ପାକିସ୍ତାନ ହାରିବା ପରେ କାନ୍ଦି ପକାଇଲେ Shoaib Malik, କିନ୍ତୁ ଭାରତ ପାଇଁ କହିଦେଲେ କୋଟିଏର କଥା, ଆପଣ ବି ଶୁଣିଲେ କରିବେ ପ୍ରଶଂସା

ଚଳିତ ଟି-୨୦ ବିଶ୍ଵକପ୍ ର ସେମି ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବା ପରେ ପାକିସ୍ତାନୀ ଖେଳାଳିଙ୍କ ଫାଇନାଲ ଖେଳିବାର ସ୍ଵପ୍ନ ଚୁରମାର୍ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଖୁବ ଶାନଦାର ପ୍ରଦଶନ କରିଥିବା ପାକିସ୍ତାନ ଟିମ୍ ସେମି ଫାଇନାଲରୁ ବାହାର ହେବା ପରେ ପୁରାପୁରି ଭାଙ୍ଗି ପଡିଛି । ଅଷ୍ଟ୍ରେଲିଆ ଠାରୁ ହା-ରି-ବା ପରେ ପାକିସ୍ତାନ ଟିମ୍ ର ସିନିୟର ଖେଳାଳି ସୋଏବ ମଲିକ ମଧ୍ୟ ଖୁବ ଭାବୁକ ନଜର ଆସିଥିଲେ । କିନ୍ତୁ ନିଜ ବୟାନରେ କିଛି ଏମିତି କହି ଯାଇଥିଲେ କି ଆପଣ ବି ଶୁଣିଲେ ଆଶ୍ଚର୍ଯ୍ୟ ହେବେ ।

ସେମି ଫାଇନାଲ ମ୍ଯାଚ ଆରମ୍ଭ ହେବା ପରେ ଅଷ୍ଟ୍ରେଲିଆ ଅଧିନାୟକ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିଲେ । କିନ୍ତୁ ବାଜି ଓଲଟା ପଡିଗଲା । ବାବର ଓ ରିଜୱାନ ମଇଦାନକୁ ଆସି ୧୦ ଓଭର ଯାଏଁ ୱିକେଟ ପଡିବାକୁ ବି ଦେଇ ନଥିଲେ । କିନ୍ତୁ ବାବର ଆଜମଙ୍କ ୱିକେଟ ପଡିବା ପରେ ସୋଏବ ମଲିକଙ୍କ ଠାରୁ ଆରମ୍ଭ କରି ଆସିଫ ଅଲ୍ଲୀଙ୍କ ୱିକେଟ ମଧ୍ୟ ପଡି ଯାଇଥିଲା । ତଥାପି ପାକିସ୍ତାନ ଟିମ୍ ଅଷ୍ଟ୍ରେଲିଆ ସମୁଖରେ ୧୭୭ ରନ୍ ର ଲକ୍ଷ୍ୟ ରଖିଥିଲା ।

ଯାହା ଅଷ୍ଟ୍ରେଲିଆ ପାଇଁ ଆରମ୍ଭରୁ କଠିନ ଦେଖା ଯାଉଥିଲେ ମଧ୍ୟ ମେଥ୍ଯୁ ୱେଡଙ୍କ ଶାନଦାର ବ୍ୟାଟିଂରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିଥିଲା । ତେବେ ଏହାପରେ ପାକିସ୍ତାନ ଟିମ୍ ର ସବୁ ଖେଳାଳି ଖୁବ ଦୁଃଖିତ ହୋଇ ଯାଇଥିଲେ । ତେବେ ମ୍ଯାଚ ହା-ରି-ବା ପରେ ସୋଏବ ମଲିକ ନିଜ ଟିମ୍ ହା-ରି-ବା-ର ଏତେ ବଡ କାରଣ କହିଥିଲେ ଯେ ଶୁଣିଲେ ଆପଣ ହଇରାଣ ହୋଇଯିବେ । ସୋଏବ କହିଥିଲେ, ପ୍ରକୃତରେ ଏହା ଏକ ଲଜ୍ଜାଜନକ ପରାଜୟ ଅଟେ ।

ଆରମ୍ଭରୁ ଆମ ଟିମ୍ ପୁରା ମେହନତ କରିଥିଲା କିନ୍ତୁ ଶେଷ ମ୍ଯାଚର ଶେଷରେ ଏମିତି ଭୁଲ କରି ପକାଇଲେ ଯେ ଅଷ୍ଟ୍ରେଲିଆ ହା-ରୁ-ଥି-ବା ମ୍ଯାଚ ମଧ୍ୟ ଜିତିଗଲା । ଆମ ଟିମ୍ ଉଭୟ ବ୍ୟାଟିଂ ଓ ବୋଲିଂରେ ଖୁବ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଅଷ୍ଟ୍ରେଲିଆ ଟିମ୍ ର ଶେଷ ଯୋଡିଙ୍କୁ ଆମ ବୋଲର ଭାଙ୍ଗିପାରି ନଥିଲେ ।

ଆଉ ହାସନ ଅଲ୍ଲୀଙ୍କ ଗୋଟିଏ ଭୁଲ ମଧ୍ୟ ଆମ ଉପରେ ଭାରି ପଡିଲା । କିନ୍ତୁ ସେତେବେଳକୁ ମେଥ୍ଯୁ ୱେଡଙ୍କ କନଫିଡେନ୍ସ ବଢି ସାରିଥିଲା ଓ ଶେଷ ତିନି ବଲରେ ହିଁ ନିଜ ଟିମ୍ କୁ ଜିତାଇ ଦେଲେ । ମୋ ନଜରରେ ହାସନ ଅଲ୍ଲୀଙ୍କ ସେହି କ୍ୟାଚ ଟିମ୍ ହା-ରି-ବା-ର ସବୁଠୁ ବଡ କାରଣ ଅଟେ ବୋଲି ସୋଏବ କହିଥିଲେ । ମ୍ଯାଚ ଆରମ୍ଭରେ ଭାରତୀୟ ଟିମ୍ ସହ ଖୁବ ଭଲ ମ୍ଯାଚ ଖେଳିବାକୁ ସୁଯୋଗ ପାଇଥିଲୁ ବୋଲି ସେ କହିଥିଲେ ।

ସୋଏବ ମଲିକ ନିଜ ବୟାନରେ ଭାରତୀୟ ଟିମ୍ ର ନାଁ ନେବା ସହ ନିଜ ଟିମ୍ ର ହା-ରି-ବା-ର କାରଣ ମଧ୍ୟ ଗଣାଇ ଦେଇଥିଲେ । ତେବେ କେଉଁ ଟିମ୍ ଏଥର ବିଶ୍ଵକପ୍ ନିଜ ନାଁ ରେ କରିବ ବୋଲି ଆପଣ ଭାବୁଛନ୍ତି ? ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।