Vastu Shastra- ଶନିବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 1 କାମ, ଜାଣନ୍ତୁ ଶନିବାର ରେ କଣ କରିବେ କଣ ନୁହେଁ ? ଶନିଦୋଷ ଥିଲେ କରନ୍ତୁ ଏହି ଉପାୟ

ଶନିବାର ଦିନ ଶନି ଦେବତାଙ୍କ ପୂଜା କରାଯାଏ । ପୁରାଣ ଅନୁସାରେ ଶନି ଦେବ ସୂର୍ଯ୍ୟଙ୍କର ପୁତ୍ର ଅଟନ୍ତି । ବ୍ରମହାଙ୍କ କୃପା ପାଇଥିବା ଯୋଗୁ ଶନି ଦେବତାଙ୍କର ତାଙ୍କ ପିତା ସୂର୍ଯ୍ୟଙ୍କ ଠାରୁ ଅଧିକ ପ୍ରଭାବ ରହିଥାଏ । ଯେଉଁ ବ୍ୟକ୍ତି ଉପରେ ଥରେ ଶନି ଦେବତାଙ୍କର ଦ୍ରୁଷ୍ଟି ପଡିଯାଏ ତାଙ୍କ କୋପରୁ ରକ୍ଷା ପାଇବା ସହଜ କଥା ନୁହେ । ମଣିଷ ବେଳେବେଳେ ଏମିତି କିଛି ଭୁଲ କରିଥାଏ ଯାହା ଦ୍ଵାରା ତାକୁ ତା ଜୀବନରେ ଶନି ଦେବଙ୍କର କୋପର ସାମନା କରିବାକୁ ପଡିଥାଏ ।

ଯାହା ଫଳରେ ସେହି ବ୍ଯକ୍ତିର ଜୀବନ ବହୁତ ଦୁଖ କଷ୍ଟ ଆସିଥାଏ । ଆଜି ଆମେ ଆପଣ ମାନଙ୍କୁ କେଉଁ କାମ ଶନିବାର ଦିନ କରିଲେ ଭଗବାନ ଶନି ଦେବତାଙ୍କର କୋପର ସାମନା କରିବାକୁ ପଡିବ ନାହି ସେହି ବିଷୟରେ କହିବାକୁ ଯାଉଛୁ ।

୧- ଶନିବାର ଦିନ କେବେ ବି ଭୁଲରେ ଲୁହା ବା ଲୁହା ଜାତୀୟ କୌଣସି ଜିନିଷ କିଣିବା ଠିକ ନୁହେ । ପ୍ରାଚୀନ କାଳରେ ରାଜା ବିକ୍ରମାଦିତ୍ୟ ଶନି ଦେବଙ୍କୁ ଏକ ଲୁହାର ଜିନିଷ ଦେଇଥିଲେ । ସେଥି ପାଇଁ ସାନି ଦେବ କ୍ରୋଧିତ ହୋଇ ତାଙ୍କ ଉପରେ ନିଜର ବକ୍ରଦ୍ରୁଷ୍ଟି ପକାଇଥିଲେ । ସେହି ଦିନରୁ ଶନିବାର ଦିନ କୌଣସି ଲୁହା ଜିନିଷ ନ କିଣିବାର ନିୟମ ରହିଛି । କିନ୍ତୁ ଶନିବାର ଦିନ କୌଣସି ଲୁହା ଜିନିଷ ଦାନ କରିଲେ ଭଗବାନ ଶନିଙ୍କର କୃପା ପ୍ରାପ୍ତ ହୋଇଥାଏ ।

୨- ଶନିବାର ଦିନ କୌଣସି ଚମଡା ଜିନିଷ ଯେମିତିକି ବେଲ୍ଟ, ପର୍ସ ଆଦି କିଣିବା ଉଚିତ ନୁହେ । ଏହି ସବୁ ଶନିବାର ଦିନ ଜିନିଷ କିଣିବା ଦ୍ଵାରା ମଣିଷ ଜୀବନରେ ଅନେକ ସମସ୍ଯା ହେବ ସହ କର୍ମ କ୍ଷେତ୍ରରେ ସଫଳତା ମଧ୍ୟ ମିଳି ନ ଥାଏ ।

୩- ଶନିବାର ଦିନ କୌଣସି ତେଲ ଯେମିତିକି ଖାଇବା ତେଲ ହେଉ କି ଅନ୍ୟ କୌଣସି ତେଲେ ହେଉ ଘରକୁ ଆଣିବା ଉଚିତ ନୁହେ । ଏହା ଫଳରେ ଘରେ ଦୁଖ ଓ ଦାରିଦ୍ର ଦେଖାଯିବ ଓ ମଣିଷ ଜୀବନରେ ଅନେକ କଷ୍ଟକୁ ସାମନା କରିବାକୁ ପଡିଥାଏ । ସେଥି ପାଇଁ ଶନିବାର ଦିନ ଶନିଦେବାଙ୍କ ପାଖରେ ତେଲର ଏକ ଦୀପ ଲଗାଇବା ଉଚିତ ।

୪-  ଶନିବାର ଦିନ ଘରକୁ କୋଇଲା ଆଣିବା ଅଶୁଭ ହୋଇଥାଏ । କୋଇଲାର ରଙ୍ଗ କଳା ହୋଇଥିବାରୁ ଏହାକୁ ଶନିବାର ଦିନ ଘରକୁ ଆଣିବାର ଅର୍ଥ ହେଉଛି ବ୍ୟକ୍ତି ନିଜ ଜୀବନରେ ସନିଦେବାଙ୍କର ସ୍ୱରୂପକୁ ଘରକୁ ଆଣିବା । ଏହା ଛଡା ଘରକୁ ଇନ୍ଧନ ଆଣିବା ଦ୍ଵାରା ଘରେ ସମସ୍ଯା ସୃଷ୍ଟି ହୋଇଥାଏ ।

୫- ଶନିବାର ଦିନ ଘରକୁ ଜାଦୁ ଆଣିବା ଅନୁଚିତ ଅଟେ । ଏହା ଦ୍ଵାରା ଘରେ ଧନର ଅଭାବ ହୋଇଥାଏ । ଏହା ବ୍ଯତୀତ କୌଣସି କଳା ତିଲ ଶନିବାର ଦିନ ଘରକୁ ଆଣିବା ଉଚିତ ନୁହେ ।

୬- ଶନିବାର ଦିନ ଘରକୁ ଲୁଣ ଆଣିବା ଉଚିତ ନୁହେ । କାରଣ ଏହା ଦ୍ଵାରା ଘର ଲୋକଙ୍କୁ ରୋଗ ହେବାର ସମବାବନା ରହିଥାଏ ।

୭- ଶନିବାର ଦିନ କେବେ ବି ଭୁଲରେ ସ୍ଯାହୀ ବା ଇଙ୍କ କିଣିବା ଉଚିତ ନୁହେ । ଏହା ଦ୍ଵାରା ଘରେ କଳହ ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି  ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।