମାଟିରେ ପୋତିଲେ ଏଥିରୁ ଶୀଘ୍ର ମୁକ୍ତି ମିଳିଥାଏ ।

ଘରେ ପଇସା ରଖୁଥିବା ଆଲମାରିରେ ଏକ ଚାନ୍ଦିର ଧାତୁ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇଥାଏ ଏବଂ ପରିବାର ଲୋକଙ୍କ ପ୍ରଗତି ହୋଇଥାଏ । ଯଦି କରଜ ବୋଝ ବଢୁଥାଏ ଏବଂ ଶୁଝିବା ସମ୍ଭବ ହେଉ ନଥାଏ ତେବେ ପ୍ରତ୍ଯେକ ଦିନ କାଉକୁ ରୁଟି ଖାଇବାକୁ ଦେବା ଦ୍ଵାରା କରଜ ଧୀରେ ଧୀରେ ସମାପ୍ତ ହୋଇଥାଏ । ଯଦି ପଇସା ରୋଜଗାର କମି ଯାଉଥାଏ ବା ଅଭାବ ଦେଖା ଦେଉଥାଏ ତେବେ ଶୁକ୍ରବାର ଦିନ ଲକ୍ଷ୍ମୀଙ୍କ ଆଗରେ ସୁନାର ଜିନିଷ ରଖିକରି କନକଧାର ମନ୍ତ୍ର ପାଠ କରିବା ଦ୍ଵାରା ଶୁଭପ୍ରଦ ହୋଇଥାଏ ।

ପ୍ରତ୍ଯେକ ଦିନ କେଶରର ତିଳକ ମୁଣ୍ଡରେ ଲଗାଇ ବାହାରକୁ ଯିବା ଦ୍ଵାରା କାର୍ଯ୍ୟକ୍ଷେତ୍ରରେ ନୂତନ ସୁଯୋଗ ମିଳିଥାଏ ଏବଂ ଧନ ପ୍ରାପ୍ତିର ମାର୍ଗ ଖୋଲିଥାଏ । ଭାଗ୍ୟ ସାଥ୍ ଦେଉ ନଥିଲେ ମନ୍ଦିରରେ ଅନ୍ନଦାନ କରିବା ଦ୍ଵାରା ଏବଂ କଳା କୁକୁରକୁ ଖାଦ୍ଯ ଖାଇବାକୁ ଦେବା ଦ୍ଵାରା ଭାଗ୍ୟ ସାଥ୍ ଦେଇଥାଏ ଏବଂ ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଥାଏ ।

ଯଦି କୌଣସି ସଙ୍କଟ ଆସିଥାଏ ତେବେ ମଙ୍ଗଳବାର ଦିନ ବରପତ୍ରରେ ଅଟାର ଦୀପଟିଏ କରି ହନୁମାନ ମନ୍ଦିରରେ ଜଳାଇବା ଦ୍ଵାରା ତାହା ଦୂର ହୋଇଥାଏ । ଯଦି ପରିବାରରେ କୌଣସି ସଦସ୍ୟଙ୍କର ବାରମ୍ବାର ଦେହ ଖରାପ ହେଉଥାଏ ତେବେ ତାଙ୍କ ମୁଡ ଉପରେ ନଡିଆଟିଏ ଏକୋଇଶି ଥର ବୁଲାଇ ଜଳାଇ ଦେବା ଦ୍ଵାରା ତାହା ଦୂର ହୋଇଥାଏ ।

ପ୍ରତ୍ଯେକ ଦିନ ଗାଈ, କୁକୁର, ପିମ୍ପୁଡି ଓ ପକ୍ଷୀମାନଙ୍କୁ କିଛି ଖାଦ୍ଯ ଖାଇବାକୁ ଦେବା ଦ୍ଵାରା ବିଭିନ୍ନ ସଙ୍କଟରୁ ରକ୍ଷା ମିଳିଥାଏ । ଗୋଟିଏ ତମ୍ବା ପାତ୍ରରେ ଜଳ ସହ ଲାଲ ଚନ୍ଦନ ମିଶାଇ ପ୍ରତ୍ଯେକ ଦିନ ତୁଳସୀ ଗଛ ମୂଳରେ ଅର୍ପଣ କରିବା ଦ୍ଵାରା ସମସ୍ତ ଅଭାବ ଅସୁବିଧା ଦୂର ହୋଇଥାଏ ।

ପ୍ରତ୍ଯେକ ଦିନ କିଛି ସମୟ ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ, ଏହିପରି 43 ଦିନ ପର୍ଯ୍ୟନ୍ତ ନିଷ୍ଠାପର ଭାବେ ଜପ କରିବା ଦ୍ଵାରା ସମସ୍ତ ସଙ୍କଟ ଦୂର ହୋଇଥାଏ । ଯଦି କାର୍ଯ୍ୟକ୍ଷେତ୍ରରେ ଅଚାନକ କୌଣସି ବାଧା ଆସେ ତେବେ ମଶାଣିରେ କିଛି ପଇସା ପକାଇ ପଛକୁ ନ ଅନାଇ ଆସିବା ଦ୍ଵାରା ତାହା ଦୂର ହୋଇଥାଏ ।

ଘର ଭିତରେ କେବେବି ପ୍ଲାଷ୍ଟିକ ଫୁଲ ରଖିବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ଦାରିଦ୍ର୍ୟତା ବୃଦ୍ଧି କରିଥାଏ । ଶୋଇବା ଘରେ କେବେବି ପାଣି ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ଧାର କରଜରେ ବୁଡିବାକୁ ପଡିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।