ସାବଧାନ! ଶୀତଦିନେ ଜାଣତ ବା ଅଜାଣତରେ ଏହିସବୁ କାମ କରୁଛନ୍ତି କି ? ନିହାତି ଜାଣି ରଖନ୍ତୁ ଓ ଅଭ୍ଯାସ ବଦଳାନ୍ତୁ, ନହେଲେ ମହାବିପଦରେ ପଡ଼ିପାରନ୍ତି !

ଶୀତଦିନେ ଏହି କାମ କରୁଥିଲେ ସାବଧାନ ହୋଇଯାନ୍ତୁ । ନଚେତ ବିପଦରେ ପଡ଼ିପାରନ୍ତି । ଗତ କିଛିଦିନ ହେବ ସାରା ଦେଶରେ ପ୍ରବଳ ଜାଡ ଅନୁଭୂତ ହେଉଛି । ଶୀତରୁ ରକ୍ଷା ପାଇବା ପାଇଁ ଆମେ ଅନେକ ପ୍ରକାରର ଉପାୟ ଆପଣେଇ ଥାଉ । ହେଲେ ଏମିତି କିଛି ଉପାୟ ରହିଛି ଯାହା ଆମ ଅଜାଣତରେ ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ପ୍ରବଳ ଶୀତ ଯୋଗୁଁ ଅନେକ ଲୋକ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ଯା ଦେଇ ଗତି କରିଥାନ୍ତି ।

ତେଣୁ ଶୀତ ସମୟର ନିଜକୁ ସୁସ୍ଥ ରଖିବା ସହ କିଛି କାର୍ଯ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ଶୀତ ଦିନରେ ଅଧିକାଂଶ ଲୋକେ ଗରମ ପାଣିରେ ସ୍ନାନ କରିଥାନ୍ତି । ହେଲେ ଆପଣ ଜଣାଇ ରଖନ୍ତୁ ଯେ ଅଧିକ ସମୟ ଧରି ଗରମ ପାଣିରେ ସ୍ନାନ କରିବା ଆପଣଙ୍କ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରେ । ଅଧିକ ସମୟ ଧରି ଗରମ ପାଣିରେ ସ୍ନାନ କରିବା ଦ୍ଵାରା କେରାଟିନ ନାମକ ଚର୍ମ କୋଷରେ କ୍ଷତି ପହଞ୍ଚିଥାଏ । ଯେଉଁଥି ପାଇଜ ଚର୍ମ କୁଣ୍ଡେଇ ହେବା ଓ ଶୁଷ୍କ ହେବା ସହ ଲାଲ ପଡିବା ଭଳି ସମସ୍ଯା ଦେଖା ଦେଇଥାଏ ।

ଶୀତ ଦିନରେ ଥଣ୍ଡାରୁ ରକ୍ଷା ପାଇଁ କିଛି ଲୋକ ଅଧିକ କପଡା ପିନ୍ଧିଥାନ୍ତି । ଏପରି ସ୍ଥିତିରେ ଆମ ଶରୀର ଓଭର ହିଟିଂ ବା ଅତ୍ୟଧିକ ଗରମ ହେବାର ଶିକାର ହୋଇଥାଏ । ଶରୀର ଓଭର ହିଟିଂ ହେବା ଫଳରେ ଆମ ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଥାଏ । ଶୀତଦିନେ ଅଧିକ ଭୋକ ଲାଗିଥାଏ । କିନ୍ତୁ ଏହିଦିନରେ ଅଧିକ ମାତ୍ରାରେ ଖାଇବା ଠାରୁ ଦୂରେଇ ରହିବା ଆମ ପାଇଁ ଭଲ ହୋଇଥାଏ ।

ଶୀତଦିନେ ଅଧିକରୁ ଅଧିକ ଫାଇବର ଜାତୀୟ ପରିବା ଓ ଫଳମୂଳ ଆଦି ଖାଇବା ଆବଶ୍ୟକ । ସେହିପରି ଥଣ୍ଡାରୁ ବଞ୍ଚିବାକୁ ଶୀତଦିନେ ଲୋକମାନେ ଅଧିକ ଚାହା କଫି ପିଇଥାନ୍ତି । ହେଲେ ଏସବୁ ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ମାତ୍ରାରେ କ୍ଷତିକାରକ ହୋଇଥାଏ । ଶୀତଦିନେ ଲୋକମାନେ ଖୁବ କମ୍ ପାଣି ପିଇଥାନ୍ତି । କିନ୍ତୁ ସୁସ୍ଥ ରହିବାକୁ ହେଲେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଶୀତଦିନେ ଦିନ ଛୋଟ ଓ ରାତି ବଡ ହୋଇଥାଏ । ସେଥିପାଇଁ ଶୋଇବା ସହ ନିଦ୍ରା ପୁରା କରିବା ଉଚିତ ହୋଇଥାଏ ।

ଶୀତିଦିନେ ଅଭ୍ଯାସ କରିଥିବା ଏହି କାମ ଗୁଡିକୁ ପରିବର୍ତ୍ତନ ନକଲେ ଆମେ ଅସୁବିଧାରେ ପଡିବା । ତେଣୁ ସୁସ୍ଥ ରହିବା ପାଇଁ ଏହିସବୁ ଦିଗ ପ୍ରତି ଧ୍ୟାନ ଦେବା ସହ ଏହାକୁ ଅଭ୍ଯାସରେ ପରିଣତ ଆମ ପାଇଁ ଉଚିତ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।