ଶିବଙ୍କର ଏହି ଭୁଲ କାରଣରୁ କିନ୍ନରଙ୍କର ହୋଇଥିଲା ଜନ୍ମ

ଆଜି ଆମେ ଆପଣଙ୍କୁ ବାଲ୍ମୀକିଙ୍କ ଦ୍ଵାରା ରଚିତ ରାମାୟଣର ଏକ ସତ୍ୟ ଘଟଣା ବିଷୟରେ କହିବାକୁ ଯାଉଛୁ । ଏହି କାହାଣୀରେ ଆପଣ ଜାଣି ପାରିବେ କି ଶିବଙ୍କ କେଉଁ ଭୁଲ ଯୋଗୁ କିନ୍ନରମାନଙ୍କ ଜନ୍ମ ହୋଇଥିଲା । କହିବାକୁ ଗଲେ ଶିବଙ୍କୁ ଏହି ପୃଥିବୀ ପୃଷ୍ଠର ସଂହାର କର୍ତ୍ତା ବୋଲି କୁହାଯାଏ । ଏହା ଛଡା ପୃଥିବୀର ବିଭିନ୍ନ ସ୍ଥାନରେ ଶିବଙ୍କର ପ୍ରତିମୂର୍ତି କିମ୍ବା ତାଙ୍କ ଲିଙ୍ଗ ପୂଜା କରାଯାଏ ।

ପ୍ରାଚୀନ କାଳରେ ଜଣେ ରାଜା ଥିଲେ । ଯିଏକି ବହୁତ ଦୟାଳୁ ଥିଲେ । ଦିନେ ସେ ନିଜର ସୈନିକମାନଙ୍କ ସହିତ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ । ଯେଉଁ ଜଙ୍ଗଲକୁ ସେ ଶିକାର ପାଇଁ ଯାଇଥିଲେ ସେହି ଜଙ୍ଗଲର ଆଖପାଖରେ ଏକ ନଦୀ ପ୍ରବାହିତ ହେଉଥିଲା । ଯେଉଁଠି ମାତା ପାର୍ବତୀ ଓ ଭଗବାନ ଶିବ ସ୍ନାନ କରୁଥିଲେ । ଏହି ସମୟରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ପ୍ରସନ୍ନ କରିବା ପାଇଁ ଏକ ସ୍ତ୍ରୀ ରୂପ ଧାରଣ କରିଥିଲେ ।

କୁହାଯାଏ କି ଭଗବାନ ଶିବ ଯେତେବେଳେ ସ୍ତ୍ରୀ ରୂପ ଧାରଣ କରିଥିଲେ ତେବେ ଆଖପାଖରେ ଥିବା ଜଙ୍ଗଲରେ ସବୁ ପୁରୁଷ ପଶୁ ପକ୍ଷୀମାନେ ବି ସ୍ତ୍ରୀ ରୂପରେ ବଦଳି ଯାଇଥିଲେ । ଯେଉଁ କାରଣରୁ ସେହି ଜଙ୍ଗଲରେ ଶିକାର କରିବା ପାଇଁ ଆସିଥିବା ରାଜା ଓ ତାଙ୍କର ସୈନିକମାନେ ବି ସ୍ତ୍ରୀ ରୂପରେ ବଦଳି ଯାଇଥିଲେ । ନିଜର ନୂଆ ରୂପ ଦେଖି ରାଜା ବହୁତ କ୍ରୋଧିତ ହୋଇଗଲେ ।

ଏହା ପରେ ଯେମିତି ହିଁ ତାଙ୍କୁ ଜଣା ପଡିଲା କି ଏସବୁ ଭଗବାନ ଶିବଙ୍କ ଯୋଗୁ ହୋଇଛି ତେବେ ସେ ଭଗବାନଙ୍କ ଶରଣକୁ ଗଲେ । ରାଜାଙ୍କୁ ଦେଖି ଭଗବାନ ଶିବ କହିଲେ କି ତୁମେ ପୁରୁଷ ରୂପ ଛଡା ଆଉ ଯେ କୌଣସି ବି ବରଦାନ ମାଗି ନିଅ । ଏହା ଶୁଣି ରାଜା ଭଗବାନ ଶିବଙ୍କୁ କିଛି ବରଦାନ ମାଗିଲେ ନାହିଁ ଓ ମାତା ପାର୍ବତୀଙ୍କୁ ପ୍ରସନ୍ନ କରିବାକୁ ଲାଗିଲେ ।

ଏହା ପରେ ମାତା ପାର୍ବତୀ ରାଜାଙ୍କୁ କହିଲେ କି ଯେଉଁ ପୁରୁଷର ବରଦାନ ତୁମେ ମାଗୁଛ ତାହାର ଅଧା ଭାଗ ତ ଶିବଙ୍କ ପାଖରେ ଅଛି । ମାନେ ମୁଁ କେବଳ ତୁମକୁ ପୁରୁଷ ଭାଗର ଅଧା ଅଂଶ ଦେଇ ପାରିବି । ଏହାର ଅର୍ଥ ତୁମକୁ ନିଜର ଅଧା ଜୀବନ ପୁରୁଷ ରୂପରେ ଓ ଅଧା ଜୀବନ ସ୍ତ୍ରୀ ରୂପରେ ବଞ୍ଚିବାର ଅଛି । ଏହା ସହିତ ମାତା ପାର୍ବତୀ ଏହା ବି କହିଲେ କି ତୁମେ ଏହା ବି ନିଷ୍ପତି ନେଇ ପାରିବ କି ତୁମେ କେଉଁ ସମୟରେ ପୁରୁଷ ରହିବ ଓ କେଉଁ ସମୟରେ ସ୍ତ୍ରୀ ହୋଇ ରହିବ ।

ବହୁତ ଭାବିଚିନ୍ତି ରାଜା କହିଲେ କି ମୁଁ ଗୋଟିଏ ମାସ ପୁରୁଷ ହୋଇ ଓ ଅନ୍ୟ ଏକ ମାସ ସ୍ତ୍ରୀ ହୋଇ ରହିବାକୁ ଚାହୁଁଛି । ଏହା ଶୁଣି ମାତା ପାର୍ବତୀ ତାଙ୍କ ଇଚ୍ଛା ଅନୁସାରେ ତାଙ୍କୁ ବରଦାନ ଦେଇଦେଲେ । ଯାହା ପର ଠାରୁ ରାଜା ଗୋଟିଏ ମାସ ସ୍ତ୍ରୀ ରୂପରେ ଓ ଅନ୍ୟ ଏକ ମାସ ପୁରୁଷ ରୂପରେ ରହୁଥିଲେ ।