ଭଗବାନ ଶିବଙ୍କ ମାତା ପିତା କିଏ? ୯୯% ଲୋକଙ୍କୁ ଜଣା ନଥିବ ଏହାର ଉତ୍ତର, କଣ ଆପଣଙ୍କୁ ଜଣାଅଛି

ଭଗବାନ ଶିବଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ସେ ସବୁ ଦେବୀ ଦେବତାଙ୍କ ମଧ୍ୟରେ ଅନ୍ୟତମ । ଭଗବାନ ଶିବ ହିଁ ଏହି ସୃଷ୍ଟିର ଆଦି ଓ ଅନ୍ତ ଅଟନ୍ତି । ଅର୍ଥାତ ଏହି ସୃଷ୍ଟିର ଆରମ୍ଭ ଭଗବାନ ଶିବ ହିଁ କରିଥିଲେ ଓ ଅନ୍ତ ବି ଭଗବାନ ଶିବ ହିଁ କରିବେ । ଏମିତିରେ ଆଜି ଆମେ ଆପଣଙ୍କୁ ଭଗାବ ଶିବଙ୍କର ମାତା ଓ ପିତାଙ୍କ ବିଷୟରେ କହିବୁ । ପୌରାଣିକ କଥା ଅନୁସାରେ ଥରେ ମୁନି ରୁଷିମାନେ ନିଜ ମଧ୍ୟରେ ଶାସ୍ତ୍ରାତ ଚର୍ଚା କରୁଥିଲେ ।

ଏମିତିରେ ସେମାନେ ଭଗବାନ ଶିବଙ୍କ ବିଷୟରେ ଆଲୋଚନା କରିଲେ ଓ ଆଲୋଚନା କରୁ କରୁ ସେମାନେ ଜାଣିବାକୁ ଇଚ୍ଛା କରିଲେ କି ଭଗବାନ ଶିବଙ୍କର ମାତା ପିତା କିଏ ?

ଏହା ପରେ ସବୁ ମୁନି ରୁଷିମାନେ ଭଗବାନ ଶିବଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ତାଙ୍କର ମାତା ପିତାଙ୍କ ବିଷୟରେ ପ୍ରଶ୍ନ କରିଲେ । ତେବେ ଭଗବାନ ଶିବ କହିଲେ କି ଏହି ସୃଷ୍ଟିର ରଚୟତା ଭଗବାନ ବ୍ରହ୍ମା ମୋତେ ଜନ୍ମ ଦେଇଛନ୍ତି ତେବେ ସେ ହିଁ ମୋର ପିତା ଅଟନ୍ତି । ଏହା ପରେ ରୁଷିମାନଙ୍କର ପ୍ରଶ୍ନ ଏଠି ସମାପ୍ତ ହୋଇ ନ ଥିଲା । ଏହା ପରେ ମୁନି ରୁଷିମାନେ ପୁଣି ଥରେ ପ୍ରଶ୍ନ କରିଲେ କି ଯଦି ଆପଣଙ୍କର ପିତା ବ୍ରହ୍ମା ଅଟନ୍ତି ତେବେ ଆପଣଙ୍କର ଜେଜେବାପାଙ୍କ ନାଁ କଣ ?

ତେବେ ଭଗବାନ ଶିବ ଏହି ପ୍ରଶ୍ନର ଜବାବ ଦେଇ କହିଲେ କି ଏହି ସୃଷ୍ଟିର ପାଳନକର୍ତ୍ତା ଭଗବାନ ବିଷ୍ଣୁ ମୋର ଜେଜେବାପା ଅଟନ୍ତି । ଭଗବାନ ଶିବଙ୍କ ଏହି ଲୀଳା ବିଷୟରେ ମୁନି ରୁଷିମାନେ ନ ବୁଝିପାରି ପୁଣି ଥରେ ପ୍ରଶ୍ନ କରିଲେ କି ଯଦି ଆପଣଙ୍କର ବାପା ବ୍ରହ୍ମା ଅଟନ୍ତି ଓ ଜେଜେବାପା ବିଷ୍ଣୁ ଅଟନ୍ତି ତେବେ ଆପଣଙ୍କର ଜେଜେବାପାଙ୍କ ବାପା କିଏ ଅଟନ୍ତି । ଏହି ପ୍ରଶ୍ନ ଶୁଣି ଭଗବାନ ଶିବ ଅଳ୍ପ ହସିଦେଲେ ଓ କହିଲେ କି ଭଗବାନ ଶିବ ହିଁ ମୋର ଜେଜେବାପାଙ୍କ ବାପା ଅଟନ୍ତି ।

ଶ୍ରୀମଦଭାଗବତ ମହାପୁରାଣ ଅନୁସାରେ କୁହାଯାଏ କି ଦିନେ ନାରଦ ମୁନି ନିଜର ପିତା ବ୍ରହ୍ମାଙ୍କୁ ପ୍ରଶ୍ନ କରିଲେ କି ଏହି ସୃଷ୍ଟିର ରଚନା କିଏ କରିଛନ୍ତି । ଭଗବାନ ବିଷ୍ଣୁ, ବ୍ରହ୍ମା ନା ସ୍ଵୟଂ ଶିବ ଓ ଏହି ତିନି ଦେବତାଙ୍କୁ କିଏ ଜନ୍ମ ଦେଇଛନ୍ତି । ଅର୍ଥାତ ଆପଣଙ୍କର ମାତା ପିତା କିଏ ଅଟନ୍ତି । ସେତେବେଳେ ବ୍ରହ୍ମା ତ୍ରୀଦେବଙ୍କ ଜନ୍ମ କାହାଣୀ ବିଷୟରେ ବର୍ଣନା କରି କହିଲେ ପ୍ରକୃତି ସ୍ୱରୂପ ଦୂର୍ଗା ଓ କାଳ ସଦାଶିବ ବ୍ରହ୍ମା ଯୋଗୁ ବ୍ରହ୍ମା, ବିଷ୍ଣୁ, ଏବଂ ଶିବଙ୍କର ଉତ୍ତପତି ହୋଇଛି । ଅର୍ଥାତ ପ୍ରକୃତି ସ୍ୱରୂପ ଦୂର୍ଗା ମାତା ଓ ବ୍ରହ୍ମା ଅର୍ଥାତ କାଳ ସଦାଶିବଙ୍କ ପିତା ଅଟନ୍ତି । ଏମିତିରେ କହିବା ଭଗବାନଙ୍କ ଲୀଳା ଭଗବାନ ନିଜେ ହିଁ ଜାଣିଛନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।