ଦିନକୁ ମାତ୍ର ଗୋଟିଏ ଥର ନିଅନ୍ତୁ, ଶିର ରେ ବ୍ଲକେଜ, ଶିର ଦରଜ, କମଜୋରି ସମସ୍ଯା ମୂଳରୁ ଭଲ ହୋଇଯିବ- Health Tips

ଆମ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଯାଇଥାଏ । ଯେମିତିକି ଆଁଠୁଗଣ୍ଠି ବ୍ୟଥା, ଗୋଡରେ ଯନ୍ତ୍ରଣା ହେବା ଆଦି ରୋଗ ଦେଖାଯାଏ । ଏହାର ଯେତେ ଚିକିତ୍ସା କଲେ ମଧ୍ୟ ଏହାର ନିରାକରଣ ହୋଇନଥାଏ । ବୟସ ଅନୁସାରେ ଆମ ଶରୀରରେ ଥିବା ସିରା ପ୍ରଶିରା ଆଦି କମଜୋର ହୋଇ ଯାଇଥାଏ । ସେଥି ପାଇଁ ଏହିଭଳି ରୋଗ ସବୁ ଦେଖାଯାଏ । ଯଦି ଦୁର୍ଘଟଣା ସମୟରେ ଆମ ଶରୀରର କୌଣସି ଅଙ୍ଗରେ କ୍ଷତି ହୋଇଥାଏ ତେବେ ଏହି କାରଣରୁ ମଧ୍ୟ ଆମ ସିରା ପ୍ରଶିରା ଦୁର୍ବଳ ହୋଇଥାଏ ।

ଏହାଛଡା ଡାଇବେଟିସ, ବ୍ଲଡ଼ ପ୍ରେସର ଆଦି କାରଣରୁ ମଧ୍ୟ ଏହିଭଳି ରୋଗ ହୋଇଥାଏ । ଏହି ସବୁ ରୋଗର ଲକ୍ଷଣ ହେଉଛି ମୁଣ୍ଡ ବୁଲାଇବା, ସ୍ମରଣ ଶକ୍ତି ହ୍ରାସ ହେବା ଇତ୍ଯାଦି ଅଟେ । ଆମ ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ନ ହୋଇ ପାରିଲେ ଅନେକ ସମସ୍ଯା ହୋଇଥାଏ । ଏହି ସବୁ ସମସ୍ୟାର ନିରାକରଣ ବିଷୟରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏହାର ନିରାକରଣ ପାଇଁ ପ୍ରଥମେ ଏକ ପାତ୍ରରେ ପାଣି ଗରମ କରି ଡାଲଚିନି ଖଣ୍ଡକୁ ପକାଇବେ ।

ଏହା ପରେ ଏଥିରେ ବଡ ଅଳେଇଚ ଓ ୩ଟି ଲବଙ୍ଗକୁ ଗୁଣ୍ଡା କରି ପାଣିରେ ପକାଇବେ । ଏହି ପାଣିକୁ ସେତେବେଳ ଯାଏ ଫୁଟାଇବେ ଯେ ପର୍ଯ୍ୟନ୍ତ ପାଣି ଅଧା ନ ହୋଇଛି । ଏହା ପରେ ପାଣିକୁ ଛାଣି ଏଥିରେ ଅଧ ଚାମଚ ମହୁ ବା ଗୁଡ ମିଶାନ୍ତୁ । ଗୁଡ ଆମ ଶରୀର ପାଇଁ ହିତକାରକ ଅଟେ । ଏହି ପ୍ରସ୍ତୁତ କରା ଯାଇଥିବା ପାଣିକୁ ସକାଳୁ ଖାଇବାର ଗୋଟେ ଘଣ୍ଟା ପରେ ବା ସନ୍ଧ୍ୟାରେ ବା ଖାଇବା ପୂର୍ବରୁ ପିଇବା ଉଚିତ । ଏହି ଘରୋଇ ଚିକିତ୍ସା କରିବା ଫଳରେ ଆପଣଙ୍କୁ ଯନ୍ତ୍ରଣାରୁ ରିହାତି ମିଳିବ ।

ଏହା ଛଡା ରକ୍ତ ସଞ୍ଚାଳନ ଭଲ ହେବା ସହ ଏଥିରୁ ଭିଟାମିନ ମଧ୍ୟ ମିଳିଥାଏ ଯାହା ଆମ ଶରୀରକୁ ଅଧିକ ଷ୍ଟ୍ରଙ୍ଗ କରିଥାଏ । ଏହାଛଡା ମାଛ, କ୍ଷୀର ଆଦି ଭିଟାମିନ ଖାଦ୍ଯ ଖାଇବା ଉଚିତ । ଆମ ଶରୀରରେ ମ୍ୟାଗ୍ନେସିୟମ ହେବା ପାଇଁ ପାଳଙ୍ଗ ଶାଗ, ତିନ୍ତା ହୋଇଥିବା ବା ସିଝା ବାଦାମ, ବ୍ରାଉନ ରାଇସ ଆଦି ଖାଇପାରିବେ । ଓମେଗା-୩ ପାଇଁ ଚିଆ ସିଡ, ସବଜା ସିଡ, ଅଖରୋଡ, ଅଲସୀ ଆଦି ଖାଇପାରିବେ । ଏହା ବ୍ଯତୀତ ନିୟମିତ ବ୍ୟାୟାମ ବା ଯୋଗ କରନ୍ତୁ ।

ଏହାଛଡା ସେନ୍ଧା ନାମକ ପାଣିରେ ସ୍ନାନ କରନ୍ତୁ । ଏହା ଫଳରେ ଆମ ଶରୀରର ମାଂସପେଶୀ ଷ୍ଟ୍ରଙ୍ଗ ହେବା ସହ ଶରୀରରେ ହେଉଥିବା ଯନ୍ତ୍ରଣାରୁ ଆରମ ମିଳିଥାଏ । ଅଧିକ ତେଲ ଜାତୀୟ ଖାଦ୍ଯ ବା ମସଲା ଜାତୀୟ ଖାଦ୍ଯ ଖାଇବା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଅଧିକ ଲୁଣ ବା ଚିନି ଥିବା ଖାଦ୍ଯ ଖାଇବା ଉଚିତ ନୁହେ । ଏହି ସବୁ ଉପାୟ କରିଲେ ଆପଣଙ୍କର ଆଁଠୁ ଗଣ୍ଠିରେ ହେଉଥିବା ଯନ୍ତ୍ରଣାରୁ ଆରମ ମିଳିଥାଏ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ