ମହା ଶିବରାତ୍ରି ରେ ଶିବଙ୍କ ପୂଜା କରିବା ସମୟରେ ଭୁଲରେ ବି କରିବେ ନାହିଁ ଏହି ୭ ଟି ଭୁଲ, ଭୋଳାନାଥ ହେଇଯିବେ କ୍ରୋଧିତ

ମହା ଶିବ ରାତ୍ରି ହିନ୍ଦୁମାନଙ୍କର ଏକ ମହାନ ପର୍ବ ହୋଇଥାଏ । ଭଗବାନ ଶିବଙ୍କୁ ପୂଜା କରିବାର ଏକ ସବୁଠୁ ବଡ ଦିନ ହୋଇଥାଏ । ଫାଲଗୁନ କୃଷ୍ଣ ପକ୍ଷର ଚତୁର୍ଦଶୀ ତିଥିକୁ ମହା ଶିବରାତ୍ରି ପାଳନ କରାଯାଏ । ଏହା ୧୧ ମାର୍ଚରେ ପଡିବାକୁ ଯାଉଛି । ମାନ୍ୟତା ଅଛିକି ସୃଷ୍ଟିର ପ୍ରାରମ୍ଭରେ ଏହିଦିନ ମଧ୍ୟ ରାତ୍ରିରେ ଭଗବାନ ଶିବ ବ୍ରହ୍ମାରୁ ରୁଦ୍ର ରୂପ ଧାରଣ କରିଥିଲେ । ଏମିତିରେ ଭଗବାନ ଯେତେ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି ସେତେ ଶୀଘ୍ର କ୍ରୋଧ ମଧ୍ୟ କରିଥାନ୍ତି ।

ଏଥିପାଇଁ ଯେତେବେଳେ ଆପଣ ଶିବ ଭଗବାନଙ୍କୁ ଆପଣ ପୂଜା ପାଠ କରନ୍ତି ତେବେ କିଛି ବିଷୟ ପୂଜା ବିଧିର ଧ୍ୟାନ ରଖିବାକୁ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ମାନ୍ୟତା ଅନୁସାରେ ଭକ୍ତ ମାନଙ୍କୁ ଶିବ ଲିଙ୍ଗରେ ଚଢା ଯାଇଥିବା ପ୍ରସାଦକୁ ଗ୍ରହଣ କରିବା ଉଚିତ ନୁହେଁ ।

କାହିଁକି ନା ଏହା ଦ୍ଵାରା ଦୁର୍ଭାଗ୍ୟ ବୃଦ୍ଧି ହୋଇଥାଏ , ଧନ ହାନି ହୋଇଥାଏ ଓ ରୋଗ ବୃଦ୍ଧି ହୋଇଥାଏ । ପଞ୍ଚାମୃତ ବା ଶିବ ଲିଙ୍ଗର ତଳେ ଥିବା ପ୍ରସାଦକୁ ଗ୍ରହଣ କରିପାରିବା । କିନ୍ତୁ ଶିବ ଲିଙ୍ଗ ଉପରେ ଥିବା ପ୍ରସାଦକୁ ଗ୍ରହଣ କରିବା ଉଚିତ ନୁହେଁ । ଶିବଙ୍କୁ ପୂଜା କରିବା ବେଳେ ତିନ ପତ୍ର ଥିବା ଅଖ୍ୟତ ବେଲ ପତ୍ର ପ୍ରଦାନ କରିବା ଉଚିତ । ଧଳା ଫୁଲ ଚଢାନ୍ତୁ । ଚନ୍ଦନ ଟୀକା ଲଗାନ୍ତୁ । କିନ୍ତୁ ଭୁଲରେ ବି କୁମ କୁମ ଲଗାନ୍ତୁ ନାହିଁ ।

କ୍ଷୀର , ଦହି , ମହୁ , ଘିଅ , ଚିନି ଓ ଜଳରେ ଅଭିଷେକ କରି ତିଳକ ଲଗାନ୍ତୁ ଓ ଏହାପରେ ଦକ୍ଷିଣା ଦିଅନ୍ତୁ । ଶିବ ରାତ୍ରିରେ ବେଲର ବହୁତ ମହତ୍ଵ ଥାଏ । ବେଳର ଅର୍ଥ ଚିର କାଳ । ଶିବ ଲିଙ୍ଗରେ ବେଲ ଅର୍ପଣ କରିବା ଦ୍ଵାରା ବହୁତ ଜନ୍ମର ଫଳ ମିଳିଥାଏ । ଯେଉଁ ମାନେ ଚାରି ପ୍ରହାର ପୂଜା କରନ୍ତି । ସେମାନେ ପ୍ରଥମ ପ୍ରହରରେ ଜଳରେ ଅଭିଷେକ କରନ୍ତୁ । ଦ୍ଵିତୀୟ ପ୍ରହରରେ ଦହିରେ ଅଭିଷେକ କରନ୍ତୁ । ତୃତୀୟ ପ୍ରହରରେ ଘିଅରେ ଅଭିଷେକ କରନ୍ତୁ । ଚତୁର୍ଥ ପ୍ରହରରେ ମହୁରେ ଅଭିଷେକ କରନ୍ତୁ ।

ଶିବଙ୍କୁ ଅକ୍ଷତ ଚାଉଳ ଅର୍ପଣ କରନ୍ତୁ । ତୁଳସି ଅର୍ପଣ କରନ୍ତୁ । କେତକୀ ଓ ଚମ୍ପା ଫୁଲ ପ୍ରଦାନ କରନ୍ତୁ ନାହିଁ । ପୂଜା କରିବା ବେଳେ ତମ୍ବା କିମ୍ବା ରୂପା ପାତ୍ର ବ୍ୟବହାର କରନ୍ତୁ । ସ୍ଟୀଲ କିମ୍ବା ପ୍ଲାଷ୍ଟିକ ପାତ୍ର ବ୍ୟବହାର କରନ୍ତୁ ନାହିଁ । ଶିବ ରାତ୍ରିରେ ଶଙ୍ଖରେ ଜଳ ଅର୍ପଣ କରନ୍ତୁ ନାହିଁ । ଶିବ ରାତ୍ରି ଦିନ କଳା ବସ୍ତ୍ର ପିନ୍ଧନ୍ତୁ ନାହିଁ । ଚାଉଳ,  ଗହମ , ଡାଲିରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ । କିନ୍ତୁ କ୍ଷୀର , ଫଳ ଆଦି ଖାଇପାରିବେ । ଶିବ ରାତ୍ରି ଦିନ ବ୍ରହ୍ମ ମୁହୂର୍ତରେ ଉଠି ନିଜର ସବୁ ନିତ୍ୟକର୍ମ ସାରିବା ଉଚିତ ।

ଆଧ୍ୟାତ୍ମିକ ମତ ଅନୁସାରେ ଶିବ ରାତ୍ରି ଦିନ ଦେବୀ ପାର୍ବତୀ ଓ ଶିବଙ୍କର ମିଳନ ହୋଇଥିଲା । ଆଧ୍ୟାତ୍ମିକ ମାନ୍ୟତା ଅନୁସାରେ ଶିବ ପୁରୁଷଙ୍କର ପ୍ରତିନିଧିତ୍ଵ କରନ୍ତି ଓ ଦେବୀ ପାର୍ବତୀ ପ୍ରକୃତିର ପ୍ରତୀକ ଅଟନ୍ତି । ଏହି ଦୁଇଟି ଜିନିଷ ବ୍ରମ୍ହାଣ୍ଡକୁ ସୃଷ୍ଟି କରଥାଆନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।