ଶିଖର ଧବନଙ୍କୁ ରିକୀ ପଣ୍ଟିଙ୍ଗ କହିଲେ କିଛି ଏମିତି କି ଗବ୍ବରଙ୍କ ବ୍ୟାଟରୁ ବର୍ଷା ହେଲା ରନ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ରେ ଦିଲ୍ଲୀ କ୍ୟାପିଟଲ୍ସର ଓପନର ଶିଖର ଧବନଙ୍କ ପ୍ରଥମ ପ୍ରଥମେ ଧୀରେ ଧୀରେ ବ୍ୟାଟିଙ୍ଗ କରୁଥିଲେ । ପ୍ରଥମେ କିଛି ମ୍ୟାଚରେ ସେ ଦିଲ୍ଲୀ ପାଇଁ କେବଳ ୨୦ ରୁ ୩୦ ରନ ହିଁ କରି ପାରୁଥିଲେ । ଏମିତିରେ ସୋସିଆଲ ମିଡିଆ ସହିତ କ୍ରିକେଟ ଏକ୍ପର୍ଟ୍ସ ବି ତାଙ୍କ ଜାଗାରେ ଅଜିଂକ୍ୟ ରହାଣେଙ୍କୁ ଖେଳିବା ପାଇଁ ଉପଦେଶ ଦେଲେ । କିନ୍ତୁ ଶିଖର ଧବନ ଏହି ସମସ୍ତ ଆଲୋଚନାକୁ ଖାରଜ କରି ଶେଷରେ ନିଜର ଫର୍ମକୁ ଚାଲି ଆସିଲେ ।

କହିବାକୁ ଗଲେ ଶିଖର ଧବନଙ୍କ ଫର୍ମରେ ଆସିବାରେ ଟିମର ହେଡ କୋଚ ରିକୀ ପୋଂଟିଂଗଙ୍କ ବଡ ହାତ ଅଛି । ଦିଲ୍ଲୀ କ୍ୟାପିଟଲ୍ସର ଗତ ୪ଟି ମ୍ୟାଚରେ ଶିଖର ଧବନ ଦୁଇଟି ଅର୍ଦ୍ଧଶତକ ଓ ଦୁଇଟି ଶତକ ମାରିଛନ୍ତି ।

ଏହା ପରେ ସେ ବର୍ତ୍ତମାନ ଏମିତି ଜଣେ ଖେଳାଳି ହୋଇ ଯାଇଛନ୍ତି, ଯିଏକି ଆଇପିଏଲରେ ଲଗାତାର ଦୁଇ ଥର ଶତକ ମାରିଛନ୍ତି । ପଞ୍ଜାବ ବିରୁଦ୍ଧରେ ସେ ନଟ ଆଉଟ ରହି ୧୦୬ ରନର ପାରି ଖେଳିଛନ୍ତି । କିନ୍ତୁ ତାଙ୍କର ଏହି ପାରି ଟିମକୁ ବିଜେତା କରି ପାରିଲା ନାହିଁ । ଏହା ପରେ ଏକ ଇଣ୍ଟରଭିୟୁରେ ଧବନ କହିଲେ କି କେଉଁଭଳି ଭବାରେ କୋଚ ରିକୀ ପୋଂଟିଂଗ ତାଙ୍କର ଆତ୍ମବିଶ୍ଵାସ ବଢାଇଲେ ।

ଶିଖର ଧବନ କହିଲେ, ‘ରିକୀ ଭାଇ କହିଲେ କି ମୁଁ ଭଲ ବ୍ୟଟିଙ୍ଗ କରୁଛି, କେବଳ ଜଲ୍ଦି ଖେଳିବାର ଅଛି । ମୁଁ ୨୦ – ୩୦ ରନ କରି ଖୁସି ଥିଲି । କାରଣ ଟି ୨୦ ରେ ୩୦ ରନ ବହୁତ ମହତ୍ଵ ରଖିଥାଏ । ମୋତେ ଲାଗୁଥିଲା କି ମୁଁ ଓପନରର ଦାୟିତ୍ଵକୁ ସଠିକ ଭାବରେ ପାଳନ କରୁଛି । ଯେଉଁ ସମୟରେ ମୁଁ ଅର୍ଦ୍ଧଶତକ କରିଲି ସେହି ସମୟରେ ମୋ ଭିତରେ ଆତ୍ମବିଶ୍ଵାସ ଆସିଗଲା । ଏହା ପରେ ମୁଁ ଦୁଇ ଥର ଶତକ ମାରିଲି । ‘

ସେ ଆଗକୁ କହିଲେ କି, ଯଦି ମୁଁ ଶତକ ବିଷୟରେ ଚିନ୍ତା କରିବି ତେବେ ମୋ ଉପରେ ପ୍ରେସର ପଡିବ । ମୋର ଚିନ୍ତାଧାରା ଏହା ଅଟେ କି ମୁଁ ପଡିଆ ଉପରକୁ ଯିବି ଓ ଭଲ ବ୍ୟାଟିଙ୍ଗ କରିବି ଓ ବର୍ତ୍ତମାନ ମୁଁ ଏହା ହିଁ କରୁଛି । ନିଜ ଉପରେ ଅଧିକ ଦାୟିତ୍ଵ ନେବା ଦ୍ଵାରା କିଛି ବି ଲାଭ ମିଳିବ ନାହିଁ । ‘

ସେ କହିଲେ କି, ଗତ କିଛି ମ୍ୟାଚରେ ମୁଁ ଅର୍ଦ୍ଧଶତକ କରି ନାହିଁ ଓ ଏହି ସିଜିନରେ ୫୦୦ ରନ କରିବା ମୋ ପାଇଁ ସ୍ଵପ୍ନ ଭଳି ଥିଲା, କିନ୍ତୁ ବର୍ତ୍ତମାନ ମୁଁ ୫୦୦ ରନ ପାଖାପାଖି ପହଞ୍ଚି ଯାଇଛି । ମୁଁ ନିଜ ଟିମ ପାଇଁ ଭଲ ବ୍ୟାଟିଙ୍ଗ କରିବାକୁ ଚେଷ୍ଟା କରିବି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।